ବିଜେଡିକୁ ସମର୍ଥନ ଜଣାଇଲେ ଭୁଞ୍ଜିଆ ସମ୍ପ୍ରଦାୟ, ଆଦିବାସୀ କଲ୍ୟାଣରେ ନବୀନ ବାବୁଙ୍କ ଅବଦାନ ସ୍ମରଣୀୟ

Deviprasad Mohanty Picture
Published On

ନୂଆପଡା: ବିଜେଡି ଶାସନରେ ଆଦିବାସୀମାନଙ୍କ ଉନ୍ନତି ବାସ୍ତବ ରୂପ ନେଇଥିଲା । ଯୁଗ ଯୁଗ ଧରି ଉପେକ୍ଷିତ ଥିବା ଜନଜାତି ମାନଙ୍କୁ ସେମାନଙ୍କ ଅଧିକାର ମିଳିଥିଲା । ଏହାକୁ ଛୁକତିଆ ଭୁଞ୍ଜିଆ ଓ ଭୁଞ୍ଜିଆ ଜାତିର ଲୋକେ କେବେ ଭୁଲିବେ ନାହିଁ । ଶନିବାର ନୂଆପଡା ବ୍ଲକ୍ର ସେଠଜମ୍ପାନି ଗ୍ରାମ ପଞ୍ଚାୟତରେ  ଆୟୋଜିତ ଜନସଭାରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଏହି ଆଶ୍ୱାସନାର ସହ ସ୍ୱାଗତ ଜଣାଇଥିଲେ ଛୁକତିଆ ଭୁଞ୍ଜିଆ ଓ ଭୁଞ୍ଜିଆ ସମ୍ପ୍ରଦାୟ । ଏହି ସଭାରେ ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୪ ବର୍ଷରେ ଆଦିବାସୀମାନଙ୍କ ଐତିହାସିକ ପ୍ରଗତି ହୋଇଛି । ଶିକ୍ଷା, ଜୀବିକା, ସଂସ୍କୃତି  ଓ ଶାସନ ବ୍ୟବସ୍ଥା ପାଇଁ ଓଡିଶା ଦେଶର ଏକ ମଡେଲ ରାଜ୍ୟ ହୋଇପାରିଛି । ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ୨,୫୦୦ରୁ ଅଧିକ ଆଦିବାସୀ ବିଦ୍ୟାଳୟରେ ପିଲାମାନଙ୍କୁ ଆଧୁନିକ ଶିକ୍ଷା ମିଳୁଛି । ସେହିପରି ଲାଭ ଯୋଜନା ଅଧୀନରେ ପ୍ରାୟ ଏକ କୋଟି ଆଦିବାସୀ ମହିଳା ସଂଗ୍ରାହକ ଲାଭାନ୍ୱିତ ହେଉଛନ୍ତି । ଜନଜାତି ଭାଷା ଆୟୋଗଙ୍କ ଦ୍ୱାରା ୨୧ ଆଦିବାସୀ ଭାଷାର ସୁରକ୍ଷା ଓ ପ୍ରଚାର ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ୨୩ ଜିଲ୍ଲା ଯାଏଁ ସମ୍ପ୍ରସାରିତ କରିବା ପାଇଁ ନବୀନ ବାବୁଙ୍କ ଉଦ୍ୟମ ବିଜେଡିର ଆଦିବାସୀଙ୍କ ପ୍ରତି ଉତ୍ସର୍ଗୀକୃତ ଭାବନାର ଉଦାହରଣ । 

ଆହୁରି ପଢ଼ନ୍ତୁ: ସ୍ତ୍ରୀଙ୍କ ସହ ମିଶି ଛଠ୍‌ ପୂଜା କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ...

ବକ୍ତାମାନେ କହିଥିଲେ ଯେ ମିଶନ୍ ସୁବିଧା, ମିଶନ ଜୀବୀକା ଏବଂ ଓପିଇଏଲଆଇପି ପରି ଯୋଜନା ଦ୍ୱାରା ଆଦିବାସୀ ଯୁବ, ଛାତ୍ର ଓ କୃଷକମାନଙ୍କୁ ସଶକ୍ତ କରାଯାଇଛି । ଓଡିଶାର ଆଦିବାସୀ ଉନ୍ନତି ଯାତ୍ରା, ସଂସ୍କୃତିକ ଗୌରବ, ଆର୍ଥିକ ସଶକ୍ତିକରଣ ଓ ସାମାଜିକ ନ୍ୟାୟ୍ ଆଧାରିତ ଶାସନ ବ୍ୟବସ୍ଥା ନବୀନ ବାବୁଙ୍କର ସବୁଠାରୁ ବଡ଼ ଅବଦାନ ବୋଲି ନେତାମାନେ ଉଲ୍ଲେଖ କରିଥିଲେ । ଏହି ସଭାରେ ବିଜେଡିର ବରିଷ୍ଠ ନେତା ସୁଦାମ ମାର୍ଣ୍ଡି, ନିରଞ୍ଜନ ବିଶି, ରମେଶ ମାଝୀ, ଭାନୁ ପ୍ରତାପ ସିଂହ ମାଝୀ, ଡ. ଲେଖାଶ୍ରୀ ସମନ୍ତସିଂହର, ତେଜରାଜ ସବର ଓ ରୂପ ସିଂହ ଭୁଞ୍ଜିଆ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋନ୍ଥା': ରାଜ୍ୟରେ କମ୍‌ ପବନ; ଅଧିକ ବର୍ଷା, ୨୮ତାରିଖ ରାତିରେ ଛୁଇଁବ ଭୂଭାଗ

Join Us @ WhatsApp

About The Author

Google News
Join Us @ WhatsApp