ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

Madhusudan Das Picture
Published On

ବାରିପଦା: ବିହାରରୁ ପରିବାର ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ସଡକ ଦୁର୍ଘଟଣା। ମୟୂରଭଞ୍ଜ ଜିଲ୍ଲା ବେତନଟିର ଛୁରୁଣି ଛକରେ ତୀର୍ଥଯାତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଟ୍ରଲରକୁ ପଛପଟୁ ଧକ୍କା ଦେଲା ସ୍କର୍ପିଓ । ଦୁର୍ଘଟଣାରେ ମହିଳା ଓ ଶିଶୁଙ୍କ ସମେତ ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । 

ଆହୁରି ପଢ଼ନ୍ତୁ: ବୟସ୍କଙ୍କୁ ଭତ୍ତା ଦେବାରେ ଡବଲ ଇଞ୍ଜିନ ସରକାର
ସମ୍ପୂର୍ଣ୍ଣ ବିଫଳ: ବିଜେଡି

ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫ଟା ସମୟରେ ବିହାରରୁ ପୁରୀ ଅଭିମୁଖେ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ଆଗରେ ଯାଉଥିବା ଏକ ଟ୍ରଲରକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଟ୍ରଲରଟି ହଠାତ୍ ପେଟ୍ରୋଲ ପମ୍ପ ଆଡ଼କୁ ବାମ ପଟକୁ ମୋଡ଼ି ଦେବାରୁ ପଛରେ ଆସୁଥିବା ସ୍କର୍ପିଓଟି ନିୟନ୍ତ୍ରଣ ହରାଇ ଏହା ସହ ପିଟି ହୋଇଯାଇଥିଲା। ଦୁର୍ଘଟଣା ସମୟରେ ସ୍କର୍ପିଓ ଗାଡ଼ିରେ ଶିଶୁ ଓ ମହିଳାଙ୍କୁ ମିଶାଇ ଗୋଟିଏ ପରିବାରର ମୋଟ ୯ ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି। ଦୁର୍ଘଟଣା ପରେ ସ୍ଥାନୀୟ ଯୁବକ ଓ ବେତନଟୀ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବେତନଟୀ ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ପୋଲିସ୍ ପ୍ରଶାସନ, ହେଲେ ଥାର୍ଡଡିଗ୍ରୀରେ ସଫଳ: ବିଜେଡି

05 Jun 2026 By Madhusudan Das

ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ବାରିପଦା: ବିହାରରୁ ପରିବାର ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ସଡକ ଦୁର୍ଘଟଣା। ମୟୂରଭଞ୍ଜ ଜିଲ୍ଲା ବେତନଟିର ଛୁରୁଣି ଛକରେ ତୀର୍ଥଯାତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଟ୍ରଲରକୁ ପଛପଟୁ ଧକ୍କା ଦେଲା ସ୍କର୍ପିଓ । ଦୁର୍ଘଟଣାରେ ମହିଳା ଓ ଶିଶୁଙ୍କ ସମେତ ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । 

ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫ଟା ସମୟରେ ବିହାରରୁ ପୁରୀ ଅଭିମୁଖେ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ଆଗରେ ଯାଉଥିବା ଏକ ଟ୍ରଲରକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଟ୍ରଲରଟି ହଠାତ୍ ପେଟ୍ରୋଲ ପମ୍ପ ଆଡ଼କୁ ବାମ ପଟକୁ ମୋଡ଼ି ଦେବାରୁ ପଛରେ ଆସୁଥିବା ସ୍କର୍ପିଓଟି ନିୟନ୍ତ୍ରଣ ହରାଇ ଏହା ସହ ପିଟି ହୋଇଯାଇଥିଲା। ଦୁର୍ଘଟଣା ସମୟରେ ସ୍କର୍ପିଓ ଗାଡ଼ିରେ ଶିଶୁ ଓ ମହିଳାଙ୍କୁ ମିଶାଇ ଗୋଟିଏ ପରିବାରର ମୋଟ ୯ ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି। ଦୁର୍ଘଟଣା ପରେ ସ୍ଥାନୀୟ ଯୁବକ ଓ ବେତନଟୀ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବେତନଟୀ ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର