ମାଝି ବାବା ହତ୍ୟା ଘଟଣାର ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ, କଟୁରୀ ଓ ବାଇକ୍ ଜବତ

Madhusudan Das Picture
Published On

ଗୋରୁମହିଷାଣୀ: ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଲୁହାଶିଳା ପଞ୍ଚାୟତ ତାଣ୍ଡିପାଣି ଗ୍ରାମର ମୁଖିଆ ତଥା ମାଝି ବାବା ରାମେଶ୍ୱର ପିଙ୍ଗୁଆ (୩୫) ହତ୍ୟାକାଣ୍ଡ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ସମ୍ପୃକ୍ତ ଗ୍ରାମର ଅଭିଯୁକ୍ତ ଜେନା ନାଏକ (୫୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

ଘଟଣାରୁ ପ୍ରକାଶ ଯେ, ଗତ ୨୪ ତାରିଖରେ ରାମେଶ୍ୱର ନିଜ ବାଇକ୍ (ଓଡି-୧୧ ଏନ୍-୩୨୫୭) ଯୋଗେ ବିଶୋଇ ହାଟକୁ ଜଡ଼ିବୁଟି ବିକ୍ରି କରିବା ପାଇଁ ଯାଇଥିଲେ। ମାତ୍ର ରାତି ହୋଇଥିଲେ ମଧ୍ୟ ସେ ଘରକୁ ଫେରି ନ ଥିଲେ। ପରଦିନ ସକାଳେ ଲୁହାଶିଳା-କାକୁଡ଼ିରୁମାରୁ ଖେଜୁରୀ ଯିବା ଜଙ୍ଗଲ ରାସ୍ତାରେ ରାମେଶ୍ୱରଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁହଁ ଓ ଶରୀରରେ ଧାରୁଆ ଅସ୍ତ୍ରରେ ଗଭୀର ଆଘାତ ଲାଗିଥିଲା। ଏନେଇ ମୃତକଙ୍କ ପତ୍ନୀ ସୁଗୀମଣି ପିଙ୍ଗୁଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗୋରୁମହିଷାଣୀ ପୋଲିସ କେସ୍ ନଂ-୧୨୩/୨୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଅର୍ଣ୍ଣବର ତାଣ୍ଡବ; ପବନରେ ମୋଡ଼ି ହୋଇ ପଡ଼ିଲା ଲକ୍ଷ୍ମୀପୂଜା ତୋରଣ

ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ପୂର୍ବରୁ ଗ୍ରାମ୍ୟ ସଭାରେ ଅଭିଯୁକ୍ତ ଜେନା ନାଏକକୁ ମାଝି ବାବା ରାମେଶ୍ୱର ଅପମାନିତ କରିଥିଲେ। ପୁଣି ୨୫ ତାରିଖରେ ଜେନା ବିରୋଧରେ ୪-୫ଟି ଗ୍ରାମର ମୁଖିଆଙ୍କୁ ନେଇ ସଭା ଡକାଯାଇ ଜରିମାନା କରାଯିବାର ଯୋଜନା ଥିଲା। ଏହି କାରଣରୁ ପ୍ରତିଶୋଧ ପରାୟଣ ହୋଇ ଜେନା, ରାମେଶ୍ୱରଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ଯୋଜନା ମୁତାବକ ଗତ ୨୪ ତାରିଖ ଦିନ ବିଶୋଇ ହାଟରୁ ଏକ ବଡ଼ ଧାରୁଆ ତାମିଲ କଟୁରୀ କିଣି ରାମେଶ୍ୱରଙ୍କୁ ଫେରିବା ବାଟରେ ଅନୁସରଣ କରିଥିଲା। ନିଛାଟିଆ ଜଙ୍ଗଲ ରାସ୍ତାର ଏକ ପୋଲ ନିକଟରେ ଜେନା ଛକି ରହି ରାମେଶ୍ୱରଙ୍କୁ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଥିଲା। ହତ୍ୟା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ରକ୍ତାକ୍ତ ପୋଷାକ ଓ ଜୋତା ବଡ଼ବନ୍ଧ ଗ୍ରାମ ନିକଟ ନଦୀରେ ଫିଙ୍ଗି ନିଜ ବାଇକ୍ (ଓଆର୍ ୦୧ଭି-୪୪୫୧) ଯୋଗେ ଫେରି ଯାଇଥିଲା।

ଆହୁରି ପଢ଼ନ୍ତୁ: ‘ବିପର୍ଯ୍ୟୟ ପ୍ରସ୍ତୁତି ଦିବସ’ରେ ନବୀନଙ୍କ ପୋଷ୍ଟ: ବିପର୍ଯ୍ୟୟ ପରିଚାଳନାରେ ନେତୃତ୍ୱର ଦ୍ରୁତ ଅବକ୍ଷୟ ରାଜ୍ୟ ପାଇଁ ସତର୍କ ଘଣ୍ଟି

ପୋଲିସ ଅଭିଯୁକ୍ତ ନିକଟରୁ ହତ୍ୟାରେ ବ୍ୟବହୃତ କଟୁରୀ, ୨ଟି ମୋବାଇଲ ଫୋନ୍ ଏବଂ ୨ଟି ବାଇକ୍ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିବା ରାଇରଙ୍ଗପୁର ଏସଡିପିଓ ବିରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର