ଝାରସୁଗୁଡା ଓ ରାଉରକେଲାକୁ ବିମାନ ସେବା ବୃଦ୍ଧି ନେଇ ସଂସଦରେ ପ୍ରଶ୍ନ ଉଠାଇଲେ ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ଭୁବନେଶ୍ବର: ଝାରସୁଗୁଡା ଓ ରାଉରକେଲାକୁ ବିମାନ ସେବା ବୃଦ୍ଧି କରିବା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। ରାଜ୍ୟରେ ପର୍ଯ୍ୟଟନ ଓ ଅର୍ଥନୀତିର ବିକାଶ ପାଇଁ ଅଧିକ ସଂଖ୍ୟାରେ ଏୟାରଲାଇନ୍ସକୁ ଆମନ୍ତ୍ରଣ କରିବା ନେଇ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ । ଏହାରର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମୁରଲୀଧର ମୋହଲ କହିଛନ୍ତି ଯେ, ଉଭୟ ରାଉରକେଲା ଓ ଝାରସୁଗୁଡାକୁ ଉଡାନ ଯୋଜନାରେ […]

ଭୁବନେଶ୍ବର: ଝାରସୁଗୁଡା ଓ ରାଉରକେଲାକୁ ବିମାନ ସେବା ବୃଦ୍ଧି କରିବା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। ରାଜ୍ୟରେ ପର୍ଯ୍ୟଟନ ଓ ଅର୍ଥନୀତିର ବିକାଶ ପାଇଁ ଅଧିକ ସଂଖ୍ୟାରେ ଏୟାରଲାଇନ୍ସକୁ ଆମନ୍ତ୍ରଣ କରିବା ନେଇ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଏହାରର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମୁରଲୀଧର ମୋହଲ କହିଛନ୍ତି ଯେ, ଉଭୟ ରାଉରକେଲା ଓ ଝାରସୁଗୁଡାକୁ ଉଡାନ ଯୋଜନାରେ ସାମିଲ କରାଯାଇଥିଲା। ବର୍ତ୍ତମାନ ଝାରସୁଗୁଡା ବିମାନ ବନ୍ଦରରୁ ଦିଲ୍ଲୀ, କୋଲକାତା, ଭୁବନେଶ୍ବର ଓ ବେଙ୍ଗାଳୁରୁକୁ ବିମାନ ସେବା ଜାରି ରହିଛି। ଏହିସବୁ ସ୍ଥାନକୁ ସପ୍ତାହକୁ ୫୦ ଥର ବାଣିଜ୍ୟିକ ବିମାନ ଉଡାଣ କରୁଛି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ସେହିପରି ରାଉରକେଲାରୁ ଭୁବନେଶ୍ବର ଓ କୋଲକାତା ମଧ୍ୟରେ ଆଲିଆନ୍ସ ଏୟାରଲାଇନ୍ସର ବିମାନ ଚଳାଚଳ କରୁଛି । ଏହି ଦୁଇ ବିମାନ ବନ୍ଦର ସହ ଜୟପୁର ଓ ଉତକେଲା ବିମାନ ବନ୍ଦରକୁ ମଧ୍ୟ ଉଡାନ ଯୋଜନାରେ ସାମିଲ କରାଯାଇଛି । ପରବର୍ତ୍ତି ସମୟରେ ଅମର୍ଦା, ରାଇରଙ୍ଗପୁର ଓ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରକୁ ଉଡାନ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର