ବାଘ ଛାଲ ଜବତ ପାଞ୍ଚ ଅଭିଯୁକ୍ତ ଗିରଫ

The Sakala Picture
Published On

ନୂଆପଡ଼ା: ପୁଣି ନୂଆପଡ଼ାରେ ଧରାପଡିଲେ ବାଘ ଛାଲ ବେପାରୀ । ଖଡିଆଳ ବନ ବିଭାଗ ପକ୍ଷରୁ ଏକ କଲରାପତରିଆ ବାଘ ଛାଲ ବିକ୍ରି ସମୟରେ ଜବତ୍ କରିଛି ବନବିଭାଗ। ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇ ବାଇକ ସହ ୪ଗୋଟି ମୋବାଇଲ ଫୋନ ଜବତ୍ କରିଥିବା ସୂଚନା ଦେଲେ ଖଡ଼ିଆଳ ଡି.ଏଫ.ଓ । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ସାନମହେଶ୍ୱର୍ ସେକ୍ସନ ହରିପୁର ଗ୍ରାମ ଠାରେ ଏକ କଲରାପତରିଆ ବାଘ ଛାଲକୁ […]

ନୂଆପଡ଼ା: ପୁଣି ନୂଆପଡ଼ାରେ ଧରାପଡିଲେ ବାଘ ଛାଲ ବେପାରୀ । ଖଡିଆଳ ବନ ବିଭାଗ ପକ୍ଷରୁ ଏକ କଲରାପତରିଆ ବାଘ ଛାଲ ବିକ୍ରି ସମୟରେ ଜବତ୍ କରିଛି ବନବିଭାଗ। ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇ ବାଇକ ସହ ୪ଗୋଟି ମୋବାଇଲ ଫୋନ ଜବତ୍ କରିଥିବା ସୂଚନା ଦେଲେ ଖଡ଼ିଆଳ ଡି.ଏଫ.ଓ ।

ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ସାନମହେଶ୍ୱର୍ ସେକ୍ସନ ହରିପୁର ଗ୍ରାମ ଠାରେ ଏକ କଲରାପତରିଆ ବାଘ ଛାଲକୁ ବିକ୍ରି ପାଇଁ ଗ୍ରାହକ ସହ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ବେଳେ ବିଭାଗ ଚଢାଉ କରି ବାଘ ଛାଲ ଜବତ୍ କରିଥିବା ବେଳେ  ବିକ୍ରି କାରବାରରେ ଲିପ୍ତ ଥିବା ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ସେହିପରି ଚଢାଉ ସ୍ଥଳରୁ ଦୁଇ ବାଇକ୍, ୪ ଗୋଟି ମୋବାଇଲ ଫୋନ ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରହିଥିବା ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ , ସୀମାନ୍ତ କୁ ଲାଗି ଛତିଶଗଡ଼ ଅଞ୍ଚଳର ସୀତା ନଦୀ ବ୍ୟାଘ୍ର ଅଭୟାରଣ୍ୟ ରହିଛି ଯାହା ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ ସହିତ ସଂଯୋଗ କରୁଛି। ଏହି ଅଞ୍ଚଳରୁ ବାରମ୍ବାର ବାଘ ଛାଲ ଜବତ ହୋଇ ଥିବା ବେଳେ ପୁଣି ଏକ ସଫଳତା ବନ ବିଭାଗକୁ ମିଲିଛି । ଏହି ଚଢାଉରେ ଖଡ଼ିଆଳ ରେଞ୍ଜର ସଂସ୍କୃତି ବଡ଼ନାଏକ, ଫରେଷ୍ଟର ଧର୍ମେନ୍ଦ୍ର ନାଏକ, କନ୍ଦର୍ପ ସୁନାନୀ, ମିତାରଣି ସାହୁ, ନରେଶେ ଦଣ୍ଡସେନା ସହ ବହୁ କର୍ମଚାରୀ ସହଯୋଗ କରିଥିଲେ।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ