୧୪ ବର୍ଷ ପରେ ତିର୍ତ୍ତୋଲ ଏସିଡ୍ ପୀଡିତା ପ୍ରମୋଦିନୀ ମାମଲାରେ ଆସିଲା ରାୟ : ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

The Sakala Picture
Published On

ଜଗତସିଂହପୁର : ୧୪ ବର୍ଷ ପରେ ତିର୍ତ୍ତୋଲ ଏସିଡ୍ ପୀଡିତା ପ୍ରମୋଦିନୀ ମାମଲାରେ ଆସିଲା ରାୟ। ଏସିଡ୍ ମାଡ଼ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଲେଖାଁଏ ଜରିମାନା ଦଣ୍ଡାଦେଶ ମିଳିଛି। ଏହି ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଜିଲ୍ଲା ଦୌରାଜଜ୍ (ମହିଳା କୋର୍ଟ) । ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂରାୟଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।  ୨୦୦୯ ଏପ୍ରିଲ […]

ଜଗତସିଂହପୁର : ୧୪ ବର୍ଷ ପରେ ତିର୍ତ୍ତୋଲ ଏସିଡ୍ ପୀଡିତା ପ୍ରମୋଦିନୀ ମାମଲାରେ ଆସିଲା ରାୟ। ଏସିଡ୍ ମାଡ଼ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଲେଖାଁଏ ଜରିମାନା ଦଣ୍ଡାଦେଶ ମିଳିଛି। ଏହି ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଜିଲ୍ଲା ଦୌରାଜଜ୍ (ମହିଳା କୋର୍ଟ) । ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂରାୟଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।  ୨୦୦୯ ଏପ୍ରିଲ ୧୮ ତାରିଖ ଦିନ ଘଟିଥିଲା ଏକ ଚାଞ୍ଚଲ୍ୟକର ଘଟଣା ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ସୂଚନାଯୋଗ୍ୟ ଜଗତସିଂହପୁର ତିର୍ତ୍ତୋଲ ଥାନାର କନକପୁରର ପ୍ରମୋଦିନୀଙ୍କୁ ଏକ ତରଫା ପ୍ରେମ ନିବେଦନ କରିଥିଲେ ଯବାନ ସନ୍ତୋଷ ବେଦାନ୍ତ । କିନ୍ତୁ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ପ୍ରମୋଦିନୀ । ଏହା ଶୁଣି ସନ୍ତୋଷ ରାଗିଯାଇଥିଲା । ଆଉ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା । ୨୦୦୯ ମସିହା ଏପ୍ରିଲ ୧୮ ଦିନ ପ୍ରମୋଦିନୀ ଘରକୁ ଫେରିବା ରାସ୍ତାରେ ସହଯୋଗୀ ରମେଶ ଦଳସିଂରାୟ ସହ ମିଶି ସନ୍ତୋଷ ତାଙ୍କ ଉପରକୁ ଏସିଡ୍‌ ପକାଇଥିଲେ । ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଏସିଡ୍‌ ମାଡ଼ ଦ୍ୱାରା ଶରୀରରୁ ୮୦ ପ୍ରତିଶତ ଜଳିଯାଇଥିଲା । ଆଉ ବିକୃତ ହୋଇଯାଇଥିଲା ପ୍ରମୋଦିନୀଙ୍କ ଚେହେରା । ପରେ କଟକ ବଡ଼ ମେଡିକାଲରେ ଦୀର୍ଘ ୨ ବର୍ଷ ଚିକିତ୍ସା ପରେ ବି ପ୍ରମୋଦିନୀଙ୍କ ପୂର୍ବ ଚେହେରା ଫେରିପାରିନଥିଲା ।

ଆହୁରି ପଢ଼ନ୍ତୁ: ଦଶପଲ୍ଲା ବିଡିଓଙ୍କ ଗାଡ଼ି ଉପରକୁ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ ଅଧିକାରୀ

୨୦୦୯ରେ ଏହି ଘଟଣା ଘଟିଥିବା ବେଳେ ୨୦୧୨ ମସିହାରେ ଐହି କେସ୍‌କୁ ବନ୍ଦ କରି ଦିଆଯାଇଥିଲା। ତିନି ବର୍ଷ ପରେ ପ୍ରମାଣ ଅଭାବରୁ ମାମଲାକୁ ବନ୍ଦ କରିଦେଇଥିଲା ପୁଲିସ। କିନ୍ତୁ ହାର୍‌ ମାନିନଥିଲେ ପ୍ରମୋଦିନୀ । ଦୋଷୀଙ୍କ ଦଣ୍ଡ ଦେବାକୁ ଲଢିଲେ କେସ୍‌। ୨୦୧୮ ମସିହାରେ ଏହି ମାମଲାକୁ ପୁଣିଥରେ ଆରମ୍ଭ କରାଯାଇଥିଲା। ଆରମ୍ଭର କିଛି ଦିନ ମଧ୍ୟରେ ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତଙ୍କୁ କୋଲକତା ଓ ବିଶ୍ୱଜିତ ଦଳସିଂ ରାୟଙ୍କୁ ବାଲୁଗାଁରୁ ଗିରଫ କରାଯାଇଥିଲା। ଏହାପରେ ତିର୍ତ୍ତୋଲ ପୁଲିସ ସନ୍ତୋଷଙ୍କୁ ରିମାଣ୍ଡରେ  ଆଣି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ଯେଉଁଥିରେ ସନ୍ତୋଷ ନିଜର ସବୁ ଦୋଷ ସ୍ୱୀକାର କରି ନେଇଥିଲା। ଏହି ଘଟଣାରେ ୨ ଜଣ ପୁଲିସ୍ ଅଧିକାରୀଙ୍କୁ ବି ନିଲମ୍ବିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପିଇବାକୁ ମିଳୁନି ଟୋପାଏ ପାଣି; ରାସ୍ତାରେ ଗରା, ବାଲ୍ଟି ରଖି ମହିଳାଙ୍କ ପ୍ରତିବାଦ, ଘଟଣା ସ୍ଥଳରେ ଉତ୍ତେଜନା

09 May 2022 By The Sakala

୧୪ ବର୍ଷ ପରେ ତିର୍ତ୍ତୋଲ ଏସିଡ୍ ପୀଡିତା ପ୍ରମୋଦିନୀ ମାମଲାରେ ଆସିଲା ରାୟ : ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

ଜଗତସିଂହପୁର : ୧୪ ବର୍ଷ ପରେ ତିର୍ତ୍ତୋଲ ଏସିଡ୍ ପୀଡିତା ପ୍ରମୋଦିନୀ ମାମଲାରେ ଆସିଲା ରାୟ। ଏସିଡ୍ ମାଡ଼ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଲେଖାଁଏ ଜରିମାନା ଦଣ୍ଡାଦେଶ ମିଳିଛି। ଏହି ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଜିଲ୍ଲା ଦୌରାଜଜ୍ (ମହିଳା କୋର୍ଟ) । ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂରାୟଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।  ୨୦୦୯ ଏପ୍ରିଲ ୧୮ ତାରିଖ ଦିନ ଘଟିଥିଲା ଏକ ଚାଞ୍ଚଲ୍ୟକର ଘଟଣା ।

ସୂଚନାଯୋଗ୍ୟ ଜଗତସିଂହପୁର ତିର୍ତ୍ତୋଲ ଥାନାର କନକପୁରର ପ୍ରମୋଦିନୀଙ୍କୁ ଏକ ତରଫା ପ୍ରେମ ନିବେଦନ କରିଥିଲେ ଯବାନ ସନ୍ତୋଷ ବେଦାନ୍ତ । କିନ୍ତୁ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ପ୍ରମୋଦିନୀ । ଏହା ଶୁଣି ସନ୍ତୋଷ ରାଗିଯାଇଥିଲା । ଆଉ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା । ୨୦୦୯ ମସିହା ଏପ୍ରିଲ ୧୮ ଦିନ ପ୍ରମୋଦିନୀ ଘରକୁ ଫେରିବା ରାସ୍ତାରେ ସହଯୋଗୀ ରମେଶ ଦଳସିଂରାୟ ସହ ମିଶି ସନ୍ତୋଷ ତାଙ୍କ ଉପରକୁ ଏସିଡ୍‌ ପକାଇଥିଲେ । ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଏସିଡ୍‌ ମାଡ଼ ଦ୍ୱାରା ଶରୀରରୁ ୮୦ ପ୍ରତିଶତ ଜଳିଯାଇଥିଲା । ଆଉ ବିକୃତ ହୋଇଯାଇଥିଲା ପ୍ରମୋଦିନୀଙ୍କ ଚେହେରା । ପରେ କଟକ ବଡ଼ ମେଡିକାଲରେ ଦୀର୍ଘ ୨ ବର୍ଷ ଚିକିତ୍ସା ପରେ ବି ପ୍ରମୋଦିନୀଙ୍କ ପୂର୍ବ ଚେହେରା ଫେରିପାରିନଥିଲା ।

୨୦୦୯ରେ ଏହି ଘଟଣା ଘଟିଥିବା ବେଳେ ୨୦୧୨ ମସିହାରେ ଐହି କେସ୍‌କୁ ବନ୍ଦ କରି ଦିଆଯାଇଥିଲା। ତିନି ବର୍ଷ ପରେ ପ୍ରମାଣ ଅଭାବରୁ ମାମଲାକୁ ବନ୍ଦ କରିଦେଇଥିଲା ପୁଲିସ। କିନ୍ତୁ ହାର୍‌ ମାନିନଥିଲେ ପ୍ରମୋଦିନୀ । ଦୋଷୀଙ୍କ ଦଣ୍ଡ ଦେବାକୁ ଲଢିଲେ କେସ୍‌। ୨୦୧୮ ମସିହାରେ ଏହି ମାମଲାକୁ ପୁଣିଥରେ ଆରମ୍ଭ କରାଯାଇଥିଲା। ଆରମ୍ଭର କିଛି ଦିନ ମଧ୍ୟରେ ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତଙ୍କୁ କୋଲକତା ଓ ବିଶ୍ୱଜିତ ଦଳସିଂ ରାୟଙ୍କୁ ବାଲୁଗାଁରୁ ଗିରଫ କରାଯାଇଥିଲା। ଏହାପରେ ତିର୍ତ୍ତୋଲ ପୁଲିସ ସନ୍ତୋଷଙ୍କୁ ରିମାଣ୍ଡରେ  ଆଣି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ଯେଉଁଥିରେ ସନ୍ତୋଷ ନିଜର ସବୁ ଦୋଷ ସ୍ୱୀକାର କରି ନେଇଥିଲା। ଏହି ଘଟଣାରେ ୨ ଜଣ ପୁଲିସ୍ ଅଧିକାରୀଙ୍କୁ ବି ନିଲମ୍ବିତ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର