ଆଜିଠୁ ଫେସ୍‌ ସ୍କାନ କିମ୍ବା ଫିଙ୍ଗର୍‌ପ୍ରିଣ୍ଟରେ ପେମେଣ୍ଟ୍‌ , ଦେବାକୁ ପଡ଼ବନି ପିନ୍

Deviprasad Mohanty Picture
Published On

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ ସହଜ ଓ ସୁରକ୍ଷିତ କରିବା ପାଇଁ  ୟୁନିଫାଏଡ୍ ପେମେଣ୍ଟସ ଇଣ୍ଟରଫେସ୍‌ (ୟୁପିଆଇ) କାରବାର କ୍ଷେତ୍ରରେ ଆସନ୍ତାକାଲିଠାରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ଏହି ନିୟମ ଅନୁଯାୟୀ, ଏଣିକି ୟୁପିଆଇରେ ଅର୍ଥ ନେଣଦେଣ କରୁଥିବା ୟୁଜର୍ସଙ୍କୁ ପେମେଣ୍ଟ କରିବା ପାଇଁ ଆଉ ପିନ୍‌ ଦେବାକୁ ପଡ଼ିବନାହିଁ। ଏହା ବଦଳରେ ଫେସ୍‌ ସ୍କାନ କିମ୍ବା ଫିଙ୍ଗରପ୍ରିଣ୍ଟ୍ ବା ଟିପଚିହ୍ନ ଦ୍ବାରା ପେମେଣ୍ଟ କରିହେବ। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜାରି କରିଥିବା ମାର୍ଗଦର୍ଶିକା ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି, ଯେଉଁଥିରେ ପେମେଣ୍ଟ ପାଇଁ ବିକଳ୍ପ ଅଥେଣ୍ଟିକେସନ ବା ଭେରିଫାଏ କଥା କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଏହି ନୂତନ ପଦ୍ଧତି ୟୁପିଆଇ ପେମେଣ୍ଟକୁ ଅଧିକ ସୁବିଧାଜନକ, ସୁରକ୍ଷିତ ଏବଂ ବ୍ୟବହାରକାରୀ-ଅନୁକୂଳ କରିବ। ନୂତନ ବୈଶିଷ୍ଟ୍ୟଗୁଡ଼ିକ ୟୁପିଆଇ ପେମେଣ୍ଟ କରିବା ପାଇଁ ପିନ୍‌ର ଆବଶ୍ୟକତାକୁ ଇଚ୍ଛାଧୀନ କରିବ। ଏକ ରିପୋର୍ଟ ଅନୁସାରେ, ନୂଆ ସୁବିଧା ଦ୍ବାରା ପେମେଣ୍ଟର ଅଥେଣ୍ଟିକେସନ ଭାରତ ସରକାରଙ୍କ ଆଧାର ସିଷ୍ଟମରେ ଥିବା ବାୟୋମେଟ୍ରିକ୍ସ ଡାଟା ମାଧ୍ୟମରେ କରାଯିବ। ଅର୍ଥାତ ୟୁଜର୍ସଙ୍କ ଫେସ୍‌ କିମ୍ବା ଫିଙ୍ଗରପ୍ରିଣ୍ଟ ସେମାନଙ୍କ ଆଧାର ତଥ୍ୟ ସହ ମେଳ କରାଯିବ। ଏହାପରେ ଯାଇ ପେମେଣ୍ଟକୁ ଅନୁମତି ମିଳିପାରିବ। 

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ବର୍ତ୍ତମାନ ୟୁପିଆଇରେ ୟୁଜର୍ସଙ୍କୁ କାରବାର କରିବା ପାଇଁ ୪ କିମ୍ବା ୬ ଅଙ୍କର ପିନ୍ ଦେବାକୁ ପଡ଼ୁଛି। ନୂଆ ସିଷ୍ଟମ୍‌ଲାଗୁ ହେବା ପରେ ଫେସ୍ ସ୍କାନ କିମ୍ବା ଫିଙ୍ଗରପ୍ରିଣ୍ଟ ସେନ୍ସର ଜରିଆରେ ପେମେଣ୍ଟ ତୁରନ୍ତ ଅଥେଣ୍ଟିକେସନ ବା ଭେରିଫାଏ ହୋଇଯିବ। ଏହାଦ୍ବାରା ଅଥେଣ୍ଟିକେସନ ସମୟ କମିବ, ସୁରକ୍ଷା ବଢ଼ିବ ଏବଂ ୟୁଜର ଏକ୍ସପିରିଏନ୍ସ ଆହୁରି ସହଜ ହେବ। ବିଶେଷଜ୍ଞଙ୍କ କହିବା ଅନୁସାରେ ବାୟୋମେଟ୍ରିକ ଅଥେଣ୍ଟିକେସନ ଫଳରେ ଠକେଇ ସମ୍ଭାବନା ମଧ୍ୟ କମ୍‌ ରହିବ। କାରଣ କାହାର ଚେହେରା ଏବଂ ଫିଙ୍ଗରପ୍ରିଣ୍ଟକୁ କପି କରିବା ମୁସ୍କିଲ। ଅବଶ୍ୟ ଡାଟା ସୁରକ୍ଷା ଏବଂ ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ଏନପିସିଆଇ ଏବଂ ୟୁଆଇଡିଏଆଇ ମଧ୍ୟରେ ମଜଭୁତ ବୈଷୟିକ ନବାଚାର ପାଳନ କରାଯିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର