ମନୋରଞ୍ଜନ
ନିଆଁରେ ଜଳି ANM ଜୀବନ୍ତଦଗ୍ଧ, ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ଵାମୀ ଗୁରୁତର ଆହତ
ବଲାଙ୍ଗୀର: ନିଆଁରେ ଜଳି ANM ଜୀବନ୍ତଦଗ୍ଧ । ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ନିଆଁରେ ପୋଡି ସ୍ଵାମୀ ଗୁରୁତର ଆହତ । ମୃତ ANM ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ରାମଚନ୍ଦ୍ରପୁର ଗାଁର ଦମୟନ୍ତୀ ବାରିକ। ସ୍ଵାମୀ ଉପେନ୍ଦ୍ର କାଳସୀଏକୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦମୟନ୍ତୀ ବାରିକ ଦେଓଗାଁ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ ଉପ କେନ୍ଦ୍ରରେ କାମ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଘଟଣ । ତେବେ ନିଆଁ କିପରି ଲାଗିଲା ଏବଂ ସ୍ବାସ୍ଥ୍ୟକର୍ମୀ କେମିତି ଜଳିଗଲେ ତାହା ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହରୁ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଏହା ଅଘଟଣ ନା ଏକ ସୁଚିନ୍ତିତ ହତ୍ୟାକାଣ୍ଡ, ତାକୁ ନେଇ ପୋଲିସ ତଦନ୍ତ କରୁଛି।