କାନାଡ଼ାରେ ଭାରତୀୟ ଯୁବକଙ୍କୁ ୨୫ ବର୍ଷ ଜେଲ୍‌‌ ...

Deviprasad Mohanty Picture
Published On

ବ୍ରିଟିଶ କଲମ୍ବିଆ: କାନାଡ଼ାର ଏକ କୋର୍ଟ ଜଣେ ୨୫ ବର୍ଷୀୟ ଭାରତୀୟ ଯୁବକ ବଲରାଜ ବସରାଙ୍କୁ ୨୫ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୩ ବର୍ଷ ତଳେ ଘଟିଥିବା ଏକ ହତ୍ୟାକାଣ୍ଡ ଓ ଗାଡ଼ି ପୋଡିବା ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ୨୦୨୨ ଅକ୍ଟୋବର ୨୭ରେ ୟୁନିଭର୍ସିଟି ଅଫ୍‌‌ ବ୍ରିଟିଶ କଲମ୍ବିଆର ଗଲ୍‌‌ କ୍ଲବ୍‌‌ରେ ୩୮ ବର୍ଷୀୟ ବିଶାଲ ବଲିଆଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହାପରେ ୩ ଅଭିଯୁକ୍ତ ଏକ ଗାଡ଼ି ଚଢ଼ି ସେଠାରୁ ପଳାଇଯାଇଥିଲେ। ଏହାପରେ ସେମାନେ ଏହି ଗାଡିରେ ନିଆଁ ଲଗାଇ ଅନ୍ୟ ଏକ ଗାଡ଼ିରେ ଚାଲିଯାଇଥିଲେ। କିନ୍ତୁ ପୁଲିସ ୩ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିଥିଲା। ଏହି ମାମଲାରେ ବଲରାଜ ହେଉଛନ୍ତି ତୃତୀୟ ଅଭିଯୁକ୍ତ। ବଲରାଜଙ୍କୁ ବାଦ୍‌‌ ଦେଲେ ଅନ୍ୟ ଦୁଇ ଅଭିଯୁକ୍ତ ଇକ୍‌‌ବାଲ କାଙ୍ଗ ଓ ଡିଏଣ୍ଡ୍ରି ବପ୍ଟିଷ୍ଟ୍‌‌ଙ୍କୁ ମଧ୍ୟ ଆଜୀବନ ଜେଲ୍‌‌ ଦଣ୍ଡାଦେଶ ହୋଇଛି। 

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

01 Nov 2025 By Deviprasad Mohanty

କାନାଡ଼ାରେ ଭାରତୀୟ ଯୁବକଙ୍କୁ ୨୫ ବର୍ଷ ଜେଲ୍‌‌ ...

ବ୍ରିଟିଶ କଲମ୍ବିଆ: କାନାଡ଼ାର ଏକ କୋର୍ଟ ଜଣେ ୨୫ ବର୍ଷୀୟ ଭାରତୀୟ ଯୁବକ ବଲରାଜ ବସରାଙ୍କୁ ୨୫ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୩ ବର୍ଷ ତଳେ ଘଟିଥିବା ଏକ ହତ୍ୟାକାଣ୍ଡ ଓ ଗାଡ଼ି ପୋଡିବା ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ୨୦୨୨ ଅକ୍ଟୋବର ୨୭ରେ ୟୁନିଭର୍ସିଟି ଅଫ୍‌‌ ବ୍ରିଟିଶ କଲମ୍ବିଆର ଗଲ୍‌‌ କ୍ଲବ୍‌‌ରେ ୩୮ ବର୍ଷୀୟ ବିଶାଲ ବଲିଆଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହାପରେ ୩ ଅଭିଯୁକ୍ତ ଏକ ଗାଡ଼ି ଚଢ଼ି ସେଠାରୁ ପଳାଇଯାଇଥିଲେ। ଏହାପରେ ସେମାନେ ଏହି ଗାଡିରେ ନିଆଁ ଲଗାଇ ଅନ୍ୟ ଏକ ଗାଡ଼ିରେ ଚାଲିଯାଇଥିଲେ। କିନ୍ତୁ ପୁଲିସ ୩ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିଥିଲା। ଏହି ମାମଲାରେ ବଲରାଜ ହେଉଛନ୍ତି ତୃତୀୟ ଅଭିଯୁକ୍ତ। ବଲରାଜଙ୍କୁ ବାଦ୍‌‌ ଦେଲେ ଅନ୍ୟ ଦୁଇ ଅଭିଯୁକ୍ତ ଇକ୍‌‌ବାଲ କାଙ୍ଗ ଓ ଡିଏଣ୍ଡ୍ରି ବପ୍ଟିଷ୍ଟ୍‌‌ଙ୍କୁ ମଧ୍ୟ ଆଜୀବନ ଜେଲ୍‌‌ ଦଣ୍ଡାଦେଶ ହୋଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର