ବୁଧବାର ରାଶିଫଳ ( ୦୮-୧୦-୨୦୨୫)

Satyajeet Sahoo Picture
Published On

ମେଷ: ଅଚାନକ ଖୁସି ଖବର ପାଇପାରନ୍ତି। ଆୟ ଅନୁସାରେ ବ୍ୟୟ ହେବ।  ପେଟ ଜନିତ ସମସ୍ୟା ଦେଖା ଦେବ। ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ଦେଖାଦେବ। 

ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସନ୍ଧ୍ୟାରେ ବନ୍ଧୁଙ୍କ ସହ ବୁଲିବାକୁ ଯିବେ। ନିବେଶ କରିବା ପାଇଁ ଉପଯୁକ୍ତ ସମୟ। 

ମିଥୁନ: କ୍ୟାରିୟରକୁ ନେଇ ଚିନ୍ତିତ ରହିପାରନ୍ତି। ପରିବାର ପାଇଁ ସମୟ ବାହାର କରିବେ। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେବ। ନିବେଶରୁ ଲାଭ ପାଇବେ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। 

କର୍କଟ: ଧାର୍ମିକ ସ୍ଥାନକୁ ଯାତ୍ରା ଯୋଗ ଅଛି। ମନ ପ୍ରସନ୍ନ ରହିବ। ମାନସିକ ଚିନ୍ତା ଦୂର ହେବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ।  ଦୀର୍ଘ ଦିନର ଆଶା ପୂରଣ ହେବ। 

ସିଂହ: ବ୍ୟବସାୟ ପାଇଁ ଚିନ୍ତାରେ ରହିବେ। ଅର୍ଥ ନିବେଶରୁ ଦୂରେଇ ରହିବେ। ନୂଆ କାମ ପାଇଁ ଉପଯୁକ୍ତ ସମୟ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। । ଅଫିସ୍ ସହକର୍ମୀଙ୍କ ସହଯୋଗ ପାଇବେ। 

କନ୍ୟା: ଦୀର୍ଘଦିନରୁ ଚାଲିଥିବା ପାରିବାରିକ ମତଭେଦ ଦୂର ହେବ। କର୍ମ ଚଞ୍ଚଳ ରହିବେ। ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ। ନୂଆ ବ୍ୟବସାୟ ଆରମ୍ଭ କରିବେ। ଲୋକସମ୍ପର୍କ ବୃଦ୍ଧି ପାଇବ। 

ତୁଳା: ଦିନଟି ଶୁଭଫଳ ପ୍ରଦାନ କରିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ମନରୁ ନକାରାତ୍ମକ ଚିନ୍ତାଧାର ଦୂର ହେବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।  

ବିଛା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଜମିବାଡ଼ିକୁ ନେଇ ବିବାଦ ଦେଖା ଦେବ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା ଯୋଗ ଅଛି। ନିଜ ଲୋକ ଶତ୍ରୁ ସାଜି ପାରନ୍ତି। ଖର୍ଚ୍ଚ ବଢ଼ିପାରେ । 

ଧନୁ: ଘର ପାଇଁ ନୂଆ ଜିନିଷ କିଣିବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଯୁକ୍ତିତର୍କ ହୋଇପାରେ । 

ମକର: ବିବାଦୀୟ କାର୍ଯ୍ୟରୁ ଦୂରେଇ ରହିବେ। ନୂଆ ଗାଡ଼ି କିଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଭଗବାନ ଶିବଙ୍କୁ ପୂଜା କରିବେ। ପରିବାର ସଦସ୍ୟଙ୍କ ସହ ହସ ଖୁସିରେ ସମୟ ଅତିବାହିତ କରିବେ। 

କୁମ୍ଭ: ନୂଆ କାର୍ଯ୍ୟ ଆରମ୍ଭରୁ ଦୂରେଇ ରହିବେ। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ପଡ଼ୋଶୀଙ୍କ ସହ ମତାନ୍ତର ହେବ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହେବ। 

ମୀନ: ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଗୀତ, ନାଚରେ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ଘରେ ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସମସ୍ତ ଇଚ୍ଛା ପୂରଣ ହେବ।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ

ସମ୍ବନ୍ଧିତ ଖବର