ସାବଧାନ! ଶ୍ରୀମନ୍ଦିରରେ ନାହିଁ ‘ପେଡ୍‌ ଭିଆଇପି ଦର୍ଶନ’ ବ୍ୟବସ୍ଥା, ଜାଲ୍‌ ବିଜ୍ଞାପନ ବିରୋଧରେ ଏଫଆଇଆର

Madhusudan Das Picture
Published On

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କୌଣସି ଦେୟଯୁକ୍ତ ଭିଆଇପି ଦର୍ଶନ (Paid VIP Darshan) ବ୍ୟବସ୍ଥା ନାହିଁ। ଏନେଇ ପ୍ରଚାରିତ ଏକ ବିଭ୍ରାନ୍ତିକର ବିଜ୍ଞାପନ ବିରୋଧରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏଫଆଇଆର୍ ରୁଜୁ କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଜୁଲାଇ ୧୯ ତାରିଖରେ ସିଂହଦ୍ୱାର ଥାନା ଅଧିକାରୀଙ୍କ ନିକଟରେ କରାଯାଇଥିବା ଆନୁଷ୍ଠାନିକ ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି ଯେ, ଶ୍ରୀମନ୍ଦିର ଭିତରେ ଟଙ୍କା ଦେଇ ଭିଆଇପି ଦର୍ଶନ କରିବାର କୌଣସି ନିୟମ ନାହିଁ। ଏପରିକି ଏଭଳି ସୁବିଧା ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଅନୁମତି ଦିଆଯାଇ ନାହିଁ। ଅଭିଯୋଗରେ ଦର୍ଶାଯାଇଛି ଯେ ‘eoOdisha’ ନାମକ ଏକ ସଂସ୍ଥା ‘MyEO Jagannath Dham Concierge Service’ ନାମରେ ଏକ ନକଲି ବିଜ୍ଞାପନ ପ୍ରସାରଣ କରୁଛି, ଯେଉଁଥିରେ ସ୍ୱତନ୍ତ୍ର ଭିଆଇପି ଦର୍ଶନ ସୁବିଧା ଯୋଗାଇଦେବା ନେଇ ଦାବି କରାଯାଇଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟ ଏହି ବିଜ୍ଞାପନକୁ ସମ୍ପୂର୍ଣ୍ଣ ଜାଲ୍ ଏବଂ ସାଧାରଣ ଲୋକଙ୍କୁ ଠକିବା ଉଦ୍ଦେଶ୍ୟରେ କରାଯାଇଥିବା କହିଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଶ୍ରୀମନ୍ଦିର ପ୍ରଶାସନର ଓଏସଡି (ସୁରକ୍ଷା) ହେମନ୍ତ କୁମାର ପାଢ଼ୀଙ୍କ ସ୍ୱାକ୍ଷରରେ ଜାରି କରାଯାଇଥିବା ଏହି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଶ୍ରୀମନ୍ଦିରରେ ପେଡ୍ ଭିଆଇପି ଦର୍ଶନର କୌଣସି ବ୍ୟବସ୍ଥା ନାହିଁ। ତେଣୁ ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ଦାବିର ଶିକାର ନହେବାକୁ ଭକ୍ତମାନଙ୍କୁ ଚେତାବନୀ ଦିଆଯାଇଛି। ଶ୍ରୀମନ୍ଦିର ଦର୍ଶନ ଏବଂ ସେବା ସମ୍ପର୍କରେ କୌଣସି ତଥ୍ୟ ପାଇଁ କେବଳ ସରକାରୀ ତଥା ଆନୁଷ୍ଠାନିକ ସୂତ୍ର ଉପରେ ନିର୍ଭର କରିବାକୁ ଏବଂ ସତର୍କ ରହିବାକୁ ପ୍ରଶାସନ ଜନସାଧାରଣଙ୍କୁ ଅନୁରୋଧ କରିଛି। ଅନ୍ୟପକ୍ଷରେ, ମନ୍ଦିର ପ୍ରଶାସନର ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର