କାର ସହ ୧୦୧ କିଲୋ ଗଞ୍ଜେଇ ଜବତ, ଡ୍ରାଇଭର ଫେରାର୍

The Sakala Picture
Published On

କୋରାପୁଟ: କୋରାପୁଟ ପୋଲିସକୁ ପୁଣି ସଫଳତା । ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ କାର୍‌ ଜବତ । ମାଛକୁଣ୍ଡ ପୁଲିସ୍ ଦ୍ୱାରା ଲମତାପୁଟ ବ୍ଲକ ବଦଳିଗୁଡ଼ା ଜଙ୍ଗଲ ନିକଟରୁ ଏକ କାର୍ ସହ ୧୦୧ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରା ଯାଇଛି । ମାତ୍ର ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଫେରାର ହୋଇଯାଇଛି । ମାଛକୁଣ୍ଡ ଥାନା ଲମତାପୁଟ ବ୍ଲକ ଗୋଡ଼ିହଞ୍ଜର ଦେଇ ଆନ୍ଧ୍ର ପ୍ରଦେଶର ସୀମାନ୍ତ ଗ୍ରାମରୁ ଝାଡଖଣ୍ଡ ରାଜ୍ୟକୁ ଓଡି […]

କୋରାପୁଟ: କୋରାପୁଟ ପୋଲିସକୁ ପୁଣି ସଫଳତା । ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ କାର୍‌ ଜବତ । ମାଛକୁଣ୍ଡ ପୁଲିସ୍ ଦ୍ୱାରା ଲମତାପୁଟ ବ୍ଲକ ବଦଳିଗୁଡ଼ା ଜଙ୍ଗଲ ନିକଟରୁ ଏକ କାର୍ ସହ ୧୦୧ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରା ଯାଇଛି । ମାତ୍ର ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଫେରାର ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ମାଛକୁଣ୍ଡ ଥାନା ଲମତାପୁଟ ବ୍ଲକ ଗୋଡ଼ିହଞ୍ଜର ଦେଇ ଆନ୍ଧ୍ର ପ୍ରଦେଶର ସୀମାନ୍ତ ଗ୍ରାମରୁ ଝାଡଖଣ୍ଡ ରାଜ୍ୟକୁ ଓଡି ୩୩ଏସି ୭୯୦୦ ନମ୍ବର ପ୍ଲେଟ ଲାଗିଥିବା ଏକ କାରରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ବିଶ୍ୱସ୍ଥ ସୂତ୍ରରୁ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ହସ୍ତଗତ ହୋଇଥିଲା। ସୂଚନାକୁ ଆଧାର କରି ଉକ୍ତ କାରକୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ମହାପାତ୍ର ମାଛକୁଣ୍ଡ ଥାନା ଭାରପ୍ରାପ୍ତ ଅଧିକାରୀ ଡମ୍ବରୁଧର ବାତ୍ରିଆଙ୍କୁ ନିର୍ଦେଶ ଦେଇଥିଲେ । ଏସଡିପିଓ ଶ୍ରୀ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ମାଛକୁଣ୍ଡ ଓଆଇସି ଡମ୍ବରୁଧର ବାତ୍ରିଆଙ୍କ ନେତୃତ୍ୱରେ ଗଠିତ ଟିମ୍ ବାଦଳିଗୁଡ଼ା ନିକଟରେ ନାକାବନ୍ଦି କରି ଗାଡି ଚେକିଂ କରିଥିଲେ । ଉକ୍ତ କାର ଆସିବା ମାତ୍ରେ ଚେକିଂ ଟିମ ତାକୁ ଅଟକାଇ ଯାଂଚ୍ କରିବା ବେଳକୁ ସେଥିରେ ଗଞ୍ଜେଇ ଥିବା ଜଣା ପଡିଥିଲା । ପୁଲିସ ଟିମ୍ କାର୍ ସହ ଗଞ୍ଜେଇ ଜବତ କରି ମାଛକୁଣ୍ଡ ଥାନାକୁ ନେଇ ଓଜନ କରିବା ବେଳକୁ ତାହା ୧୦୧କିଲୋ ୫୦୦ ଗ୍ରାମ ହୋଇଥିଲା । ଅନ୍ଧାରର ସୁଯୋଗ ନେଇ କାର୍ ଚାଳକ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଖସି ପଳାଇବାରେ ସକ୍ଷମ ହୋଇଥିବା ଜଣା ପଡ଼ିଛି। ଅନ୍ୟ ପକ୍ଷରେ କାରରେ ଲାଗିଥିବା ନମ୍ବର ପ୍ଲେଟ ନକଲି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ି ଥିବା ବେଳେ ମାଛକୁଣ୍ଡ ଥାନାରେ ଏନଡିପିଏସ ଆକ୍ଟରେ ଏକ ମାମଲା(କେଶ୍ ନଂ-୧୩୯/୨୦୨୩) ରୁଜୁ କରି ଓ ଆଇ ସି ଶ୍ରୀ ବାତ୍ରିଆ ନିଜେ ମାମଲାର ତଦନ୍ତ କରୁଥିବା ଜଣା ପଡ଼ିଛି ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର