ଗାଧୋଇବାବେଳେ ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ

The Sakala Picture
Published On

ନବରଙ୍ଗପୁର: ପୋଖରୀରେ ବୁଡି ଦୁଇ ନାବାଳିକା ମୃତ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗାଁରେ ଅଘଟଣ । ସୂଚନା ଅନୁସାରେ, ନିଜ ଘର ନିକଟସ୍ଥ ଏକ ପୋଖରୀରେ ଦୁଇ ନାବାଳିକା ଗାଧୋଇବା ପାଇଁ ଯାଇଥିବା ସମୟରେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକ ଦୁଇଜଣ ଗାଁର ଚନ୍ଦ୍ର ଭତ୍ରାଙ୍କ ଝିଅ ତନୁ ଭତ୍ରା (ବୟସ ୧୨) ଏବଂ ନନ୍ଦ ଭତ୍ରାଙ୍କ ଝିଅ ମଞ୍ଜୁଳା ଭତ୍ରା (ବୟସ ୧୨) ବୋଲି […]

ନବରଙ୍ଗପୁର: ପୋଖରୀରେ ବୁଡି ଦୁଇ ନାବାଳିକା ମୃତ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗାଁରେ ଅଘଟଣ । ସୂଚନା ଅନୁସାରେ, ନିଜ ଘର ନିକଟସ୍ଥ ଏକ ପୋଖରୀରେ ଦୁଇ ନାବାଳିକା ଗାଧୋଇବା ପାଇଁ ଯାଇଥିବା ସମୟରେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକ ଦୁଇଜଣ ଗାଁର ଚନ୍ଦ୍ର ଭତ୍ରାଙ୍କ ଝିଅ ତନୁ ଭତ୍ରା (ବୟସ ୧୨) ଏବଂ ନନ୍ଦ ଭତ୍ରାଙ୍କ ଝିଅ ମଞ୍ଜୁଳା ଭତ୍ରା (ବୟସ ୧୨) ବୋଲି ଜଣାପଡିଛି । ସ୍କୁଲରେ ଗୁରୁଦିବସ ପାଳନ କରି ସାରି ଫେରିବା ପରେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ ଦୁଇ ନାବାଳିକା । ଘଟଣାସ୍ଥଳରେ କୋଷଗୁମୁଡା ଅଗ୍ନିସମ ବିଭାଗ ଏବଂ ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ କୋଷାଗୁମୁଡା ଡାକ୍ତରଖାନା ପଠେଇଥିବା ଜଣାପଡିଛି ।

Join Us @ WhatsApp

About The Author