ଶୁଭାରମ୍ଭ ହେଲା ଜାତୀୟ ସଡ଼କ ସୁରକ୍ଷା ମାସ, ୧୦ଟି ଜିଲ୍ଲାରେ ୧୪ଟି ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ

Madhusudan Das Picture
Published On

ଭୁବନେଶ୍ୱର: ଶୁଭାରମ୍ଭ ହେଲା ଜାତୀୟ ସଡ଼କ ସୁରକ୍ଷା ମାସ । ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ୧୦ଟି ଜିଲ୍ଲାରେ ମୋଟ ୧୫୬.୫୩ କୋଟି ଟଙ୍କା ବ୍ୟୟରେ ୧୪ଟି ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ OSRTCର ୧୦୦ଟି ନୂତନ ବସ୍‌, ଘାଟି ରାସ୍ତାରେ ସତର୍କ ସୂଚନା ଘଣ୍ଟି, ବିଦ୍ୟାଳୟ ପରିସର ସୁରକ୍ଷା ରେଟିଂର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ବସ୍ ସେବା ଅଧୀନରେ ବସ୍ ପରିଚାଳନା ମାର୍ଗର ପୁନର୍ବିନ୍ୟାସ, ବ୍ରହ୍ମପୁରରେ CRUT ଇ-ବସ୍ ଡିପୋରେ ୨୫ ବୈଦ୍ୟୁତିକ ଆମ ବସ୍ ଶୁଭାରମ୍ଭ ଓ ସ୍ମାର୍ଟ କାର୍ଡର ଶୁଭାରମ୍ଭ ହୋଇଛି। ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେସନର ଶୁଭାରମ୍ଭ, ଟ୍ରାଫିକ୍ ପରିଚାଳନା ଯୋଜନା ପାଇଁ ବୁଝାମଣାପତ୍ର ସ୍ବାକ୍ଷର ଓ ଗିରିଶୋଳା ଟ୍ରକ୍ ଟର୍ମିନାଲର ଜମି କାଗଜପତ୍ର HPCLକୁ ହସ୍ତାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ୬ ମାସ ପରେ ମଞ୍ଚକୁ ଫେରିଲେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ, ଦର୍ଶକ ଉତ୍ସାହିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp