ମନୋରଞ୍ଜନ
ଶ୍ରୀମନ୍ଦିରର ସୁରକ୍ଷାକୁ ଆହୁରି ମଜବୁତ କରିବାକୁ ପଦକ୍ଷେପ, RED ZONE ଘୋଷଣା କଲା ଡିଜିସିଏ...

ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିଲା
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ। ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପଦକ୍ଷେପ। ଏୟାରସ୍ପେଶ୍ ମ୍ୟାପରେ କିଛି ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ ୱେବସାଇଟରେ ଉପଲବ୍ଧ ରହିଛି l ଏହାର ଅବଧି ତିନିବର୍ଷ ମଧ୍ୟ ରହିଛି। ଅର୍ଥାତ ୨୦୨୮ ସେପ୍ଟେମ୍ବର ୨୫ ତାରିଖରେ ଏହାର ସମୟସୀମା ପୂରଣ ହେବ। ପୁର୍ନବାର ଶ୍ରୀମନ୍ଦିର ଉପରକୁ ନିଷିଧାଞ୍ଚଳ କରିବାକୁ ଆବେଦନ କରାଯିବ। ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିଲା।