ରାଜ୍ୟରେ ନୂତନ ରୁଟ୍‌ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ବିମାନ ଚଳାଚଳ ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଦାବି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ନୂତନ ରୁଟ୍‌ରେ ବିମାନ ଚଳାଚଳ ନିମନ୍ତେ ରାଜ୍ୟ ସଭାରେ ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ। ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ଉନ୍ନତି ହେଉ ନ ଥିବା ଉଲ୍ଲେଖ କରି ସେ ନୂଆ ରୁଟ ସହ ଆଦିବାସୀ ପ୍ରଭାବିତ ଅଞ୍ଚଳକୁ ବିମାନ ଚଳାଚଳ ପାଇଁ କି ଯୋଜନା ରହିଛି ବୋଲି ପ୍ରଶ୍ନ କରିଛନ୍ତି । ସୋମବାର ସଂସଦରେ ଶ୍ରୀ ମଙ୍ଗରାଜ ଓଡ଼ିଶା ଓ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ […]

ଭୁବନେଶ୍ୱର: ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ନୂତନ ରୁଟ୍‌ରେ ବିମାନ ଚଳାଚଳ ନିମନ୍ତେ ରାଜ୍ୟ ସଭାରେ ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ। ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ଉନ୍ନତି ହେଉ ନ ଥିବା ଉଲ୍ଲେଖ କରି ସେ ନୂଆ ରୁଟ ସହ ଆଦିବାସୀ ପ୍ରଭାବିତ ଅଞ୍ଚଳକୁ ବିମାନ ଚଳାଚଳ ପାଇଁ କି ଯୋଜନା ରହିଛି ବୋଲି ପ୍ରଶ୍ନ କରିଛନ୍ତି । ସୋମବାର ସଂସଦରେ ଶ୍ରୀ ମଙ୍ଗରାଜ ଓଡ଼ିଶା ଓ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ବିମାନ ଚଳାଚଳ ପାଇଁ ନୂଆ ରୁଟ୍‌ ଚିହ୍ନଟ, ଆର୍ଥିକ ବର୍ଷରେ ଉଡାନ୍‌ ସ୍କିମ୍‌ ଅଧୀନରେ ବଜେଟ ବରାଦ, ପ୍ରଚଳିତ ରୁଟ୍‌କୁ ଆଦିବାସୀ ବହୁଳ ଅଞ୍ଚଳକୁ ସମ୍ପ୍ରସାରଣ ସଂକ୍ରାନ୍ତରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହ କ୍ଷେତ୍ରୀୟ ବିମାନ ଚଳାଚଳର ସୁରକ୍ଷା ଏବଂ ସମସ୍ତଙ୍କ ବ୍ୟବହାର ଉପଯୋଗୀ ଭଡା ସ୍ଥିର କରିବାକୁ ନେଇ କଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ମଙ୍ଗରାଜ ଜାଣିବାକୁ ଚାହିଁଛନ୍ତି ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଶ୍ରୀ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ନାଗରିକ ଉଡ଼ାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ କହିଛନ୍ତି ଯେ ଦେଶରେ ଆର୍‌ସିଏସ୍‌-ଉଡାନ୍‌ ନାମକ ଆଞ୍ଚଳିକ ସଂଯୋଗ ଯୋଜନା ଆରମ୍ଭ କରିଛି। ଓଡ଼ିଶାରେ ମୋଟ ୩୨ଟି ରୁଟ ଏବଂ ଉତ୍ତର-ପୂର୍ବାଞ୍ଚଳରେ ୯୦ଟି ରୁଟରେ ଆର୍‌ସିଏସ୍‌ ଅଧୀନରେ ପରିଚାଳିତ ହୋଇଛି। ନିର୍ଦ୍ଦିଷ୍ଟ ରୁଟରେ ଚାହିଦାର ମୂଲ୍ୟାଙ୍କନ ଆଧାରରେ ଆଗ୍ରହୀ ବିମାନ ସେବା ସଂସ୍ଥାମାନେ ବିଡିଂ ସମୟରେ ନିଜର ପ୍ରସ୍ତାବ ଦାଖଲ କରନ୍ତି। ବୈଧ ବିଡ୍‌ଗୁଡ଼ିକର ମୂଲ୍ୟାଙ୍କନ କରାଯାଇ ଯୋଜନା ଅଧୀନରେ ରୁଟଗୁଡ଼ିକର ପରିଚାଳନା ପାଇଁ ଅନୁମୋଦନ ଦିଆଯାଏ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆର୍‌ସିଏସ୍‌-ଉଡାନ୍‌ ପାଇଁ ୩୦୦ କୋଟି ଟଙ୍କା ବଜେଟ୍‌ ବରାଦ ହେଉଛି। ଟିୟର-୨ ଓ ଟିୟର-୩ ସହରମାନଙ୍କୁ ବିମାନ ସଂଯୋଗ ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ ।ଏଥିରେ ଆଦିବାସୀ ଅଞ୍ଚଳ ଅନ୍ତର୍ଭୁକ୍ତ। ଯୋଜନା ନିର୍ଦ୍ଦିଷ୍ଟ ଆସନଗୁଡ଼ିକରେ ବିମାନ ଭଡ଼ାକୁ ସୀମିତ କରି ଏବଂ ବିମାନ ସେବା ସଂସ୍ଥାମାନଙ୍କୁ ପରିଚାଳନା ଖର୍ଚ୍ଚ ଓ ଆଶାକୃତ ରାଜସ୍ୱ ମଧ୍ୟରେ ଥିବା ଅନ୍ତରକୁ ପୂରଣ କରିବା ପାଇଁ ସହାୟତା ପ୍ରଦାନ ମାଧ୍ୟମରେ ସୁଲଭ ବିମାନ ଯାତ୍ରାକୁ ପ୍ରୋତ୍ସାହନ ଦେଇଥାଏ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

29 Jul 2025 By The Sakala

ରାଜ୍ୟରେ ନୂତନ ରୁଟ୍‌ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ବିମାନ ଚଳାଚଳ ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଦାବି

ଭୁବନେଶ୍ୱର: ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ନୂତନ ରୁଟ୍‌ରେ ବିମାନ ଚଳାଚଳ ନିମନ୍ତେ ରାଜ୍ୟ ସଭାରେ ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ। ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ଉନ୍ନତି ହେଉ ନ ଥିବା ଉଲ୍ଲେଖ କରି ସେ ନୂଆ ରୁଟ ସହ ଆଦିବାସୀ ପ୍ରଭାବିତ ଅଞ୍ଚଳକୁ ବିମାନ ଚଳାଚଳ ପାଇଁ କି ଯୋଜନା ରହିଛି ବୋଲି ପ୍ରଶ୍ନ କରିଛନ୍ତି । ସୋମବାର ସଂସଦରେ ଶ୍ରୀ ମଙ୍ଗରାଜ ଓଡ଼ିଶା ଓ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ବିମାନ ଚଳାଚଳ ପାଇଁ ନୂଆ ରୁଟ୍‌ ଚିହ୍ନଟ, ଆର୍ଥିକ ବର୍ଷରେ ଉଡାନ୍‌ ସ୍କିମ୍‌ ଅଧୀନରେ ବଜେଟ ବରାଦ, ପ୍ରଚଳିତ ରୁଟ୍‌କୁ ଆଦିବାସୀ ବହୁଳ ଅଞ୍ଚଳକୁ ସମ୍ପ୍ରସାରଣ ସଂକ୍ରାନ୍ତରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହ କ୍ଷେତ୍ରୀୟ ବିମାନ ଚଳାଚଳର ସୁରକ୍ଷା ଏବଂ ସମସ୍ତଙ୍କ ବ୍ୟବହାର ଉପଯୋଗୀ ଭଡା ସ୍ଥିର କରିବାକୁ ନେଇ କଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ମଙ୍ଗରାଜ ଜାଣିବାକୁ ଚାହିଁଛନ୍ତି ।

ଶ୍ରୀ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ନାଗରିକ ଉଡ଼ାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ କହିଛନ୍ତି ଯେ ଦେଶରେ ଆର୍‌ସିଏସ୍‌-ଉଡାନ୍‌ ନାମକ ଆଞ୍ଚଳିକ ସଂଯୋଗ ଯୋଜନା ଆରମ୍ଭ କରିଛି। ଓଡ଼ିଶାରେ ମୋଟ ୩୨ଟି ରୁଟ ଏବଂ ଉତ୍ତର-ପୂର୍ବାଞ୍ଚଳରେ ୯୦ଟି ରୁଟରେ ଆର୍‌ସିଏସ୍‌ ଅଧୀନରେ ପରିଚାଳିତ ହୋଇଛି। ନିର୍ଦ୍ଦିଷ୍ଟ ରୁଟରେ ଚାହିଦାର ମୂଲ୍ୟାଙ୍କନ ଆଧାରରେ ଆଗ୍ରହୀ ବିମାନ ସେବା ସଂସ୍ଥାମାନେ ବିଡିଂ ସମୟରେ ନିଜର ପ୍ରସ୍ତାବ ଦାଖଲ କରନ୍ତି। ବୈଧ ବିଡ୍‌ଗୁଡ଼ିକର ମୂଲ୍ୟାଙ୍କନ କରାଯାଇ ଯୋଜନା ଅଧୀନରେ ରୁଟଗୁଡ଼ିକର ପରିଚାଳନା ପାଇଁ ଅନୁମୋଦନ ଦିଆଯାଏ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆର୍‌ସିଏସ୍‌-ଉଡାନ୍‌ ପାଇଁ ୩୦୦ କୋଟି ଟଙ୍କା ବଜେଟ୍‌ ବରାଦ ହେଉଛି। ଟିୟର-୨ ଓ ଟିୟର-୩ ସହରମାନଙ୍କୁ ବିମାନ ସଂଯୋଗ ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ ।ଏଥିରେ ଆଦିବାସୀ ଅଞ୍ଚଳ ଅନ୍ତର୍ଭୁକ୍ତ। ଯୋଜନା ନିର୍ଦ୍ଦିଷ୍ଟ ଆସନଗୁଡ଼ିକରେ ବିମାନ ଭଡ଼ାକୁ ସୀମିତ କରି ଏବଂ ବିମାନ ସେବା ସଂସ୍ଥାମାନଙ୍କୁ ପରିଚାଳନା ଖର୍ଚ୍ଚ ଓ ଆଶାକୃତ ରାଜସ୍ୱ ମଧ୍ୟରେ ଥିବା ଅନ୍ତରକୁ ପୂରଣ କରିବା ପାଇଁ ସହାୟତା ପ୍ରଦାନ ମାଧ୍ୟମରେ ସୁଲଭ ବିମାନ ଯାତ୍ରାକୁ ପ୍ରୋତ୍ସାହନ ଦେଇଥାଏ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର