ତ୍ରିକୋଣୀୟ ପ୍ରେମର କରୁଣ ପରିଣତି; ସ୍ୱାମୀଙ୍କୁ ବେଲ୍ଟରେ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ !

Deviprasad Mohanty Picture
Published On

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ତ୍ରିକୋଣୀୟ ପ୍ରେମ ଏବଂ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଖଣ୍ଡପଡ଼ା ଥାନା ଅନ୍ତର୍ଗତ ପୁଆଣିଆଁ ଗାଁରେ। ସେଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗାଁର ଆଲୋକ ମହାପାତ୍ର।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ମିଳିଥିବା ସୂଚନା ଅନୁଯାୟୀ, ମାତ୍ର ୬ ମାସ ତଳେ ଆଲୋକଙ୍କର ବିବାହ ହୋଇଥିଲା। କିନ୍ତୁ ବିବାହର କିଛି ଦିନ ପରେ ପାରିବାରିକ ଅଶାନ୍ତି ମୁଣ୍ଡ ଟେକିଥିଲା। ତ୍ରିକୋଣୀୟ ପ୍ରେମ ସମ୍ପର୍କ ଏବଂ ଘରୋଇ ଝଗଡ଼ା ଉଗ୍ର ରୂପ ନେବାରୁ ସ୍ତ୍ରୀ 'ଲକି' ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଅଭିଯୋଗ ରହିଛି ଯେ, ସେ ଆଲୋକଙ୍କୁ ଶୋଇବା ଘରର ଖଟ ଉପରେ ଏକ ବେଲ୍ଟ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଛନ୍ତି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ଖଣ୍ଡପଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ହତ୍ୟାକାଣ୍ଡର ସଠିକ ପ୍ରମାଣ ଯୋଗାଡ଼ କରିବା ପାଇଁ ପୋଲିସ ସହ ଏକ ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଅଭିଯୁକ୍ତ ସ୍ତ୍ରୀ ଲକିକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

13 Dec 2025 By Deviprasad Mohanty

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି; ସ୍ୱାମୀଙ୍କୁ ବେଲ୍ଟରେ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ !

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ତ୍ରିକୋଣୀୟ ପ୍ରେମ ଏବଂ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଖଣ୍ଡପଡ଼ା ଥାନା ଅନ୍ତର୍ଗତ ପୁଆଣିଆଁ ଗାଁରେ। ସେଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗାଁର ଆଲୋକ ମହାପାତ୍ର।

ମିଳିଥିବା ସୂଚନା ଅନୁଯାୟୀ, ମାତ୍ର ୬ ମାସ ତଳେ ଆଲୋକଙ୍କର ବିବାହ ହୋଇଥିଲା। କିନ୍ତୁ ବିବାହର କିଛି ଦିନ ପରେ ପାରିବାରିକ ଅଶାନ୍ତି ମୁଣ୍ଡ ଟେକିଥିଲା। ତ୍ରିକୋଣୀୟ ପ୍ରେମ ସମ୍ପର୍କ ଏବଂ ଘରୋଇ ଝଗଡ଼ା ଉଗ୍ର ରୂପ ନେବାରୁ ସ୍ତ୍ରୀ 'ଲକି' ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଅଭିଯୋଗ ରହିଛି ଯେ, ସେ ଆଲୋକଙ୍କୁ ଶୋଇବା ଘରର ଖଟ ଉପରେ ଏକ ବେଲ୍ଟ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ଖଣ୍ଡପଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ହତ୍ୟାକାଣ୍ଡର ସଠିକ ପ୍ରମାଣ ଯୋଗାଡ଼ କରିବା ପାଇଁ ପୋଲିସ ସହ ଏକ ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଅଭିଯୁକ୍ତ ସ୍ତ୍ରୀ ଲକିକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

https://www.thesakala.in/latest-odisha-news/nayagarh/nayagarh-woman-kills-husband-love-triangle-khandapada-police-probe/article-43576
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp