ମନୋରଞ୍ଜନ
ଭିଜିଲାନ୍ସ ଜାଲରେ OAS ଅଧିକାରୀ, ଲାଞ୍ଚ ନେଇ ଧରାପଡ଼ିଲେ....

ଗଞ୍ଜାମ: ଭିଜିଲାନ୍ସ ଜାଲରେ OAS ଅଧିକାରୀ। ଭିଜିଲାନ୍ସ ଜାଲରେ ଗଞ୍ଜାମ ବେଲଗୁଣ୍ଠା NAC କାର୍ଯ୍ୟନିର୍ବାହୀ ଅଧିକାରୀ। କାର୍ଯ୍ୟନିର୍ବାହୀ ଅଧିକାରୀ OAS ବନମାଳୀ ଶତପଥୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ । ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଓ ଏରିୟର କରାଇଦେବାକୁ ଲାଞ୍ଚ ନେଉଥିଲେ। ଲାଞ୍ଚ ନେଇ ଧରାପଡ଼ିବା ପରେ ବନମାଳୀଙ୍କ ୩ଟି ସ୍ଥାନରେ ରେଡ୍ ଆରମ୍ଭ ହୋଇଛି।