ବାଲୁଗାଁରେ ମାମୁଁ ଭଣଜା ହିଲ ପାର୍କ ଏବଂ ମୁକ୍ତାକାଶ ବ୍ୟାୟାମଶାଳା ଉଦଘାଟନ କଲେ ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟରେ ଥିବା ଐତିହାସିକ ମାମୁଁ ଭଣଜା ପାହାଡ ପାଦଦେଶରେ ହିଲ ସାଇଡ ପାର୍କର ଲୋକାର୍ପଣ କରିଛନ୍ତି ଶ୍ରୀ ମଙ୍ଗରାଜ। ଏନଏସି ଦ୍ୱାରା ନିର୍ମାଣ କରାଯାଇଥିବା ଏହି ପାର୍କରେ ପିଲାଙ୍କ ପାଇଁ ବିଭିନ୍ନ କ୍ରୀଡା ସାମଗ୍ରୀର ବ୍ୟବସ୍ଥା ରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ଏହାସହ […]

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟରେ ଥିବା ଐତିହାସିକ ମାମୁଁ ଭଣଜା ପାହାଡ ପାଦଦେଶରେ ହିଲ ସାଇଡ ପାର୍କର ଲୋକାର୍ପଣ କରିଛନ୍ତି ଶ୍ରୀ ମଙ୍ଗରାଜ। ଏନଏସି ଦ୍ୱାରା ନିର୍ମାଣ କରାଯାଇଥିବା ଏହି ପାର୍କରେ ପିଲାଙ୍କ ପାଇଁ ବିଭିନ୍ନ କ୍ରୀଡା ସାମଗ୍ରୀର ବ୍ୟବସ୍ଥା ରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ଏହାସହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲୁଗାଁ ଚିଲିକାକୂଳ ନିକଟରେ ନିର୍ମାଣ ହୋଇଥିବା ଏକ ଶୌଚାଳୟ, ଚଲାପଥ ଏବଂ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି। ଆଗାମୀ ଦିନରେ ଚିଲିକାର ଉନ୍ନତି ପାଇଁ ସବୁ କ୍ଷେତ୍ରରେ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ସାଂସଦ ଶ୍ରୀ ମଙ୍ଗରାଜ ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଯୋଗୁଁ ମାଟିକାନ୍ଥ ପଡି ମହିଳା ମୃତ

https://youtu.be/y2ax9lqTgks

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଉଦଘାଟିତ ହୋଇଥିବା ଏହି ସମସ୍ତ ନବ ନିର୍ମିତ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ମୁକ୍ତା ଅଭିଯାନ ଦ୍ୱାରା ସମାପନ ହୋଇଥିବା ବେଳେ ମୁକ୍ତା ଯୋଜନାରେ ସାମିଲ ଥିବା ଶ୍ରମିକମାନେ ନିୟୋଜିତ ଥିଲେ। ଉଦଘାଟନ ଅବସରରେ ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ଶ୍ରୀ ମଙ୍ଗରାଜ। ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏନଏସିର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର