ମଙ୍ଗଳବାର ଖୋଲିବ ନନ୍ଦନକାନନ

The Sakala Picture
Published On

ନଦାନକାନନ : ମେ ପହିଲାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏବେ ସଂକ୍ରମଣ ସ୍ଥ଄ତିରେ ସୁଧାର ଆସିବାରୁ କରୋନା କଟକଣା ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସନ୍ତା ମଙ୍ଗଳବାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ଦ୍ଦେଶକ ମନୋଜ ମହାପାତ୍ର ରବିବାର ପୂର୍ବାହ୍ନରେ ସ୍ଥିତି ସମୀକ୍ଷା କରିଥିଲେ। ପ୍ରାଣୀ ଉଦ୍ୟାନର ବିଭିନ୍ନ ଏନକ୍ଲୋଜରଗୁଡ଼ିକରେ ରୋଗ ପ୍ରତିରୋଧ ପାଇଁ ବିଶୋଧନ ପ୍ରକ୍ରିୟା, ପଶୁପକ୍ଷୀଙ୍କ ପ୍ରତିଷେଧକ ବ୍ୟବସ୍ଥା, ରାସ୍ତାଘାଟ ସଫା […]

ନଦାନକାନନ : ମେ ପହିଲାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏବେ ସଂକ୍ରମଣ ସ୍ଥ଄ତିରେ ସୁଧାର ଆସିବାରୁ କରୋନା କଟକଣା ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସନ୍ତା ମଙ୍ଗଳବାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ଦ୍ଦେଶକ ମନୋଜ ମହାପାତ୍ର ରବିବାର ପୂର୍ବାହ୍ନରେ ସ୍ଥିତି ସମୀକ୍ଷା କରିଥିଲେ। ପ୍ରାଣୀ ଉଦ୍ୟାନର ବିଭିନ୍ନ ଏନକ୍ଲୋଜରଗୁଡ଼ିକରେ ରୋଗ ପ୍ରତିରୋଧ ପାଇଁ ବିଶୋଧନ ପ୍ରକ୍ରିୟା, ପଶୁପକ୍ଷୀଙ୍କ ପ୍ରତିଷେଧକ ବ୍ୟବସ୍ଥା, ରାସ୍ତାଘାଟ ସଫା ଓ ପର୍ଯ୍ୟଟକଙ୍କ ବୁଲିବା ବାଟ, ଶୌଚାଳୟ, ପାନୀୟ ଜଳଯୋଗାଣ ଓ ଟିକଟ କାଉଣ୍ଟର ସମେତ ଏହାର ଚାରି ପାର୍ଶ୍ବ ପରିଦର୍ଶନ ପୂର୍ବକ ସ୍ୱାଭାବିକ ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିସହ ପର୍ଯ୍ୟଟକଙ୍କ ପାଇଁ ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥାର ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଅନୁଧ୍ୟାନ କରିଥିଲେ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ସୋମବାର ପିସିସିଏଫ ଓ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ ହେବା ପରେ ନନ୍ଦନକାନନ ଖୋଲିବା ନେଇ ସ୍ପଷ୍ଟ କରାଯିବ। ନିର୍ଦ୍ଦେଶକଙ୍କ ଏହି ସମୀକ୍ଷା ସମୟରେ ଏସିଏଫ ଅମୂଲ୍ୟ ପରିଡ଼ା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବଟାନିକାଲ ଗାର୍ଡେନ ଖୋଲିବା ନେଇ ପ୍ରସ୍ତୁତି ଚାଲିଛି। ପ୍ରାୟ ତିନି ମାସ ଧରି ବନ୍ଦ ରହିବା ଫଳରେ ଗାର୍ଡେନରେ ଉଠିଥିବା ଅନାବନା ଗଛକୁ ସଫା କରାଯାଉଛି। ପର୍ଯ୍ୟଟକଙ୍କ ରହଣି ପାଇଁ ଥିବା ଘରଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଉଛି। ପ୍ରଜାପତି ଉଦ୍ୟାନ, ଗୋଲାପ ବଗିଛା, କାକଟସ ହାଉସ, ଗ୍ଲାସ ହାଉସ, ଡ୍ରାଏ ଗାର୍ଡେନ, ଗ୍ରିନ ହାଉସ, ଆର୍କିଡ ହାଉସ, ଔଷଧୀୟ ଉଦ୍ୟାନ, ଜାପାନିଜ ଗାର୍ଡେନ, ପ୍ଲାମସ ଗାର୍ଡେନ, ଶିଶୁ ଉଦ୍ୟାନ, ମୋଗଲ ଗାର୍ଡେନ, ବୁଦ୍ଧ ପାର୍କ ଆଦି ଗାର୍ଡେନ ଖୋଲିବା ନେଇ ତତ୍ପରତା ଦେଖାଦେଇଥିବାରୁ ଭଳିକିଭଳି ଫୁଲରେ ସଜେଇ ହେଉଛି ଗାର୍ଡେନ।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗେଣ୍ଡୁଠାରୁ ଗୋଲାପ ପର୍ଯ୍ୟନ୍ତ, କାକଟସ କଇଁ ଆଦି ଫୁଲ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ବୋଲି ଆଶା ରଖାଯାଉଛି।। ତେବେ କୋଭିଡର ଦ୍ୱିତୀୟ ଲହର ସମୟରେ ସରକାରଙ୍କ ନିଷ୍ପତ୍ତିକ୍ରମେ ମେ ୧ ତାରିଖରୁ ଏପର୍ଯ୍ୟନ୍ତ ଏହି ଅନୁଷ୍ଠାନ ବନ୍ଦ ରହିଛି । ଗତ ବର୍ଷ ମଧ୍ୟ କରୋନା ହେତୁ ଏହି ଅନୁଷ୍ଠାନ ପ୍ରାୟ ୭ ମାସ କାଳ ବନ୍ଦ ରହିଥିଲା। ଗତବର୍ଷ ମାର୍ଚ୍ଚ ୧୫ ତାରିଖରୁ ବନ୍ଦ ହେଇ ଅକ୍ଟୋବର ୪ ତାରିଖରେ ଖୋଲିଥିଲା। ପ୍ରକାଶ ଥାଉ କି ନନ୍ଦନକାନନକୁ ୨୦୨୦-୨୧ ଆର୍ଥିକ ବର୍ଷ ପ୍ରାୟ ୬ ମାସ ନନ୍ଦନକାନନ ବନ୍ଦ ସତ୍ତ୍ବେ ୮୨,୦୪୮୪ ଜଣ ପର୍ଯ୍ୟଟକ ଆସିଥିଲେ। ଅକ୍ଟୋବର ୪ ତାରିଖରେ ସରକାରଙ୍କ କରୋନା କଟକଣା ନିୟମ ଭିତରେ ଖୋଲା ଯାଇଥିଲା। ଫଳରେ କି ପର୍ଯ୍ୟଟକ ମାନଙ୍କ ସଂଖ୍ୟା ହ୍ରାସ ପାଇଥିଲା। ସେହିଭଳି ରାଜ୍ୟ ପ୍ରାଣୀ ଉଦ୍ୟାନ ବଟାନିକଲ ଗାର୍ଡେନ ମଧ୍ୟ ସେହିଭଳି ପରିସ୍ଥିତିରେ ଗତି କରିଥିଲା। ତେବେ ଏହି ୨୦୨୦-୨୧ ଆର୍ଥିକ ବର୍ଷରେ ବଟାନିକଲ ଗାର୍ଡେନକୁ ୭୨୮୨୦ ଜଣ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

02 Aug 2021 By The Sakala

ମଙ୍ଗଳବାର ଖୋଲିବ ନନ୍ଦନକାନନ

ନଦାନକାନନ : ମେ ପହିଲାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏବେ ସଂକ୍ରମଣ ସ୍ଥ଄ତିରେ ସୁଧାର ଆସିବାରୁ କରୋନା କଟକଣା ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସନ୍ତା ମଙ୍ଗଳବାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ଦ୍ଦେଶକ ମନୋଜ ମହାପାତ୍ର ରବିବାର ପୂର୍ବାହ୍ନରେ ସ୍ଥିତି ସମୀକ୍ଷା କରିଥିଲେ। ପ୍ରାଣୀ ଉଦ୍ୟାନର ବିଭିନ୍ନ ଏନକ୍ଲୋଜରଗୁଡ଼ିକରେ ରୋଗ ପ୍ରତିରୋଧ ପାଇଁ ବିଶୋଧନ ପ୍ରକ୍ରିୟା, ପଶୁପକ୍ଷୀଙ୍କ ପ୍ରତିଷେଧକ ବ୍ୟବସ୍ଥା, ରାସ୍ତାଘାଟ ସଫା ଓ ପର୍ଯ୍ୟଟକଙ୍କ ବୁଲିବା ବାଟ, ଶୌଚାଳୟ, ପାନୀୟ ଜଳଯୋଗାଣ ଓ ଟିକଟ କାଉଣ୍ଟର ସମେତ ଏହାର ଚାରି ପାର୍ଶ୍ବ ପରିଦର୍ଶନ ପୂର୍ବକ ସ୍ୱାଭାବିକ ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିସହ ପର୍ଯ୍ୟଟକଙ୍କ ପାଇଁ ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥାର ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଅନୁଧ୍ୟାନ କରିଥିଲେ।

ସୋମବାର ପିସିସିଏଫ ଓ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ ହେବା ପରେ ନନ୍ଦନକାନନ ଖୋଲିବା ନେଇ ସ୍ପଷ୍ଟ କରାଯିବ। ନିର୍ଦ୍ଦେଶକଙ୍କ ଏହି ସମୀକ୍ଷା ସମୟରେ ଏସିଏଫ ଅମୂଲ୍ୟ ପରିଡ଼ା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବଟାନିକାଲ ଗାର୍ଡେନ ଖୋଲିବା ନେଇ ପ୍ରସ୍ତୁତି ଚାଲିଛି। ପ୍ରାୟ ତିନି ମାସ ଧରି ବନ୍ଦ ରହିବା ଫଳରେ ଗାର୍ଡେନରେ ଉଠିଥିବା ଅନାବନା ଗଛକୁ ସଫା କରାଯାଉଛି। ପର୍ଯ୍ୟଟକଙ୍କ ରହଣି ପାଇଁ ଥିବା ଘରଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଉଛି। ପ୍ରଜାପତି ଉଦ୍ୟାନ, ଗୋଲାପ ବଗିଛା, କାକଟସ ହାଉସ, ଗ୍ଲାସ ହାଉସ, ଡ୍ରାଏ ଗାର୍ଡେନ, ଗ୍ରିନ ହାଉସ, ଆର୍କିଡ ହାଉସ, ଔଷଧୀୟ ଉଦ୍ୟାନ, ଜାପାନିଜ ଗାର୍ଡେନ, ପ୍ଲାମସ ଗାର୍ଡେନ, ଶିଶୁ ଉଦ୍ୟାନ, ମୋଗଲ ଗାର୍ଡେନ, ବୁଦ୍ଧ ପାର୍କ ଆଦି ଗାର୍ଡେନ ଖୋଲିବା ନେଇ ତତ୍ପରତା ଦେଖାଦେଇଥିବାରୁ ଭଳିକିଭଳି ଫୁଲରେ ସଜେଇ ହେଉଛି ଗାର୍ଡେନ।

ଗେଣ୍ଡୁଠାରୁ ଗୋଲାପ ପର୍ଯ୍ୟନ୍ତ, କାକଟସ କଇଁ ଆଦି ଫୁଲ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ବୋଲି ଆଶା ରଖାଯାଉଛି।। ତେବେ କୋଭିଡର ଦ୍ୱିତୀୟ ଲହର ସମୟରେ ସରକାରଙ୍କ ନିଷ୍ପତ୍ତିକ୍ରମେ ମେ ୧ ତାରିଖରୁ ଏପର୍ଯ୍ୟନ୍ତ ଏହି ଅନୁଷ୍ଠାନ ବନ୍ଦ ରହିଛି । ଗତ ବର୍ଷ ମଧ୍ୟ କରୋନା ହେତୁ ଏହି ଅନୁଷ୍ଠାନ ପ୍ରାୟ ୭ ମାସ କାଳ ବନ୍ଦ ରହିଥିଲା। ଗତବର୍ଷ ମାର୍ଚ୍ଚ ୧୫ ତାରିଖରୁ ବନ୍ଦ ହେଇ ଅକ୍ଟୋବର ୪ ତାରିଖରେ ଖୋଲିଥିଲା। ପ୍ରକାଶ ଥାଉ କି ନନ୍ଦନକାନନକୁ ୨୦୨୦-୨୧ ଆର୍ଥିକ ବର୍ଷ ପ୍ରାୟ ୬ ମାସ ନନ୍ଦନକାନନ ବନ୍ଦ ସତ୍ତ୍ବେ ୮୨,୦୪୮୪ ଜଣ ପର୍ଯ୍ୟଟକ ଆସିଥିଲେ। ଅକ୍ଟୋବର ୪ ତାରିଖରେ ସରକାରଙ୍କ କରୋନା କଟକଣା ନିୟମ ଭିତରେ ଖୋଲା ଯାଇଥିଲା। ଫଳରେ କି ପର୍ଯ୍ୟଟକ ମାନଙ୍କ ସଂଖ୍ୟା ହ୍ରାସ ପାଇଥିଲା। ସେହିଭଳି ରାଜ୍ୟ ପ୍ରାଣୀ ଉଦ୍ୟାନ ବଟାନିକଲ ଗାର୍ଡେନ ମଧ୍ୟ ସେହିଭଳି ପରିସ୍ଥିତିରେ ଗତି କରିଥିଲା। ତେବେ ଏହି ୨୦୨୦-୨୧ ଆର୍ଥିକ ବର୍ଷରେ ବଟାନିକଲ ଗାର୍ଡେନକୁ ୭୨୮୨୦ ଜଣ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର