ବିଶ୍ୱ ପ୍ରସିଦ୍ଧ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମିକୁ ମଜଭୁତ କରିବାକୁ ନବୀନଙ୍କ ଆହ୍ୱାନ

Madhusudan Das Picture
Published On

ଭୁବନେଶ୍ୱର: ୧୯୯୯ ମସିହା ମହାବାତ୍ୟା ପରଠାରୁ ଓଡ଼ିଶା ପ୍ରକୃତିର ପ୍ରକୋପକୁ ସାହସ ଓ ଦୃଢ଼ବିଶ୍ୱାସ ସହ ମୁକାବିଲା କରିଛି। ଓଡ଼ିଶା  ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ନୀତୁକୁ ଗୁରୁତ୍ୱ ଦେଇଛି। ବିପର୍ଯ୍ୟୟ ପରିଚାଳନାରେ ଦୁର୍ବଳତାରୁ ବିଶ୍ୱ ନେତୃତ୍ୱକୁ ଆମର ପରିବର୍ତ୍ତନ କେବଳ ବ୍ୟବସ୍ଥାର କାହାଣୀ ନୁହେଁ, ଏହା ଲୋକ, ଯୋଜନା ଏବଂ ଉଦ୍ଦେଶ୍ୟର କାହାଣୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ୍ସରେ ଉଲ୍ଲେଖ କରିଛନ୍ତି। ୧୯୯୯ ମସିହା ଅକ୍ଟୋବ ୨୯ରେ ଓଡ଼ିଶା ସାମନା କରିଥିବା ପ୍ରଳୟଙ୍କାରୀ ମହାବାତ୍ୟାକୁ ମନେ ପକାଇ ଆଜିର ଦିନରେ ‘ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ’ ପାଳନ କରାଯାଇ ଆସୁଛି। ଏହି ଦିବସରେ ନବୀନ ଏକ୍ସରେ ପୋଷ୍ଟ କରି ବିଶ୍ୱ ପ୍ରସିଦ୍ଧ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଏବଂ ପ୍ରତ୍ୟେକ ମୂଲ୍ୟବାନ ଜୀବନ ରକ୍ଷା ପାଇଁ ପ୍ରସ୍ତୁତିକୁ ଆହୁରି ମଜବୁତ କରିବା ପାଇଁ ଆମେ ସଂକଳ୍ପ ନେବା ବୋଲି ଆହ୍ୱାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା: ୨୦ ଦିନ ପରେ ଚାର୍ଜସିଟ୍‌ ଦାଖଲ କଲା ପୋଲିସ

Join Us @ WhatsApp

About The Author

Google News
Join Us @ WhatsApp