ନୟାଗଡ଼ ଓଡଗାଁରେ ବର୍ବର ହତ୍ୟାକାଣ୍ଡ; ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରିବାରୁ ଯୁବକଙ୍କୁ ହାଣିଦେଲେ ଖଣି ମାଫିଆ

Madhusudan Das Picture
Published On

ନୟାଗଡ: ବାଲିଅନ୍ତା ପରେ ନୟାଗଡ ଓଡଗାଁରେ ବର୍ବର ହତ୍ୟାକାଣ୍ଡ । ଚୋରା ମାଙ୍କଡ଼ା ପଥର ବୋଝେଇ ଗାଡିକୁ ଅଟକାଇବାରୁ ଅତି ଅମାନୁଷିକ ଭାବେ ଯୁବକଙ୍କ ହାତ ଗୋଡ଼ ହାଣି ହତ୍ୟା କଲେ ଖଣି ମାଫିଆ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କଦଳୀବନ୍ଧରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ। 

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ସୂଚନା ଅନୁଯାଇ ବିଳମ୍ବିତ ରାତିରେ ରୋହିବାଙ୍କରୁ ଓଡ଼ଗାଁକୁ ବେଆଇନ ଭାବେ ମାଙ୍କଡା ପଥର ଚୋରା ଚାଲଣ କରୁଥିଲେ । ଓଡଗାଁ ଥାନା ଶିଳ୍ପୀନଗର ଅଂଚଳର କିଛି ଯୁବକ ମିଶି ଗାଡିକୁ ଅଟକାଇବା ସହ ବିରୋଧ କରିଥିଲେ । ଏହାପରେ ପଥର ମାଫିଆଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ପରେ ଖଣି ମାଫିଆ ମାନେ ଆକ୍ରମଣ କରିଥିବା ବେଳେ ଦୁଇ ଜଣ ଖସି ଯାଇଥିଲେ, କିନ୍ତୁ ଓଡ଼ଗାଁ ବିଜୟ ମଣ୍ଡପ ସାହିର ଅଜିତ ସାହୁଙ୍କୁ ମାଫିଆ ମାନେ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତି । ରାସ୍ତା ମଝିରେ ରକ୍ତାକ୍ତ ଅବସ୍ଥାରେ ଅଜିତଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣା ସ୍ଥଳରେ ଓଡଗାଁ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । 

ଆହୁରି ପଢ଼ନ୍ତୁ: ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର