IED ବିସ୍ଫୋରଣରେ ଜଣେ ଯବାନ ସହିଦ, ୨ ଗୁରୁତର ...

Deviprasad Mohanty Picture
Published On

ରାଉରକେଲା: ଝାଡ଼ଖଣ୍ଡ ରାଜ୍ୟ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ଫୋରଣରେ ଜଣେ CRPF କନଷ୍ଟେବଳ ସହିଦ ହୋଇଛନ୍ତି। ସହିଦ କନଷ୍ଟେବଳ ଆସାମର ମହେନ୍ଦ୍ର ଲସକର। ଅନ୍ୟ ଜଣେ ଏଏସଆଇ ଓ ଇନ୍ସପେକ୍ଟର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଇନ୍ସପେକ୍ଟର କୈଶଲ କୁମାର ମିଶ୍ର ଏବଂ ଏଏସଆଇ ରାମକୃଷ୍ଣ ଗରାଇଙ୍କୁ ଏୟାର ଲିଫ୍ଟ କରାଯିବ। ରାଉରକେଲା ଆପୋଲୋ ହସ୍ପିଟାଲରୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ଏମ୍ସ ନିଆଯିବ। ଗତକାଲି ଦୁଇଟି ବିସ୍ଫୋରଣରେ CRPF ର ଜଣେ ଇନ୍ସପେକ୍ଟର ଓ ଜଣେ ଏଏସ ଆଇ ଗୁରୁତର ଆହତ ହେବା ସହ  ଜଣେ କନେଷ୍ଟବଳ ସହିଦ ହୋଇଛନ୍ତି। ଗୁରୁତର ଆହତ ଇନ୍ସପେକ୍ଟର ଓ ଏଏସଆଇ ରାଉରକେଲା  ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ସରଣ୍ଡା ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି।

Join Us @ WhatsApp

About The Author