ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା; ବର୍ଷିଲା ବିଜେଡି, ବିଜେପି ସରକାର ଆସିବା ପରେ ଗଞ୍ଜାମରେ ୧୨୮ଟି ହତ୍ୟାକାଣ୍ଡ....

Deviprasad Mohanty Picture
Published On

ଭୁବନେଶ୍ବର: ଗତ କିଛି ଦିନ ଧରି ଓଡ଼ିଶାରେ ହେଉଥିବା ସମ୍ପୂର୍ଣ୍ଣ ଆଇନ ଶୃଙ୍ଖଳା ବିଫଳତା, ଓ ସମ୍ବେଦନଶୀଳ ଘଟଣା ସବୁ ଅଞ୍ଚଳରେ ଘଟୁଛି। ଗତକାଲି ରାତିରେ ବ୍ରହ୍ମପୁର ସହରରେ ଜଣେ ବରିଷ୍ଠ ଆଇନଜୀବୀ ତଥା ବାର କାଉଁସିଲ ସଦସ୍ୟ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି ମାଡ଼ କରି ହତ୍ୟା କରାଯାଇଛି। ଗତକାଲି ଗଞ୍ଜାମର ବଡ଼ ପର୍ବ କୁମାର ପୁର୍ଣ୍ଣିମା ଥିଲା। ପ୍ରତିବର୍ଷ ଏହି ସମୟରେ ଗଞ୍ଜାମ ଜିଲ୍ଲାରେ ପୁଲିସର ସକ୍ରିୟ ପାଟ୍ରୋଲିଙ୍ଗ ହୁଏ। ହେଲେ ଗତକାଲି ନ ଥିଲା। ଦୁର୍ବୃତ୍ତ ମାରି ପଳାଇଲେ। ୧୫ ଘଣ୍ଟା ହେବ ସେମାନଙ୍କ ଟେର ମିଳୁନି। ଯେଉଁ ସ୍ଥାନରେ ତାଙ୍କ ହତ୍ୟା ହେଲା, ସେଠି ଥିବା ସିସିଟିଭି ବି ବାହାର କରାଯାଇଥିଲା। ଅର୍ଥାତ ଯୋଜନାବଦ୍ଧ ଭାବେ ଏହି ହତ୍ୟା କରାଯାଇଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସ୍ଥାନୀୟ IIC ଛୁଟିରେ ଥିଲେ। ବ୍ରହ୍ମପୁର ପୁଲିସ ଜିଲ୍ଲା SP ବି ଛୁଟିରେ ଅଛନ୍ତି। ଏହା ସମ୍ପୂର୍ଣ୍ଣ ସରକାରଙ୍କ ଗୁଇନ୍ଦା ଆଇନ ଶୃଙ୍ଖଳାର ବିଫଳତା ୧୬ ମାସର ମୋହନ ମାଝୀ ସରକାର ଶାସନ ଭାର ନେବା ପରେ ଗଞ୍ଜାମରେ ରେକର୍ଡ ୧୨୮ ହତ୍ୟା ହୋଇଛି। ଧରାକୋଟ ଭଞ୍ଜନଗରରେ ବି ହତ୍ୟା ହୋଇଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ନବୀନ ପଟ୍ଟନାୟକ ଗଞ୍ଜାମରେ ଶାନ୍ତି ଫେରାଇ ଆଣିଥିଲେ। ହେଲେ ଆଜି ସରକାରରେ ପୁଲିସ ନାଚାର। ମୁଖ୍ୟମନ୍ତ୍ରୀ ନିଜେ ଗୃହ ମନ୍ତ୍ରୀ, ଗଞ୍ଜାମ ଜିଲ୍ଲାରେ ୧୧ ବିଜେପି ବିଧାୟକ, ଜଣେ ସାସଂଦ, ଦୁଇ ଜଣ ମନ୍ତ୍ରୀ ନିଜ ଦଳର ଆଇନଜୀବିଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି। ବ୍ରହ୍ମପୁର ଓଡ଼ିଶା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର. ବିଜେପି ନିଜ ନେତାଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି। ଆଇନଜୀବି ନିଜ ସୁରକ୍ଷା ପାଇଁ ନୂଆ ଆଇନ ପାଇଁ ଦାବି କରୁଛନ୍ତି। ହେଲେ ସରକାର ଭୃକ୍ଷେପ କରୁନି। ବିଜେଡି ପୀତବାସ ପଣ୍ଡାଙ୍କ ହତ୍ୟାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ସରକାରଙ୍କ ବେପରୁଆ ଆଇନ ବ୍ୟବସ୍ଥାକୁ ନିନ୍ଦା କରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି


ବିଜେପି ସରକାରର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ବିଜେଡି ଆନ୍ଦୋଳନ କରି ଆସୁଛି। ଗତ ଏକ ସପ୍ତାହରେ ଯାହା ଘଟିଛି, ତାହା ଆଜି ଯାଏ କେବେ ହୋଇ ନ ଥିଲା। କିଛି ସମୟ ତଳେ କଣାସରେ ଲକ୍ଷ୍ମୀ ବସରେ ପଶି ଜଣେ ଦୁର୍ବୃତ୍ତ ହାଣି ଚାଲିଲେ। ପରିବହନ ମନ୍ତ୍ରୀ ଗଞ୍ଜାମର। ତାଙ୍କ ସହଯୋଗୀ ପୀତବାସ ପଣ୍ଡା। ଲକ୍ଷ୍ମୀ ବସରେ ହତ୍ୟା ହେଉଛି। ବାଲି, ଖାଦାନ ବି ଲୁଟ ହେଉଛିୟ ଏହି ଦୁଇ ବିଭାଗ ବିଭୂତି ଜେନାଙ୍କ ପାଖରେ. ଆଶ୍ଚର୍ଯ୍ୟ ଲାଗୁଛି। ସେ କହୁଛନ୍ତି କାହାକୁ ଛଡା ଯିବନି। ହେଲେ କେଉଁଠି ବି ଦୋଷୀ ଧରା ପଡୁନି।

ଦୋଷୀର ଆଇନ ପୁଲିସ ପ୍ରତି ଭୟ ନାହିଁ। ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ସରକାର ବିଫଳ। SI ପରୀକ୍ଷା ବିଭ୍ରାଟ ବି ଗଞ୍ଜାମରେ ହେଲା । ଚୌଦ୍ୱାର ଜେଲରୁ ଦୁଇ କଏଦୀ ଚମ୍ପଟ ମାରୁଛନ୍ତି। ଭାଇଚାରାର ସହର କଟକରେ କଣ କଲେ ସରକାର। ବିଶ୍ରାରେ ହତ୍ୟାକାଣ୍ଡ, ବାଲେଶ୍ୱରରେ କର୍ଫ୍ୟୁ, କେତେ ହତ୍ୟା ଏକ ବର୍ଷରେ, ତାହାର ହିସାବ ନାହିଁ। ବିଜେଡି ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନିନ୍ଦା କରୁଛି। ସରକାରଙ୍କ ନିର୍ଦ୍ଧିଷ୍ଟ ପଦକ୍ଷେପ ନାହିଁ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ।

ମୁଖ୍ୟମନ୍ତ୍ରୀ, ଡିଜି, ଗୃହ ସଚିବ, ମୁଖ୍ୟ ଶାସନ ସଚିବ, SP, IG, DG ଆଇନ ଶୃଙ୍ଖଳା ପାଇଁ ଦିନେ ବି ବୈଠକ ନେଲେନି। ପ୍ରତିଦିନ ଖବରକାଗଜ ପଢିଲେ, ହତ୍ୟା, ଲୁଟ. ଦିନରେ ସରକାରୀ ବସରେ ପଶି ହତ୍ୟା କରାଯାଉଛି। ପୀତବାସ ପଣ୍ଡାଙ୍କ ହତ୍ୟାର ତଦନ୍ତ ସକ୍ରିୟ ଭାବେ କରନ୍ତୁ ସରକାର।ବିଜେପି କେବଳ ବାକ୍ୟବାଣ କରି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରନ୍ତୁ। ହେଲେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବାହାରକୁ ପଳାଇବ ବୋଲି ବିଜେଡ଼ିର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର