ବିଜେଡ଼ିରେ ଯୋଗଦେଲେ ନବରଙ୍ଗପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ

The Sakala Picture
Published On

ଭୁବନେଶ୍ୱର : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀଙ୍କ ନେତୃତ୍ୱରେ ଶତାଧିକ ପିଆରଆଇ ସଦସ୍ୟ ଓ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ବିଧାୟକ ତଥା ଜିଲ୍ଲା ସଭାପତି ମନୋହର ରନ୍ଧାରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା କଂଗ୍ରେସର ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା […]

ଭୁବନେଶ୍ୱର : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀଙ୍କ ନେତୃତ୍ୱରେ ଶତାଧିକ ପିଆରଆଇ ସଦସ୍ୟ ଓ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ବିଧାୟକ ତଥା ଜିଲ୍ଲା ସଭାପତି ମନୋହର ରନ୍ଧାରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା କଂଗ୍ରେସର ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାବାସୀଙ୍କ ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଆମେ ସମସ୍ତେ ବିଜୁ ଜନତା ଦଳରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଲୁ। ବିଜୁ ଜନତା ଦଳରେ ସାମିଲ ହୋଇ ଆମେ ବହୁତ ଖୁସି ଅନୁଭବ କରୁଛୁ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସରପଞ୍ଚ ସର୍ବଶ୍ରୀ ପ୍ରମିଳା ମୁଦୁଲି, ଶଙ୍କର ନାୟକ, ରୁକ୍ମୁଣୀ ମାଝୀ, ସମିତିସଭ୍ୟ ସର୍ବଶ୍ରୀ ଦୁର୍ଯୋ ମାଝୀ, ଜିତେନ୍ଦ୍ର ହରିଜନ, ସୋମନାଥ ସୌରା, ବରିଷ୍ଠ କଂଗ୍ରେସ ନେତା ମନ୍ଦର ଜାନୀ ଓ ବିପିନି ବିଶୋୟୀ, ପୂର୍ବତନ ସରପଞ୍ଚ କୁମର ପୂଜାରୀ ପ୍ରମୁଖ ବିଜେଡ଼ିରେ ସାମିଲ୍‌ ହୋଇ କହିଥିଲେ ଯେ, ଆମେ ବିଜୁ ଜନତା ଦଳରେ ସାମିଲ ହୋଇଥିବାରୁ ବହୁତ ଖୁସି। ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାନ (ମୁନ୍ନା ଖାନ), ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାଧାରଣ ସମ୍ପାଦକ ରମେଶ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

01 Jun 2025 By The Sakala

ବିଜେଡ଼ିରେ ଯୋଗଦେଲେ ନବରଙ୍ଗପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ

ଭୁବନେଶ୍ୱର : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀଙ୍କ ନେତୃତ୍ୱରେ ଶତାଧିକ ପିଆରଆଇ ସଦସ୍ୟ ଓ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ବିଧାୟକ ତଥା ଜିଲ୍ଲା ସଭାପତି ମନୋହର ରନ୍ଧାରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା କଂଗ୍ରେସର ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାବାସୀଙ୍କ ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଆମେ ସମସ୍ତେ ବିଜୁ ଜନତା ଦଳରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଲୁ। ବିଜୁ ଜନତା ଦଳରେ ସାମିଲ ହୋଇ ଆମେ ବହୁତ ଖୁସି ଅନୁଭବ କରୁଛୁ।

ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସରପଞ୍ଚ ସର୍ବଶ୍ରୀ ପ୍ରମିଳା ମୁଦୁଲି, ଶଙ୍କର ନାୟକ, ରୁକ୍ମୁଣୀ ମାଝୀ, ସମିତିସଭ୍ୟ ସର୍ବଶ୍ରୀ ଦୁର୍ଯୋ ମାଝୀ, ଜିତେନ୍ଦ୍ର ହରିଜନ, ସୋମନାଥ ସୌରା, ବରିଷ୍ଠ କଂଗ୍ରେସ ନେତା ମନ୍ଦର ଜାନୀ ଓ ବିପିନି ବିଶୋୟୀ, ପୂର୍ବତନ ସରପଞ୍ଚ କୁମର ପୂଜାରୀ ପ୍ରମୁଖ ବିଜେଡ଼ିରେ ସାମିଲ୍‌ ହୋଇ କହିଥିଲେ ଯେ, ଆମେ ବିଜୁ ଜନତା ଦଳରେ ସାମିଲ ହୋଇଥିବାରୁ ବହୁତ ଖୁସି। ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାନ (ମୁନ୍ନା ଖାନ), ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାଧାରଣ ସମ୍ପାଦକ ରମେଶ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

https://www.thesakala.in/latest-odisha-news/nabarangpur-district-news/leaders-of-various-parties-from-nabarangpur-district-join-bjd/article-40913
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର