ବୋଲବମ୍‌ ସାରି ଫେରିବା ବେଳେ ଚଢ଼ିଗଲା ଟ୍ରକ : ଦମ୍ପତି ମୃତ, ବର୍ତ୍ତିଗଲା ୯ ବର୍ଷର ପୁଅ

The Sakala Picture
Published On

ଉମରକୋଟ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୋଲବମ୍‌ରେ ଯାଇ ଶିବ ମନ୍ଦିରରୁ ପାଣିଢାଳି ଫେରିବା ବେଳେ ଟ୍ରକ୍‌ ଚଢିଯାଇଛି। ଯାହା ଫଳରେ ସ୍ବାମୀ-ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୯ ବର୍ଷର ପୁଅ ଅଳ୍ପକେ ବର୍ତ୍ତିଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ଉମରକୋଟ କୁନ୍ଦେଇ ଥାନା ରାବଣାଗୁଡ଼ା ଛକ ନିକଟରେ ଘଟିଛି। ମିଳିଥିବା ସୂଚନା ଅନୁସାରେ ଦମ୍ପତି ସେମାନଙ୍କର ୯ ବର୍ଷର ପୁଅ ସହ ବୋଲବମ୍‌ ଯାତ୍ରାରେ ଯାଇଥିଲେ। ଆଜି ଶ୍ରାବଣ ଚତୁର୍ଥ ସୋମବାରରେ ସେମାନେ […]

ଉମରକୋଟ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୋଲବମ୍‌ରେ ଯାଇ ଶିବ ମନ୍ଦିରରୁ ପାଣିଢାଳି ଫେରିବା ବେଳେ ଟ୍ରକ୍‌ ଚଢିଯାଇଛି। ଯାହା ଫଳରେ ସ୍ବାମୀ-ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୯ ବର୍ଷର ପୁଅ ଅଳ୍ପକେ ବର୍ତ୍ତିଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ଉମରକୋଟ କୁନ୍ଦେଇ ଥାନା ରାବଣାଗୁଡ଼ା ଛକ ନିକଟରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ ଦମ୍ପତି ସେମାନଙ୍କର ୯ ବର୍ଷର ପୁଅ ସହ ବୋଲବମ୍‌ ଯାତ୍ରାରେ ଯାଇଥିଲେ। ଆଜି ଶ୍ରାବଣ ଚତୁର୍ଥ ସୋମବାରରେ ସେମାନେ ଶିବ ମନ୍ଦିରରେ ପାଣି ଢାଳିବା ପରେ ବାଇକରେ ଘରକୁ ଫେରୁଥିଲେ। ଘରକୁ ଫେରିବା ସମୟରେ କୁନ୍ଦେଇ ଥାନା ଅନ୍ତର୍ଗତ ରାବଣାଗୁଡା ନିକଟରେ ବାଇକ ଉପରକୁ ଏକ ଦ୍ରୁତଗାମୀ ଟ୍ରକ ମାଡିଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ବାପା ଓ ମାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ, ୯ ବର୍ଷରୁ ପୁଅ ଅଳ୍ପକେ ବର୍ତ୍ତିଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଜାରି ରହିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ମେଡିକାଲକୁ ପଠାଇବା ସହ ଲୋକଙ୍କୁ ବୁଝାସୁଝା କରୁଛି।

12 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର