କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି, କାଲି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍‌

Satyajeet Sahoo Picture
Published On

ଭୁବନେଶ୍ୱର : ଦୁର୍ଗାପୂଜା ମେଢ଼ ଭସାଣ ବେଳେ ଗୋଷ୍ଠୀ ବିବାଦକୁ ନେଇ କଟକରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ  ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି କରାଯାଇଛି। ସୋସିଆଲ୍‌ ମିଡିଆରେ ମିଥ୍ୟା, ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରଣ କରାଯାଉଥିବାରୁ ରାଜ୍ୟ ସରକାର କଟକ ସହରରେ ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିଥିଲେ। ତେବେ ଏହି କଟକଣାକୁ ଆଉ ୨୪ ଘଣ୍ଟା ବୃଦ୍ଧି କରାଯାଇ ଅକ୍ଟୋବର ୭ ତାରିଖ ଅର୍ଥାତ ଆସନ୍ତାକାଲି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବଢାଇଦିଆଯାଇଛି। ଏନେଇ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ହଷ୍ଟେଲରେ ଝାଡାବାନ୍ତି ଆତଙ୍କ; ଜଣେ ଛାତ୍ରୀ ମୃତ, ୩୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

094af54e-3471-4422-b005-3e546703d41e

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି: ଦୁଇ ଜିଲ୍ଲାରେ ମୁତୟନ ହେବେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ

କଟକ ସହରରେ ଦେଖାଯାଇଥିବା ଗଣ୍ଡଗୋଳ ପରିପ୍ରେକ୍ଷୀରେ କଟକ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଅସାମାଜିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଇଣ୍ଟରନେଟ୍‌ ସେବା ବନ୍ଦର ପଦକ୍ଷେପ ନିଆଯାଇଛି । କଟକ ମହାନଗର ନିଗମ ଅଞ୍ଚଳ, ସିଡ଼ିଏ ଅଞ୍ଚଳ ଓ ୪୨ ମଉଜା ଅଞ୍ଚଳରେ ଏହି ପ୍ରତିବନ୍ଧ ଲାଗୁ ରହିଛି। ଏହି ସମୟରେ ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ହ୍ୱାଟ୍‌ସଆପ୍, ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ୍, ସ୍ନାପ୍‌ଚାଟ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ସେବା ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ବାଲେଶ୍ଵରରେ ପହଞ୍ଚିଲେ ରାଷ୍ଟ୍ରପତି, ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ସାମିଲ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp