ଛତିଶଗଡ ନକ୍ସଲ ଆକ୍ରମଣରେ ଓଡିଆ ଯବାନ ସୁବାସ ନାୟକ ସହିଦ

The Sakala Picture
Published On

ଭୁବନେଶ୍ବର : ଛତିଶଗଡ଼ ବିଜାପୁର ନକ୍ସଲ ଆକ୍ରମଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଡିଆରଜି ବାଟାଲିୟନରେ କନେଷ୍ଟବଳ ଥିବା ଓଡିଆ ପୁଅ ସୁବାସ ନାଏକ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି । ୨୦୧୮ ମସିହାରେ ବାସାଗୁଡ଼ା ସାପ୍ତାହିକ ହାଟରେ ନକ୍ସଲ ଆକ୍ରମଣ କରିଥିଲେ ।ସେତେବେଳେ ନିଜ ଜୀବନକୁ ଭ୍ରୁକ୍ଷେପ ନକରି ନକ୍ସଲଙ୍କ ବନ୍ଧୁକ ମୁହଁରୁ ସାଥୀ ଶଙ୍କରଙ୍କ ଜୀବନ ବଞ୍ଚାଇ ଆଣିଥିଲେ ସୁବାସ । ଜଣେ ନକ୍ସଲକୁ ମାରିବା ସହ ଅସ୍ତ୍ରଶସ୍ତ୍ରକୁ ଛଡ଼ାଇ ଆଣି […]

ଭୁବନେଶ୍ବର : ଛତିଶଗଡ଼ ବିଜାପୁର ନକ୍ସଲ ଆକ୍ରମଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଡିଆରଜି ବାଟାଲିୟନରେ କନେଷ୍ଟବଳ ଥିବା ଓଡିଆ ପୁଅ ସୁବାସ ନାଏକ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି । ୨୦୧୮ ମସିହାରେ ବାସାଗୁଡ଼ା ସାପ୍ତାହିକ ହାଟରେ ନକ୍ସଲ ଆକ୍ରମଣ କରିଥିଲେ ।ସେତେବେଳେ ନିଜ ଜୀବନକୁ ଭ୍ରୁକ୍ଷେପ ନକରି ନକ୍ସଲଙ୍କ ବନ୍ଧୁକ ମୁହଁରୁ ସାଥୀ ଶଙ୍କରଙ୍କ ଜୀବନ ବଞ୍ଚାଇ ଆଣିଥିଲେ ସୁବାସ । ଜଣେ ନକ୍ସଲକୁ ମାରିବା ସହ ଅସ୍ତ୍ରଶସ୍ତ୍ରକୁ ଛଡ଼ାଇ ଆଣି ସାହସିକତାର ପରିଚୟ ଦେଇଥିଲେ ସୁବାସ । ତା’ପରେ ତାଙ୍କୁ ପଦୋନ୍ନତି ମଧ୍ୟ ମିଳିଥିଲା ।

ଆହୁରି ପଢ଼ନ୍ତୁ: କାଲି ନିଜ ଜନ୍ମକଲା ୨ ଶିଶୁଙ୍କୁ କୂଅରେ ପକାଇ ହତ୍ୟା କରିଥିଲା, ଆଜି ନିଜେ ଆତ୍ମହତ୍ୟା କଲା ମାଆ

ସୁବାସଙ୍କ ପୈତୃକ ଘର ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ । ସେ ଡିଆରଜି ବାଟାଲିୟନରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ଛତିଶଗଡରେ ହୋଇଥବା ମାଓ ଦମନ ଅଭିଯାନରେ ସେ ନକ୍ସଲଙ୍କ ଗୁଳିରେ ଆଖି ବୁଜି ସହିଦ ହୋଇଛନ୍ତି । ସୁବାସଙ୍କ ବାପା ପେଟ ପୋଷିବା ଲାଗି ଛତିଶଗଡ଼ର ବିଜାପୁର ପଳାଇଥିଲେ । ଏବେ ଗୋଟିଏ ବୋଲି ପୁଅକ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ପୂରା ପରିବାର। ସୁବାସଙ୍କୁ ହରାଇ ତାଙ୍କ ପରିବାର ଭାଙ୍ଗି ପଡ଼ିଥିବା ବେଳେ ସୁବାସଙ୍କ ସାହସିକତାକୁ ଭୁଲି ପାରୁନାହାଁନ୍ତି ସାଥୀ ଯବାନ ।

ଆହୁରି ପଢ଼ନ୍ତୁ: ଜମ୍ମୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଉପରେ ଗୁଳିମାଡ଼, ୨୦ ବର୍ଷ ଧରି ହତ୍ୟା ଷଡ଼ଯନ୍ତ୍ର ରଚୁଥିଲା ଆକ୍ରମଣକାରୀ

06 Apr 2021 By The Sakala

ଛତିଶଗଡ ନକ୍ସଲ ଆକ୍ରମଣରେ ଓଡିଆ ଯବାନ ସୁବାସ ନାୟକ ସହିଦ

ଭୁବନେଶ୍ବର : ଛତିଶଗଡ଼ ବିଜାପୁର ନକ୍ସଲ ଆକ୍ରମଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଡିଆରଜି ବାଟାଲିୟନରେ କନେଷ୍ଟବଳ ଥିବା ଓଡିଆ ପୁଅ ସୁବାସ ନାଏକ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି । ୨୦୧୮ ମସିହାରେ ବାସାଗୁଡ଼ା ସାପ୍ତାହିକ ହାଟରେ ନକ୍ସଲ ଆକ୍ରମଣ କରିଥିଲେ ।ସେତେବେଳେ ନିଜ ଜୀବନକୁ ଭ୍ରୁକ୍ଷେପ ନକରି ନକ୍ସଲଙ୍କ ବନ୍ଧୁକ ମୁହଁରୁ ସାଥୀ ଶଙ୍କରଙ୍କ ଜୀବନ ବଞ୍ଚାଇ ଆଣିଥିଲେ ସୁବାସ । ଜଣେ ନକ୍ସଲକୁ ମାରିବା ସହ ଅସ୍ତ୍ରଶସ୍ତ୍ରକୁ ଛଡ଼ାଇ ଆଣି ସାହସିକତାର ପରିଚୟ ଦେଇଥିଲେ ସୁବାସ । ତା’ପରେ ତାଙ୍କୁ ପଦୋନ୍ନତି ମଧ୍ୟ ମିଳିଥିଲା ।

ସୁବାସଙ୍କ ପୈତୃକ ଘର ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ । ସେ ଡିଆରଜି ବାଟାଲିୟନରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ଛତିଶଗଡରେ ହୋଇଥବା ମାଓ ଦମନ ଅଭିଯାନରେ ସେ ନକ୍ସଲଙ୍କ ଗୁଳିରେ ଆଖି ବୁଜି ସହିଦ ହୋଇଛନ୍ତି । ସୁବାସଙ୍କ ବାପା ପେଟ ପୋଷିବା ଲାଗି ଛତିଶଗଡ଼ର ବିଜାପୁର ପଳାଇଥିଲେ । ଏବେ ଗୋଟିଏ ବୋଲି ପୁଅକ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ପୂରା ପରିବାର। ସୁବାସଙ୍କୁ ହରାଇ ତାଙ୍କ ପରିବାର ଭାଙ୍ଗି ପଡ଼ିଥିବା ବେଳେ ସୁବାସଙ୍କ ସାହସିକତାକୁ ଭୁଲି ପାରୁନାହାଁନ୍ତି ସାଥୀ ଯବାନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର