ଧର୍ମଶାଳାରେ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ଅଣାୟତ: ବିଜେଡି

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଲଘୁ ଖଣିଜ ସମ୍ପଦର ଚୋରାଚାଲାଣ ଅଣାୟତ ଅବସ୍ଥାରେ ପହଞ୍ଚିଛି ବୋଲି ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ। ଶ୍ରୀ ବଳବନ୍ତରାୟ କହିଥିଲେ ଯେ, ବର୍ତ୍ତମାନର ବିଧାୟକ ହିମାଂଶୁ ସାହୁ ତାଙ୍କ ବୟାନରେ ଅଧିକାଂଶ ଲଘୁ ଖଣିଜ ସମ୍ପଦ ଉତ୍ତୋଳନ କାର୍ଯ୍ୟରେ ବିଜେଡି କର୍ମୀମାନେ ନିୟୋଜିତ ହୋଇଛନ୍ତି ବୋଲି ଅଭିଯୋଗ କରିବା ସହିତ ବିଜେଡି ସରକାର ସମୟରେ ଧର୍ମଶାଳା ଅଞ୍ଚଳରୁ ବେଆଇନ ଖଣି […]

ଭୁବନେଶ୍ୱର : ରାଜ୍ୟରେ ଲଘୁ ଖଣିଜ ସମ୍ପଦର ଚୋରାଚାଲାଣ ଅଣାୟତ ଅବସ୍ଥାରେ ପହଞ୍ଚିଛି ବୋଲି ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ।
ଶ୍ରୀ ବଳବନ୍ତରାୟ କହିଥିଲେ ଯେ, ବର୍ତ୍ତମାନର ବିଧାୟକ ହିମାଂଶୁ ସାହୁ ତାଙ୍କ ବୟାନରେ ଅଧିକାଂଶ ଲଘୁ ଖଣିଜ ସମ୍ପଦ ଉତ୍ତୋଳନ କାର୍ଯ୍ୟରେ ବିଜେଡି କର୍ମୀମାନେ ନିୟୋଜିତ ହୋଇଛନ୍ତି ବୋଲି ଅଭିଯୋଗ କରିବା ସହିତ ବିଜେଡି ସରକାର ସମୟରେ ଧର୍ମଶାଳା ଅଞ୍ଚଳରୁ ବେଆଇନ ଖଣି ଖନନ ପାଇଁ ଜୋରିମାନା ଆକାରରେ ୩୦୦ ଶହ କୋଟିରୁ ଊର୍ଦ୍ଧ୍ବ ଫାଇନ୍‌ ଆଦାୟ କରାଯାଇଥିଲା ବୋଲି ସ୍ୱୀକାର କରିଛନ୍ତି। ବିଧାୟକ ଭାବେ ନିର୍ବାଚିତ ହେବା ପରେ ଶ୍ରୀ ସାହୁ କେହି ଖଣି ଚୋର ବର୍ତ୍ତିବେ ନାହିଁ, ସମସ୍ତେ ବନ୍ଧା ହେବେ ବୋଲି ବୟାନ ଦେଇଥିଲେ। କିନ୍ତୁ, ଏହି ବୟାନ ଦେବାର ୭ ମାସରୁ ଊର୍ଦ୍ଧ୍ବ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କେହି ବନ୍ଧା ହେଲେ ନାହିଁ।

ବାସ୍ତବରେ ବନ୍ଧା ହେବା ପାଇଁ ତାଲିକାରେ ଥିବା ତଥାକଥିତ ଖଣି ଚୋର ମାନଙ୍କ ସହିତ ବିଧାୟକ ଶ୍ରୀ ସାହୁ ବନ୍ଧୁ ହୋଇଯାଇଛନ୍ତି, ଯେଉଁଥିପାଇଁ ଆଉ ବାନ୍ଧିବାର ଆବଶ୍ୟକତା ନାହିଁ। ଗିରଫ କରିବା ଓ ଖଣି ଓ ରାଜସ୍ୱ ବିଭାଗ ଦ୍ୱାରା କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ବିଧାୟକ ଗୋଟିଏ ପରେ ଗୋଟିଏ ଲଘୁ ଖଣିଜ ବ୍ୟବସାୟୀଙ୍କୁ ନିଜ ଆଡ଼କୁ ନେଉଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ନିରଞ୍ଜନ ରାଉତଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ନିର୍ବାଚନ ସମୟରେ ହୋଇଥିବା ଏକ ଗୋଷ୍ଠୀ ସଂଘର୍ଷ ମାମଲାରେ ୩୨ ଜଣଙ୍କ ମଧ୍ୟରୁ ୩୧ ଜଣଙ୍କୁ ବେଲ୍‌ ମିଳିସାରିଥିବା ବେଳେ ସେହି କେସ୍‌ରେ ଏଫଆଇଆରେ ନଥିଲେ ମଧ୍ୟ ୩୦୭ ଦଫା ଲଗାଇ ଶ୍ରୀ ରାଉତଙ୍କୁ ଜେଲ୍‌ରେ ରଖାଯାଇଛି ଏବଂ ଜେଲରେ ଥିବା ସମୟରେ ଗୋଟିଏ ପରେ ଗୋଟିଏ ମିଥ୍ୟା ମୋକଦ୍ଦମା ରୁଜୁ କରି ଶ୍ରୀ ରାଉତଙ୍କ ଖଣି, ବିଧାୟକ ନିଜ ଲୋକଙ୍କ ଜରିଆରେ ଲୁଟିବାରେ ଲାଗିଛନ୍ତି। ସେହିପରି ପ୍ରହଲ୍ଲାଦ ଲେଙ୍କାଙ୍କ ନାମରେ ମଧ୍ୟ ବାରମ୍ବାର ମିଥ୍ୟା କେସ୍‌ ରୁଜୁ ହେଉଛି।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ବିଧାୟକ ଶ୍ରୀ ସାହୁ ପ୍ରଶାସନକୁ ପ୍ରଭାବିତ କରି ଖଣି ଲିଜ୍‌ଧାରୀଙ୍କ ମଧ୍ୟରେ ଆତଙ୍କର ବାତ୍ତାବରଣ ସୃଷ୍ଟି କରୁଛନ୍ତି। ସାରା ରାଜ୍ୟରେ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ଚାଲିଥିବା ବେଳେ ରାଜ୍ୟରେ ସବୁଠାରୁ ଅଧିକ ଲଘୁ ଖଣିଜ ସମ୍ପଦ ଥିବା ଧର୍ମଶାଳା ଅଞ୍ଚଳର ଜେନାପୁର ଥାନା ଅଧୀନରେ କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁ ନାହିଁ। ଓଲଟା, ସ୍ଥାନୀୟ ଜନସାଧାରଣ ଚୋରାଚାଲାଣକୁ ବିରୋଧ କରି ଗାଡି ରୋକୁଥିବା ବେଳେ, ପୋଲିସ ତାକୁ ମୁକୁଳାଇ ଦେବାର ଏକାଧିକ ଘଟଣା ଦେଖିବାକୁ ମିଳିଛି। ଧର୍ମଶାଳାର ଦଳିତ, ଅବହେଳିତ ଓ ନିଷ୍ପେସିତଙ୍କୁ ଛାଡ଼ି ବିଧାୟକ ଏବେ ଖଣି ମାଲିକ, କ୍ରସର ମାଲିକ ଓ ଠିକାଦାରଙ୍କୁ ଆପଣେଇଛନ୍ତି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ଛଉ ନୃତ୍ୟଗୁରୁ ପାଗୁଲୁ ଜେନାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ଅପରପକ୍ଷରେ, ଧର୍ମଶାଳା ଅଞ୍ଚଳରେ ଥିବା ରାମ୍‌କୋ ସିମେଣ୍ଟ କାରଖାନାରେ କାର୍ଯ୍ୟରତ କିଛି ସ୍ଥାନୀୟ ଯୁବକଙ୍କୁ ବିଜେଡି ସମର୍ଥକ ବୋଲି ବିଧାୟକଙ୍କ ନିର୍ଦ୍ଦେଶରେ ଚାକିରିରୁ ବିଦା କରାଯାଇଛି ଓ କିଛି ଯୁବକଙ୍କୁ ଓଡିଶା ବାହାରକୁ ବଦଳି କରାଯାଇଛି ବୋଲି ଶ୍ରୀ ବଳବନ୍ତରାୟ କହିଥିଲେ। ଏଣୁ, ଧର୍ମଶାଳା ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବର୍ତ୍ତମାନ କାହା ପ୍ରୋତ୍ସାହନରେ ଚାଲିଛି ଏଥିରୁ ସ୍ପଷ୍ଟ ହେଉଛି। ଧର୍ମଶାଳା ଅଞ୍ଚଳରେ ଚାଲିଥିବା ଲଘୁ ଖଣିଜ ସମ୍ପଦ ଲୁଟ୍‌ ଉପରେ ରାଜ୍ୟ ସରକାର ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ଦାବି କରୁଛି ବୋଲି ଶ୍ରୀ ବଳବନ୍ତରାୟ କହିଥିଲେ। ଡବଲ ଇଞ୍ଜିନ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ଆପଣଙ୍କ ଦଳର ସମର୍ଥିତ ସ୍ୱାଧୀନ ବିଧାୟକଙ୍କ କାର୍ଯ୍ୟକଳାପ ଉପରେ ଟିକିଏ ନଜର ରଖନ୍ତୁ।

21 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର