୧୪ ବର୍ଷ ପରେ ତିର୍ତ୍ତୋଲ ଏସିଡ୍ ପୀଡିତା ପ୍ରମୋଦିନୀ ମାମଲାରେ ଆସିଲା ରାୟ : ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

The Sakala Picture
Published On

ଜଗତସିଂହପୁର : ୧୪ ବର୍ଷ ପରେ ତିର୍ତ୍ତୋଲ ଏସିଡ୍ ପୀଡିତା ପ୍ରମୋଦିନୀ ମାମଲାରେ ଆସିଲା ରାୟ। ଏସିଡ୍ ମାଡ଼ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଲେଖାଁଏ ଜରିମାନା ଦଣ୍ଡାଦେଶ ମିଳିଛି। ଏହି ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଜିଲ୍ଲା ଦୌରାଜଜ୍ (ମହିଳା କୋର୍ଟ) । ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂରାୟଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।  ୨୦୦୯ ଏପ୍ରିଲ […]

ଜଗତସିଂହପୁର : ୧୪ ବର୍ଷ ପରେ ତିର୍ତ୍ତୋଲ ଏସିଡ୍ ପୀଡିତା ପ୍ରମୋଦିନୀ ମାମଲାରେ ଆସିଲା ରାୟ। ଏସିଡ୍ ମାଡ଼ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଲେଖାଁଏ ଜରିମାନା ଦଣ୍ଡାଦେଶ ମିଳିଛି। ଏହି ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଜିଲ୍ଲା ଦୌରାଜଜ୍ (ମହିଳା କୋର୍ଟ) । ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂରାୟଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।  ୨୦୦୯ ଏପ୍ରିଲ ୧୮ ତାରିଖ ଦିନ ଘଟିଥିଲା ଏକ ଚାଞ୍ଚଲ୍ୟକର ଘଟଣା ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ସୂଚନାଯୋଗ୍ୟ ଜଗତସିଂହପୁର ତିର୍ତ୍ତୋଲ ଥାନାର କନକପୁରର ପ୍ରମୋଦିନୀଙ୍କୁ ଏକ ତରଫା ପ୍ରେମ ନିବେଦନ କରିଥିଲେ ଯବାନ ସନ୍ତୋଷ ବେଦାନ୍ତ । କିନ୍ତୁ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ପ୍ରମୋଦିନୀ । ଏହା ଶୁଣି ସନ୍ତୋଷ ରାଗିଯାଇଥିଲା । ଆଉ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା । ୨୦୦୯ ମସିହା ଏପ୍ରିଲ ୧୮ ଦିନ ପ୍ରମୋଦିନୀ ଘରକୁ ଫେରିବା ରାସ୍ତାରେ ସହଯୋଗୀ ରମେଶ ଦଳସିଂରାୟ ସହ ମିଶି ସନ୍ତୋଷ ତାଙ୍କ ଉପରକୁ ଏସିଡ୍‌ ପକାଇଥିଲେ । ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଏସିଡ୍‌ ମାଡ଼ ଦ୍ୱାରା ଶରୀରରୁ ୮୦ ପ୍ରତିଶତ ଜଳିଯାଇଥିଲା । ଆଉ ବିକୃତ ହୋଇଯାଇଥିଲା ପ୍ରମୋଦିନୀଙ୍କ ଚେହେରା । ପରେ କଟକ ବଡ଼ ମେଡିକାଲରେ ଦୀର୍ଘ ୨ ବର୍ଷ ଚିକିତ୍ସା ପରେ ବି ପ୍ରମୋଦିନୀଙ୍କ ପୂର୍ବ ଚେହେରା ଫେରିପାରିନଥିଲା ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

୨୦୦୯ରେ ଏହି ଘଟଣା ଘଟିଥିବା ବେଳେ ୨୦୧୨ ମସିହାରେ ଐହି କେସ୍‌କୁ ବନ୍ଦ କରି ଦିଆଯାଇଥିଲା। ତିନି ବର୍ଷ ପରେ ପ୍ରମାଣ ଅଭାବରୁ ମାମଲାକୁ ବନ୍ଦ କରିଦେଇଥିଲା ପୁଲିସ। କିନ୍ତୁ ହାର୍‌ ମାନିନଥିଲେ ପ୍ରମୋଦିନୀ । ଦୋଷୀଙ୍କ ଦଣ୍ଡ ଦେବାକୁ ଲଢିଲେ କେସ୍‌। ୨୦୧୮ ମସିହାରେ ଏହି ମାମଲାକୁ ପୁଣିଥରେ ଆରମ୍ଭ କରାଯାଇଥିଲା। ଆରମ୍ଭର କିଛି ଦିନ ମଧ୍ୟରେ ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତଙ୍କୁ କୋଲକତା ଓ ବିଶ୍ୱଜିତ ଦଳସିଂ ରାୟଙ୍କୁ ବାଲୁଗାଁରୁ ଗିରଫ କରାଯାଇଥିଲା। ଏହାପରେ ତିର୍ତ୍ତୋଲ ପୁଲିସ ସନ୍ତୋଷଙ୍କୁ ରିମାଣ୍ଡରେ  ଆଣି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ଯେଉଁଥିରେ ସନ୍ତୋଷ ନିଜର ସବୁ ଦୋଷ ସ୍ୱୀକାର କରି ନେଇଥିଲା। ଏହି ଘଟଣାରେ ୨ ଜଣ ପୁଲିସ୍ ଅଧିକାରୀଙ୍କୁ ବି ନିଲମ୍ବିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର