ଭୁବନେଶ୍ୱରରେ ଖୋଲିବ ଏନ୍‌ଆଇଏ ଥାନା, ଏସ୍‌ପି ପାହ୍ୟାର ଅଧିକାରୀ ମୁଖ୍ୟ ରହିବେ

The Sakala Picture
Published On

ଭୁବନେଶ୍ୱର : ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଖୋଲିବ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଥାନା। ଏନେଇ ଗତକାଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱରର ଭିଏସ୍‌ଏସ୍‌ ନଗରରେ ଖୋଲିବ ଏହି ଥାନା। ଭୁବନେଶ୍ୱରର ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ନଗରରେ ଏନ୍‌ଆଇଏର ଶାଖା ଖୋଲିବ। ଏସ୍‌ପି ପାହ୍ୟାର ଜଣେ ଅଧିକାରୀ ଏହି ଥାନା ଦାୟିତ୍ବରେ ରହିବେ। ଏହି ବିଲ୍ଡିଂରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଏଥିସହ ଆବଶ୍ୟକ କର୍ମଚାରୀ […]

ଭୁବନେଶ୍ୱର : ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଖୋଲିବ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଥାନା। ଏନେଇ ଗତକାଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱରର ଭିଏସ୍‌ଏସ୍‌ ନଗରରେ ଖୋଲିବ ଏହି ଥାନା। ଭୁବନେଶ୍ୱରର ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ନଗରରେ ଏନ୍‌ଆଇଏର ଶାଖା ଖୋଲିବ। ଏସ୍‌ପି ପାହ୍ୟାର ଜଣେ ଅଧିକାରୀ ଏହି ଥାନା ଦାୟିତ୍ବରେ ରହିବେ। ଏହି ବିଲ୍ଡିଂରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: କୋଟିଆ ଓ ବନ୍ୟା ପ୍ରସଙ୍ଗରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଏଥିସହ ଆବଶ୍ୟକ କର୍ମଚାରୀ ଏବଂ ଅନ୍ୟାନ ସୁବିଧା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶା ଏବେ ଆତଙ୍କବାଦୀଙ୍କ ସ୍କାନରରେ ଅଛି। ଅବଦୁଲ ରେହମାନ ଠାରୁ ଆରମ୍ଭ କରି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପର୍ଯ୍ୟନ୍ତ ପାକିସ୍ତାନର ଗୁପ୍ତଚର ସାଜି ଓଡ଼ିଶାର ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଉଥିଲେ। ତେଣୁ ଓଡ଼ିଶାରେ ଏନ୍‌ଆଇଏ ଅଫିସ୍‌ ରହିବା ଜରୁରୀ ହୋଇ ପଡ଼ିଥିଲା। କାରଣ ଏଠାରେ କୌଣସି ଦେଶ ବିରୋଧୀ ଅପରାଧ ଘଟିଲେ ଦିଲ୍ଲୀ ଏବଂ କଲିକତାରୁ ଏନ୍‌ଆଇଏ ଟିମ୍‌ ଓଡ଼ିଶା ଆସୁଥିଲେ। ସେତ ବେଳକୁ ତଦନ୍ତରେ ବିଳମ୍ବ ହେବା ସହ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ରହିଥିଲା। ତେଣୁ ଏସବୁ ନଜରକୁ ନେଇ ଓଡ଼ିଶାରେ ଏନ୍‌ଆଇଏ ଅଫିସ ନିହାତି ଆବଶ୍ୟକ ଥିଲା।

ଆହୁରି ପଢ଼ନ୍ତୁ: ଯଶିପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୨ ମୃତ, ୨ ଗୁରୁତର

ସୂଚନାଯୋଗ୍ୟ ଯେ ଜାତୀୟ ତଦନ୍ତ ସଂସ୍ଥା ହେଉଛି ଭାରତର କେନ୍ଦ୍ରୀୟ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା, ଯାହା ୨୦୦୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହାର ପ୍ରାଥମିକ ଭୂମିକା ହେଉଛି ଆତଙ୍କବାଦ ସହିତ ଜଡିତ ଅପରାଧ ଏବଂ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଷୟଗୁଡ଼ିକର ତଦନ୍ତ ଏବଂ ବିଚାର କରିବା। ଏନ୍‌ଆଇଏ ମଧ୍ୟ ଆତଙ୍କବାଦୀ ନେଟୱର୍କଗୁଡ଼ିକୁ ଭାଙ୍ଗିବା ଉପରେ ଲକ୍ଷ୍ୟ ରଖିଥାଏ। ଏନ୍‌ଆଇଏ’ର ସାରା ଭାରତରେ ୧୯ଟି ଶାଖା କାର୍ଯ୍ୟାଳୟ ଅଛି। ଏହାର ମୁଖ୍ୟ କାର୍ଯ୍ୟଳୟ ନୂଆଦିଲ୍ଲୀରେ ରହିଛି। ଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦ ବିପଦକୁ ମୁକାବିଲା କରିବା ପାଇଁ ଏହି ଶାଖା କାର୍ଯ୍ୟାଳୟଗୁଡ଼ିକ ରଣନୀତିକ ଭାବରେ ଅବସ୍ଥିତ। ହାଇଦ୍ରାବାଦ, ଗୁଆହାଟୀ, କୋଚି, ଲକ୍ଷେ୍ନø, ମୁମ୍ୱାଇ, କୋଲକାତା, ରାୟପୁର, ଜମ୍ମୁ, ଚଣ୍ଡିଗଡ଼, ରାଞ୍ଚି, ଚେନ୍ନାଇ, ଇମ୍ଫାଲ, ବେଙ୍ଗାଲୁରୁ, ପାଟନା, ଜୟପୁର, ଭୋପାଳ ଏବଂ ଅହମ୍ମଦାବାଦ ଏନଆଇଏ ଶାଖା କାର୍ଯ୍ୟାଳୟ ରହିଛି।

ଆହୁରି ପଢ଼ନ୍ତୁ: ପୁରୀରେ ପୁଣି ୫ ନକଲି ଗୁମାସ୍ତାଙ୍କୁ ଗିରଫ କଲା ସିଂହଦ୍ୱାର ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର