ଅଣ୍ଡା ତରକାରୀ ନ ଦେବାରୁ ସ୍ତ୍ରୀ’କୁ ଚୁଲିଫୁଙ୍କାରେ ବାଡେଇ ମାରିଦେଲା ନୃଶଂସ ସ୍ବାମୀ
ଉଦଳା : ଅଣ୍ଡା ତରକାରୀ ପାଇଁ ହତ୍ୟା। ସ୍ତ୍ରୀକୁ ଚୁଲିଫୁଙ୍କାରେ ବାଡେଇ ମାରିଦେଲା ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉଦଳା ଥାନା କୁଟଲିଂ ବନ୍ଧସାହି ଗ୍ରାମରେ। ମିଳିଥିବା ସୂଚନା ଅନୁସାରେ ବନ୍ଧସାହି ଗ୍ରାମର ଲମା ବାସ୍କେ ମଙ୍ଗଳବାର ମଧ୍ୟାହ୍ନରେ ଖାଇବା ସମୟରେ ସ୍ତ୍ରୀ ଅଣ୍ଡା ତରକାରୀ ନ ଦେବାରୁ ରାଗି ଯାଇ ଝଗଡା କରିଥିଲେ। ହେଲେ ସେତିକିରେ ଥମି ନଯାଇ ସ୍ତ୍ରୀ କୁ ଚୁଲିଫୁଙ୍କାରେ ବାଡେଇ ବାଡେଇ ମାରିଦେଇଥିଲେ। ଏନେଇ ଗାଁର ଲୋକ ପୁଲିସକୁ […]
ଉଦଳା : ଅଣ୍ଡା ତରକାରୀ ପାଇଁ ହତ୍ୟା। ସ୍ତ୍ରୀକୁ ଚୁଲିଫୁଙ୍କାରେ ବାଡେଇ ମାରିଦେଲା ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉଦଳା ଥାନା କୁଟଲିଂ ବନ୍ଧସାହି ଗ୍ରାମରେ।
ଆହୁରି ପଢ଼ନ୍ତୁ: ୭୦ କୋଟି ଟଙ୍କା ଠକେଇ ଅଭିଯୋଗ: ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଈଶ୍ୱର ବନ୍ଧାଣୀଙ୍କ ବାସଭବନରେ ଇଡି ଚଢ଼ାଉ
ମିଳିଥିବା ସୂଚନା ଅନୁସାରେ ବନ୍ଧସାହି ଗ୍ରାମର ଲମା ବାସ୍କେ ମଙ୍ଗଳବାର ମଧ୍ୟାହ୍ନରେ ଖାଇବା ସମୟରେ ସ୍ତ୍ରୀ ଅଣ୍ଡା ତରକାରୀ ନ ଦେବାରୁ ରାଗି ଯାଇ ଝଗଡା କରିଥିଲେ। ହେଲେ ସେତିକିରେ ଥମି ନଯାଇ ସ୍ତ୍ରୀ କୁ ଚୁଲିଫୁଙ୍କାରେ ବାଡେଇ ବାଡେଇ ମାରିଦେଇଥିଲେ। ଏନେଇ ଗାଁର ଲୋକ ପୁଲିସକୁ ଖବର ଦେବା ପରେ ଉଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ଜଣାପଡିଛି।






