ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍
ଭୁବନେଶ୍ବର : ଜୁଲାଇରେ ୨ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ରହିଛି ୨୪ଟି କାର୍ଯ୍ୟ ଦିବସ । ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ଅଧିବେଶନର ଆରମ୍ଭ ଅର୍ଥାତ ପ୍ରଥମ ଦିନ ଜୁଲାଇ ୨ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ବିଧାନସଭାରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ […]
ଭୁବନେଶ୍ବର : ଜୁଲାଇରେ ୨ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ରହିଛି ୨୪ଟି କାର୍ଯ୍ୟ ଦିବସ । ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ ।
ଅଧିବେଶନର ଆରମ୍ଭ ଅର୍ଥାତ ପ୍ରଥମ ଦିନ ଜୁଲାଇ ୨ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ବିଧାନସଭାରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଜୁଲାଇ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ।ଜୁଲାଇ ୧୪ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ। ଅଗଷ୍ଟ ୨ ଓ ୪ ପ୍ରାଇଭେଟ୍ ମେମ୍ବରର୍ସ ବିଲ୍ ପାଇଁ ଉଦ୍ଦିଷ୍ଟ ରହିଛି।
ମୌସୁମୀ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା। ଗତଥର ମୌସୁମୀ ଅଧିବେଶନ ସମୟରେ ବିଧାନସଭା ଚାରିକଡ଼ ରାସ୍ତାକୁ ନୋ ମ୍ୟାନ୍ସ ଲ୍ୟାଣ୍ଡ ଏରିଆ ଭାବେ ଘୋଷଣା କରାଯାଇଥିଲା। ଚଳିତ ଥର ମଧ୍ୟ ସେହିପରି କରାଯାଇପାରେ।