ରାଜ୍ୟ କ୍ୟାବିନେଟ୍‌ରେ ୧୫ ପ୍ରସ୍ତାବକୁ ମୋହର

Deviprasad Mohanty Picture
Published On

ଭୁବନେଶ୍ୱର: ଏବର୍ଷ ରାଜ୍ୟରେ ୬୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ ହେବ। ଧାନ ହିସାବରେ ଏହା ପ୍ରାୟ ୯୩ ଲକ୍ଷ ମେଟ୍ରିକ୍‌ ଟନ୍‌ ହେବ। ଖରିଫ ଓ ରବିରେ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ଯଥାକ୍ରମେ ୭୩ ଓ ୨୦ ଲକ୍ଷ ମେଟ୍ରିକ୍‌ ଟନ୍‌ ରହିବ। ଏହାଠାରୁ ଯଦି ପଞ୍ଜିକୃତ ଚାଷୀଙ୍କଠାରୁ ମଣ୍ଡିକୁ ଅଧିକ ଧାନ ଆସେ ତେବେ ତାହା ମଧ୍ୟ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୮ ତମ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନାଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଏହି ବୈଠକରେ ମୋଟ ୧୦ ଟ ବିଭାଗର ୧୫ ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଏଥିରେ ଖରିଫ ଧାନ ସଂଗ୍ରହ ନୀତି ସମ୍ପର୍କରେ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ ଆସନ୍ତା ନଭେମ୍ବର ମାସରୁ ଖରିଫ ଧାନ ସଂଗ୍ରହ କରାଯିବ। ରବି ଧାନ ମେ ୨୦୨୬ରୁ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ହୋଇଛି।   

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ସେହିପରି ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବେ କ୍ୟାବିନେଟ୍‌ ବୈଠକରେ ‘ଓଡ଼ିଶା ଜନ ବିଶ୍ୱାସ’ ଅଧ୍ୟାଦେଶକୁ ଅନୁମୋଦନ ମିଳିଛି।  ଏହି ଅଧ୍ୟାଦେଶ ବଳରେ ଏଣିକି ରାଜ୍ୟରେ ଛୋଟ ଅପରାଧକୁ ଅପରାଧମୁକ୍ତ କରିବା ଏବଂ ବିଶ୍ୱାସଭିତ୍ତିକ ଶାସନ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ ଅଣ-ଗୁରୁତର ଖିଲାପ ପାଇଁ ଜେଲ୍‌ ଦଣ୍ଡ ବଦଳରେ ଦେୱାନୀ ଦଣ୍ଡ ସହିତ, ବ୍ୟବସାୟ ଏବଂ ବ୍ୟକ୍ତିବେଶ। ଉଭୟଙ୍କ ଉପରେ ନିୟାମକ ବୋଝ ଯଥେଷ୍ଟ ହ୍ରାସ ପାଇବ ବୋଲି ରାଜ୍ୟ ସରକାର କହିଛନ୍ତି। ସେହିପରି ରାଜ୍ୟ ସରକାର ‘ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ନିୟମ-୨୦୨୫’ ପ୍ରଣୟନ ପାଇଁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମ-୨୦୦୧ ଅନୁଯାୟୀ କରାଯାଉଛି। ଏହି ନିୟମ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଅଧିନିୟମ, ୧୯୬୯ ଉପରେ ପର୍ଯ୍ୟବେସିତ ରହିଛି।     

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ଆଗତ ପ୍ରସ୍ତାବରେ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ, ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ଆଦିରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ କ୍ୟାବିନେଟ୍‌ ମୋହର ବାଜିଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର