କୁଲଡ଼ିହାରୁ ହଦଗଡ଼ ପଳାଇଲା ଯମୁନା, ଶିମିଳିପାଳ ଫେରିବା ଆଶା ମଉଳୁଛି

The Sakala Picture
Published On

ବାରିପଦା: ଶିମିଳିପାଳର ଅତିଥି ମହାବଳ ବାଘୁଣୀ ଯମୁନା ଏବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡର ହଦଗଡ଼ ଜଙ୍ଗଲରେ ବୁଲୁଛି। ହଦଗଡ଼ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭୌଗୋଳିକ କ୍ଷେତ୍ର ବୋଲି କର୍ତ୍ତୃପକ୍ଷ ଦର୍ଶାଉଥିଲେ ହେଁ ତାହା ଯେ ଶିମିଳିପାଳ ଅଭୟାରଣ୍ୟ ନୁହେଁ, କାହାକୁ ଅଛପା ନାହିଁ। ଯମୁନା ପ୍ରଥମେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡରୁ ଯାଇ କୁଳଡିହା ଅଭୟାରଣ୍ୟରେ ରହୁଥିବା ବେଳେ ରବିବାର ବିଳମ୍ୱିତ ରାତିରେ ହଦଗଡ଼ ଜଙ୍ଗଲରେ ପ୍ରବେଶ କରିଛି। ବାଘବଂଶ ବୃଦ୍ଧି […]

ବାରିପଦା: ଶିମିଳିପାଳର ଅତିଥି ମହାବଳ ବାଘୁଣୀ ଯମୁନା ଏବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡର ହଦଗଡ଼ ଜଙ୍ଗଲରେ ବୁଲୁଛି। ହଦଗଡ଼ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭୌଗୋଳିକ କ୍ଷେତ୍ର ବୋଲି କର୍ତ୍ତୃପକ୍ଷ ଦର୍ଶାଉଥିଲେ ହେଁ ତାହା ଯେ ଶିମିଳିପାଳ ଅଭୟାରଣ୍ୟ ନୁହେଁ, କାହାକୁ ଅଛପା ନାହିଁ। ଯମୁନା ପ୍ରଥମେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡରୁ ଯାଇ କୁଳଡିହା ଅଭୟାରଣ୍ୟରେ ରହୁଥିବା ବେଳେ ରବିବାର ବିଳମ୍ୱିତ ରାତିରେ ହଦଗଡ଼ ଜଙ୍ଗଲରେ ପ୍ରବେଶ କରିଛି।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବାଘବଂଶ ବୃଦ୍ଧି ଓ କଳାବାଘ ବଂଶ ବୃଦ୍ଧି ସମାନତା ଆଣିବା ଉଦ୍ଦେଶ୍ୟରେ ଦୁଇ ଅତିଥି ବାଘୁଣୀ ଯମୁନା ଓ ଜିନତକୁ ଅଣାଯାଇଥିବା ବେଳେ ଏବେ ସେନେଇ ଅନିଶ୍ଚିତତା ଦେଖାଦେଇଛି। ୨୦୨୪ ଅକ୍ଟୋବର ୨୭ରେ ଯମୁନା ଓ ନଭେମ୍ୱର ୧୪ରେ ଜିନତକୁ ଅଣାଯାଇଥିଲା। ନଭେମ୍ୱର ୯ ତାରିଖରେ ଯମୁନା ଓ ନଭେମ୍ୱର ୨୪ରେ ଜିନତକୁ କୋର୍‌ ଅଞ୍ଚଳରେ ଛଡ଼ାଯାଇଥିଲା। ଦୁଇ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟରେ କିଛି ଦିନ ରହିବା ପରେ ଉଭୟଙ୍କ ବାସସ୍ଥାନ ଖୋଜିବାରେ ଜଙ୍ଗଲ ପରିବର୍ତ୍ତନ କରିଥିଲେ। ଯମୁନା କୁଲଡିହା ଅଭୟାରଣ୍ୟକୁ ପଳାଇ ଯାଇଥିବା ବେଳେ ଜିନତ୍‌‌ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଜଙ୍ଗଲକୁ ପଳାଇଥିଲା। ବହୁ ଉଦ୍ୟମ ପରେ ଜିନତକୁ ବନବିଭାଗ ଡିସେମ୍ୱର ୨୯ରେ ଟ୍ରାଙ୍କୁଲାଇଜ୍‌ କରି ୩୧ତାରିଖରେ ଶିମିଳିପାଳକୁ ଫେରାଇ ଆଣିଥିଲା। ମାତ୍ର ଯମୁନା ଡିସେମ୍ୱର ୧୬ତାରିଖରୁ ଅଦ୍ୟାବଧି କୁଲଡିହା ଅଭୟାରଣ୍ୟରେ ରହି ରବିବାର ବିଳମ୍ୱିତ ରାତିରେ ହଦଗଡ଼ ଜଙ୍ଗଲରେ ପହଞ୍ଚିଛି ବୋଲି ଓଡ଼ିଶା ବନ ଉନ୍ନୟନ ନିଗମର ସ୍ୱାଧୀନ ନିର୍ଦ୍ଦେଶକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ଯମୁନାର ଗତିବିଧିକୁ ଦୃଷ୍ଟିରେ ରଖି ବିଭାଗୀୟ ପଦକ୍ଷେପ ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଅନ୍ୟଥା ଜିନତ୍‌‌ ପରି ଯମୁନା ମଧ୍ୟ ହଦଗଡ଼ ପାର୍‌ ହୋଇ କେନ୍ଦୁଝର ଜିଲ୍ଲାର ଅନ୍ୟ ଅଭୟାରଣ୍ୟ କିମ୍ୱା ଯାଜପୁର ଜିଲ୍ଲା ଦୈତାରୀ ମାଇନ୍ସ ଅଭିମୁଖେ ପଳାଇ ଯାଇପାରେ ବୋଲି ଆଶଙ୍କା କରିଛନ୍ତି। ବିଗତ ବର୍ଷରେ ଦୈତାରୀ ମାଇନ୍ସ ଅଞ୍ଚଳରେ ମହାବଳ ବାଘ ରହୁଥିଲା। ଘଞ୍ଚ ବିସ୍ତୀର୍ଣ୍ଣ ଜଙ୍ଗଲ ପାର ହୋଇ ସମତଳ ଅଞ୍ଚଳକୁ ଯମୁନା ଯାଇପାରେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର