ଯନ୍ତ୍ରଣାର ଜଣାଶୁଣା ଶତ୍ରୁ ଆର୍ଥ୍ରାଇଟିସ୍‌; ଜାଣନ୍ତୁ ଏହାର କାରଣ, ଲକ୍ଷଣ, ପ୍ରଭାବ ଓ ନିରାକରଣ

Deviprasad Mohanty Picture
Published On

ବର୍ତ୍ତମାନ ସମୟରେ ଆର୍ଥ୍ରାଇଟିସ୍‌ ଏକ  ଗମ୍ଭୀର  ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭାହୋଇଛି। ଏହା ଗତିଶୀଳତା ଓ ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତ କରିଥାଏ। ଗବେଷଣା ଅନୁଯାୟୀ, ଭାରତରେ ପ୍ରାୟ ୧୯.୫ କୋଟି ଲୋକ ଏହି ରୋଗରେ ପୀଡ଼ିତ। ମହିଳାମାନେ ଏହି ରୋଗରେ ପୁରୁଷମାନଙ୍କଠାରୁ ଦୁଇ ଗୁଣା ଅଧିକ  ପ୍ରଭାବିତ। କେବଳ ବୟସ୍କ ନୁହଁନ୍ତି; ଏବେ ଯୁବଗୋଷ୍ଠୀ ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି। ତେବେ ଆର୍ଥ୍ରାଇଟିସ୍‌କୁ ଠିକ୍ ସମୟରେ ଚିକିତ୍ସା ନ ମିଳିଲେ ଏହା ଜଣକୁ ଅକର୍ମଣ୍ୟ କରିଦେଇପାରେ।  

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଆର୍ଥ୍ରାଇଟିସ୍‌ର ପ୍ରକାର ଓ ଲକ୍ଷଣ
ଆର୍ଥ୍ରାଇଟିସ୍‌ ବିଭିନ୍ନ ପ୍ରକାରର ରହିଛି।  ପ୍ରତ୍ୟେକର କାରଣ, ଲକ୍ଷଣ ଓ ପ୍ରଭାବ ଅଲଗା ଅଟେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଅଷ୍ଟିଓ ଆର୍ଥ୍ରାଇଟିସ୍‌: ବୟସ ଓ କାର୍ଯ୍ୟ ଦ୍ୱାରା ଗଣ୍ଠିରେ କାର୍ଟିଲେଜର କ୍ଷୟ ଯୋଗୁ ସାଧାରଣତଃ ଏହା ବୃଦ୍ଧା ଅବସ୍ଥାରେ ଦେଖାଦେଇଥାଏ। ଗଣ୍ଠିରେ ଯନ୍ତ୍ରଣା, ଚାଲିବାରେ କଠିନତା ଆଦି ଏହାର ଲକ୍ଷଣ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ (RA):  ଏକ ସ୍ୱୟଂ ପ୍ରତିରୋଧୀ ରୋଗ। ଏହା  ଗଣ୍ଠି ଓ ରକ୍ତକଣିକାକୁ ପ୍ରଭାବିତ କରେ। ହାତ ଓ ଗୋଡ଼ର ଗଣ୍ଠିଗୁଡିକ ଫୁଲିବା ସହ ଦରଜ ଅନୁଭୁତ ହୁଏ।

ସୋରିଆଟିକ୍‌ ଆର୍ଥ୍ରାଇଟିସ୍‌:  ଏହା ଗଣ୍ଠି ଏବଂ ଚର୍ମକୁ ପ୍ରଭାବିତ କରେ। ଗଣ୍ଠିଯନ୍ତ୍ରଣା, କଠିନତା, ଫୁଲିବା ତଥା  ତ୍ୱଚାରେ  ନାଲି ଚିହ୍ନ ଦେଖାଦେବା ଏହାର ଲକ୍ଷଣ ହୋଇପାରେ।

ଗାଉଟ୍‌:  ୟୁରିକ୍ ଅମ୍ଳ ବୃଦ୍ଧି ହୋଇ ପାଦ ଗଣ୍ଠିରେ କ୍ରିଷ୍ଟାଲ ଜମି ଅଚାନକ ଯନ୍ତ୍ରଣା ହେବା ସହ ଫୁଲିଯାଏ। ଯନ୍ତ୍ରଣା ଏବଂ ଫୁଲା ଯୋଗୁ ଗଣ୍ଠିକୁ ଚଳପ୍ରଚଳ କରିବାରେ ସମସ୍ୟା ହୁଏ।

Systemic Lupus Erythematosus (SLE): ଏହା ଏକ ବ୍ୟାପକ ସ୍ୱୟଂ ପ୍ରତିରୋଧୀ ରୋଗ, ଯେଉଁଥିରେ ଯକୃତ, ଫୁସ୍‌ଫୁସ୍‌, ବୃକ୍‌କ ଆଦି ଅଙ୍ଗ ପ୍ରଭାବିତ ହୋଇଥାଏ।

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌: ଏହା ମୁଖ୍ୟତଃ ପିଠି ବା ଅଣ୍ଟାରେ ଦେଖାଦେଇଥାଏ। ଏହି ରୋଗରେ ହାଡ଼ ଯୋଡ଼ି ହୋଇଯିବାର ସମ୍ଭାବନା ଥାଏ । ସକାଳୁ ଉଠିଲେ ଅଣ୍ଟା ଓ ପିଠି ଦରଜ ହେବା ଆଦି ଏହାର ଲକ୍ଷଣ।

ତେଣୁ ଦୀର୍ଘ ଦିନ ଧରି ଗଣ୍ଠି, ହାତ, ପାଦ, କାନ୍ଧ ଆଦିରେ ଯନ୍ତ୍ରଣା ବା ଫୁଲା, ଜ୍ବର ଅନୁଭୂତି, ଥକ୍କାପଣ, ଚାଲିବାରେ ଯନ୍ତ୍ରଣା, ତ୍ବଚାରେ ଲାଲ ଚିହ୍ନ, ରକ୍ତପରୀକ୍ଷାରେ ଇଏସ୍‌ଆର, ସିଆର୍‌ପିରେ ବୃଦ୍ଧି ଥିଲେ Ðୁମାଟୋଲୋଜିଷ୍ଟଙ୍କ ପରାମର୍ଶ  ନେବା ଆବଶ୍ୟକ। 

ଜୀବନଶୈଳୀରେ ପରିବର୍ତ୍ତନ ଜରୁରି:  ଜୀବନଶୈଳୀ ଜନିତ ସାବଧାନତା ଯଥା- ସଠିକ ଓଜନ ରଖିବା,  ହାଲୁକା ବ୍ୟାୟାମ କରିବା, ଗଣ୍ଠି ଉପରେ ଚାପ ପଡ଼ିବା ଭଳି କାର୍ଯ୍ୟରୁ ବଞ୍ଚିତ ହେବା ଆବଶ୍ୟକ। ଓମେଗା-୩ ଫ୍ୟାଟି ଏସିଡ୍, କ୍ୟାଲସିୟମ୍, ଭିଟାମିନ୍ D ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଆର୍ଥ୍ରାଇଟିସ୍‌ ଜନିତ ଅସୁବିଧା କମି ଯାଇପାରେ। ଧୂମପାନ ଓ ମଦ୍ୟପାନଠୁ ଦୂରେଇବା ଭଲ।

ଚିକିତ୍ସା ପଦ୍ଧତି:  ଆର୍ଥ୍ରାଇଟିସ୍‌ର ଚିକିତ୍ସା ରୋଗର ପ୍ରକାର, ତୀବ୍ରତା ଓ ରୋଗୀର ସ୍ବାସ୍ଥ୍ୟ ଅବସ୍ଥା ନିରୂପଣ  ହୋଇଥାଏ। ସାଧାରଣତଃ ଯନ୍ତ୍ରଣା ଓ ଫୁଲା ହ୍ରାସ ପାଇଁ ଔଷଧ  ଯଥା- ଏନ୍ଏସ୍ଏଆଇଡିସ୍, ଡିଏମ୍ଏଆର୍‌ଡିସ୍‌, ବାୟୋଲୋଜିକ୍ସ, ଫିଜିଓଥେରାପି ଓ ଜୀବନଶୈଳୀ ପରିବର୍ତ୍ତନ ମୁଖ୍ୟ ଭୂମିକା ନିଭାନ୍ତି। ପ୍ରଶିକ୍ଷିତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ସହିତ ଉଚିତ ଆହାର, ବ୍ୟାୟାମ, ଓ ଯୋଗ ଦ୍ୱାରା ରୋଗୀ ଦୈନନ୍ଦିନ ଜୀବନକୁ ଆରାମଦାୟକ କରିପାରିବେ।

ପ୍ରଫେସର ଡା. ଜ୍ୟୋତିରଞ୍ଜନ ପରିଡ଼ା
ଚିକିତ୍ସା ନିର୍ଦ୍ଦେଶକ, ଓଡିଶା ଆର୍ଥ୍ରାଇଟିସ୍‌ ଆଣ୍ଡ ରୁମାଟୋଲୋଜି ସେଣ୍ଟର, ସହୀଦ ନଗର ଭୁବନେଶ୍ବର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର