ଜୁଲାଇରୁ କାର୍ଯ୍ୟକ୍ଷମ ହେବ ନୂଆ ଏଟିସି ଟାୱାର, ଗୋଟିଏ ଛାତ ତଳେ ଏକାଧିକ କାର୍ଯ୍ୟାଳୟ
ଭୁବନେଶ୍ୱର : ଓଡ଼ିଶାର ସବୁଠାରୁ ଉଚ୍ଚତମ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ଟାୱାରର ପରୀକ୍ଷଣ ଆରମ୍ଭ ହୋଇଛି। ଏକ ମାସ ଧରି ସଫଳ ପରୀକ୍ଷଣ ସହିତ ଡିଜିସିଏର ଅନୁମୋଦନ ପରେ ଜୁଲାଇ ଦ୍ୱିତୀୟ ସପ୍ତାହ ବେଳକୁ ୪୪.୨ ମିଟର ଉଚ୍ଚତାର ଏହି ଏଟିସି ଟାୱାର ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଏହି ଟାୱାର ନା କେବଳ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ପରିଚାଳନା କ୍ଷମତା ବୃଦ୍ଧି କରିବ ବରଂ ସୁରକ୍ଷା ସୁନିଶ୍ଚିତ କରିବାରେ ମଧ୍ୟ […]
ଭୁବନେଶ୍ୱର : ଓଡ଼ିଶାର ସବୁଠାରୁ ଉଚ୍ଚତମ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ଟାୱାରର ପରୀକ୍ଷଣ ଆରମ୍ଭ ହୋଇଛି। ଏକ ମାସ ଧରି ସଫଳ ପରୀକ୍ଷଣ ସହିତ ଡିଜିସିଏର ଅନୁମୋଦନ ପରେ ଜୁଲାଇ ଦ୍ୱିତୀୟ ସପ୍ତାହ ବେଳକୁ ୪୪.୨ ମିଟର ଉଚ୍ଚତାର ଏହି ଏଟିସି ଟାୱାର ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଏହି ଟାୱାର ନା କେବଳ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ପରିଚାଳନା କ୍ଷମତା ବୃଦ୍ଧି କରିବ ବରଂ ସୁରକ୍ଷା ସୁନିଶ୍ଚିତ କରିବାରେ ମଧ୍ୟ ବିଶେଷ ସହାୟକ ହେବ।
ବର୍ତ୍ତମାନ ବ୍ୟବହାର ହେଉଥିବା ପୁରୁଣା ଏଟିସି ଟାୱାର ବିମାନବନ୍ଦର ଭିତରେ ରହିଥିବା ବେଳେ ଏହାର ଉଚ୍ଚତା ହେଉଛି ମାତ୍ର ୨୩.୪୬ ମିଟର। ନୂଆ ଏଟିସି ଟାୱାରରେ ସର୍ଫେସ୍ ମୁଭ୍ମେଣ୍ଟ ଗାଇଡେନ୍ସ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ୍ (ଏଏସ୍ଏମ୍ଜିସିଏସ୍) ଲାଗିବ। ସୁରକ୍ଷିତ ବିମାନ ଚଳାଚଳ ପାଇଁ ସହଯୋଗ କରୁଥିବା ଏହି ବ୍ୟବସ୍ଥା ପୁରୁଣା ଟାୱାର୍ରେ ଲାଗିବା ସମ୍ବବ ନୁହେଁ। ବନ୍ୟା, ବାତ୍ୟା, ପବନର ବେଗ ଓ ଜଳବାୟୁ ସମ୍ପର୍କିତ ସଠିକ୍ ତଥ୍ୟ ଦେବାରେ ଏହା ସହାୟକ ହେବ। ନୂଆ ଟାୱାର ନିକଟରେ ଚାରି ମହଲା ବିଶିଷ୍ଟ ଏକ ପାଣିପାଗ ତଥ୍ୟ ଅନୁଶୀଳନ କାର୍ଯ୍ୟାଳୟ ରହିବ। ପ୍ରାୟ ୭୦୦ ବର୍ଗ ଫୁଟର ଏଟିସି ଟାୱାର ପ୍ରଥମ ମହଲାରେ ଏକ ସଙ୍ଗରେ ସାତ ଜଣ କର୍ମଚାରୀ କାର୍ଯ୍ୟ କରିପାରିବେ। ପ୍ରବଳରୁ ଅତି ପ୍ରବଳ ବାତ୍ୟାକୁ ସମ୍ଭାଳି ପାରିବା ଭଳି ଏଟିସି ଟାୱାର ନିର୍ମାଣ କରାଯାଇଛି।
ନୂଆ କୋଠାରେ ଟେକ୍ନିକାଲ ବ୍ଲକ, ଆଣ୍ଟି ହାଇଜାକିଂ ସେଲ୍ଫ ଏବଂ ଆପ୍ରୋନ୍ ଅପରେସନ୍ କଣ୍ଟ୍ରୋଲ ସେଣ୍ଟର ରହିବ। ଆପ୍ରୋନରେ ରହୁଥିବା ବିମାନଗୁଡ଼ିକର ପରିଚାଳନା ଏହି ସେଣ୍ଟରରୁ ନିୟନ୍ତ୍ରଣ କରାଯାଇପାରିବ। ଏଟିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୁରୁଣା ଟାୱାରର ଉଚ୍ଚତା ବହୁତ କମ୍ ହୋଇଥିବାରୁ ବିମାନବନ୍ଦରର ସମ୍ପୂର୍ଣ୍ଣ ଅଞ୍ଚଳ ଉପରେ ନଜର ରଖିବା ସମ୍ଭବ ହେଉ ନଥିଲା। ତେବେ ନୂଆ ଟାୱାରରେ ଥାଇ ଆମେ ୩୬୦ ଡିଗ୍ରୀ ଦୃଶ୍ୟ ଭଲ ଭାବେ ଦେଖି ପାରିବୁ। ସୁରକ୍ଷା ଦୃଷ୍ଟିରୁ ଏଟିସି କର୍ମଚାରୀ ବିମାନବନ୍ଦରର ରନୱେ ସମେତ ପ୍ରତି କୋଣ ଅନୁକୋଣ ଉପରେ ନଜର ରଖିବା ଆବଶ୍ୟକ। ରନୱେ ଏବଂ ଏହାର ଆଖପାଖରେ ଥିବା ବିମାନକୁ କର୍ମଚାରୀ ଦେଖି ପାରିଲେ କୌଣସି ପ୍ରକାର ଦୁର୍ଘଟଣାକୁ ଏଡ଼ାଇ ଦେବା ସହଜ ହେବ।
୨୦୧୭ ଜୁନ୍ ମାସରେ ନୂଆ ଏଟିସି ଟାୱାରର ନିର୍ମାଣ ଆରମ୍ଭ ହୋଇଥିଲା। ୫୧୯ ବର୍ଗ ମିଟର ଅଞ୍ଚଳରେ ପରିବ୍ୟାପ୍ତ ଏଟିସି ଟାୱାର ନିର୍ମାଣ କୋଭିଡ୍ ପାଇଁ ଦୁଇ ବର୍ଷ ଧରି ବନ୍ଦ ରହିଥିଲା। ପରିସ୍ଥିତି ସ୍ୱାଭାବିକ ହେବା ପରେ ଗତବର୍ଷରୁ ପୁଣି ଥରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ୨୦୧୯ ସୁଦ୍ଧାର ଏହାର ନିର୍ମାଣ ଶେଷ କରିବା ପାଇଁ ଲକ୍ଷ୍ୟ ରହିଥିଲା। ନୂଆ ଟାୱାର ବିମାନବନ୍ଦରର ପ୍ରବେଶ ପଥରେ ଥିବାରୁ ଯାତ୍ରୀ ମାନଙ୍କ ପାଇଁ ଏହା ଆକର୍ଷଣ ସାଜିବ ବୋଲି କୁହାଯାଉଛି।