ନିଟ୍‌ ପାଇଁ ସର୍ବନିମ୍ନ ମାର୍କ ବାଧ୍ୟତାମୂଳକ ନୁହେଁ, ଦ୍ବାଦଶ ଶ୍ରେଣୀ ପାସ୍‌ ହାର ଆଧାରରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ୱର: ଦ୍ବାଦଶ ଶ୍ରେଣୀ ପରେ ମେଡିକାଲ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଲାଗି ନ୍ୟାସନାଲ ମେଡିକାଲ କମିଶନ (ଏନଏମ୍‌ସି) ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ଏବେ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ମାର୍କ ରଖିବା ବାଧ୍ୟତାମୂଳକ ହେବ ନାହିଁ। ସେମାନେ ଦ୍ବାଦଶ ଶ୍ରେଣୀର ପାସ୍‌ ହାର (ପାସିଂ ପର୍ସେଣ୍ଟେଜ) ଆଧାରରେ ନିଟ୍‌ ପରୀକ୍ଷା ଦେଇପାରିବେ। ବୟସ ନିୟମ ମଧ୍ୟ ସଂଶୋଧନ କରାଯାଇ ଏହାକୁ ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ ଜାନୁଆରୀ ୩୧ ସୁଦ୍ଧା ଛାତ୍ରଛାତ୍ରୀଙ୍କ […]

ଭୁବନେଶ୍ୱର: ଦ୍ବାଦଶ ଶ୍ରେଣୀ ପରେ ମେଡିକାଲ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଲାଗି ନ୍ୟାସନାଲ ମେଡିକାଲ କମିଶନ (ଏନଏମ୍‌ସି) ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ଏବେ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ମାର୍କ ରଖିବା ବାଧ୍ୟତାମୂଳକ ହେବ ନାହିଁ। ସେମାନେ ଦ୍ବାଦଶ ଶ୍ରେଣୀର ପାସ୍‌ ହାର (ପାସିଂ ପର୍ସେଣ୍ଟେଜ) ଆଧାରରେ ନିଟ୍‌ ପରୀକ୍ଷା ଦେଇପାରିବେ। ବୟସ ନିୟମ ମଧ୍ୟ ସଂଶୋଧନ କରାଯାଇ ଏହାକୁ ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ ଜାନୁଆରୀ ୩୧ ସୁଦ୍ଧା ଛାତ୍ରଛାତ୍ରୀଙ୍କ ବୟସ ୧୭ ବର୍ଷ ହୋଇଥିବା ଆବଶ୍ୟକ। ଅଧିକରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଅବଧିକୁ ମାସେ ପର୍ଯ୍ୟନ୍ତ ବଢ଼ାଇ ହେବ। ମେଡିକାଲରେ ସ୍ଥାନ ମିଳିବା ପରେ ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୯ ବର୍ଷ ଭିତରେ ଏମ୍‌ବିବିଏସ ପଢ଼ା ଶେଷ କରିବାକୁ ପଡ଼ିବ। ଯଦି କଲେଜ କାଉନସିଲିଂ ବ୍ୟତୀତ ଅନ୍ୟ କୌଣସି ଉପାୟରେ ଛାତ୍ରଛାତ୍ରୀଙ୍କ ନାମ ଲେଖାନ୍ତି ତେବେ ଏକ କୋଟି ଟଙ୍କା କିମ୍ବା ସମ୍ପୂର୍ଣ୍ଣ ପାଠ୍ୟକ୍ରମ ପାଇଁ ଲାଗୁଥିବା ଦେୟ (ସର୍ବାଧିକ)କୁ ଜରିମାନା ଭାବେ ଦେବାକୁ ପଡ଼ିବ। ଦ୍ବିତୀୟ ଥର ଏପରି ଭୁଲ୍‌ ହେଲେ ଦୁଇ ଗୁଣ ଜରିମାନା ସହିତ କଲେଜର ଦୁଇ ଗୁଣ ସିଟ୍‌କୁ ହ୍ରାସ କରିଦିଆଯିବ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ଯଦି ୨ ଜଣ ଛାତ୍ରଛାତ୍ରୀଙ୍କ ଙ୍କ ସମାନ ଆସେ ତେବେ ଭୌତିକ ବିଜ୍ଞାନ ପରେ ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନରେ ମିଳିଥିବା ମାର୍କକୁ ବିଚାର କରାଯିବ। ଯଦି ଏଥିରେ ମାର୍କ ସମାନ ରହେ ତେବେ କମ୍ପ୍ୟୁଟର ମାଧ୍ୟମରେ ଲଟେରୀ ଉଠାଣ କରି ଚୟନ କରାଯିବ। ଏନଏମ୍‌ସି-୨୦୨୪ରୁ ନ୍ୟାସନାଲ ଏକ୍ଜିଟ ଟେଷ୍ଟ (ନେକ୍ସଟ) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶିକ୍ଷାବିତ୍‌ ଆଶୀଷ ଆରୋରାଙ୍କ ଅନୁଯାୟୀ ଏମ୍‌ବିବିଏସ୍‌ର ପଞ୍ଚମ ବର୍ଷରେ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ଦେବାକୁ ପଡିବ। ଏହି ପରୀକ୍ଷା ଦ୍ବାରା ଛାତ୍ରଛାତ୍ରୀଙ୍କୁ ପିଜି ପାଇଁ ଅଲଗା ଭାବେ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ନେକ୍ସଟ ଫଳାଫଳ ଆଧାରରେ ସେମାନଙ୍କୁ ପିଜି ମେରିଟରେ ସ୍ଥାନ ମିଳିବ। ତେବେ ଛାତ୍ରଛାତ୍ରୀଙ୍କୁ ନେକ୍ସଟ ପରୀକ୍ଷା ଦ୍ବାରା ହିଁ ମେଡିକାଲ ପ୍ରାକ୍ଟିସ ପାଇଁ ଅନୁମତି ମିଳିବ। ଏହି ନିୟମ ଦେଶ ବିଦେଶରୁ ମେଡିକାଲ ପଢ଼ି ଆସୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ କାର୍ଯ୍ୟକାରୀ ହେବ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର