ଭଣ୍ଡେଇଦେଲେ କେନ୍ଦ୍ର ସରକାର: ଦ୍ୱିତୀୟ ପାଇକ ବିଦ୍ରୋହ ପାଇଁ ମହାସଂଘର ଆହ୍ୱାନ

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶାର ପାଇକ ବିଦ୍ରୋହକୁ ଜାତୀୟସ୍ତରରେ ମାନ୍ୟତା ଦେବାରେ ଟାଳଟୁଳ ନୀତି ବିରୋଧରେ ଦ୍ୱିତୀୟ ବିଦ୍ରୋହ ପାଇଁ ଆହ୍ୱାନ ଦେଇଛି ପାଇକ ମହାସଂଘ । ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ବିଳମ୍ବ, ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ପାଇକ ଚେୟାର ସ୍ଥାପନ, ପାଇକ ଏକାଡେ଼ମୀ ଓ ପାଇକ ରେଜିମେଣ୍ଟ ଗଠନ ଆଦିରେ ଅବହେଳା ସାଙ୍ଗକୁ ଏବେ ଏନ୍‌ସିଆର୍‌ଟି ପୁସ୍ତକୁ ପାଇକ ବିଦ୍ରୋହକୁ ବାଦ ଦେବା ପ୍ରତିବାଦରେ ଖୋର୍ଦ୍ଧାମାଟିରୁ ପୁଣି ପାଇକ ବିଦ୍ରୋହ ଆରମ୍ଭ ହେବ ବୋଲି […]

ଭୁବନେଶ୍ୱର : ଓଡ଼ିଶାର ପାଇକ ବିଦ୍ରୋହକୁ ଜାତୀୟସ୍ତରରେ ମାନ୍ୟତା ଦେବାରେ ଟାଳଟୁଳ ନୀତି ବିରୋଧରେ ଦ୍ୱିତୀୟ ବିଦ୍ରୋହ ପାଇଁ ଆହ୍ୱାନ ଦେଇଛି ପାଇକ ମହାସଂଘ । ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ବିଳମ୍ବ, ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ପାଇକ ଚେୟାର ସ୍ଥାପନ, ପାଇକ ଏକାଡେ଼ମୀ ଓ ପାଇକ ରେଜିମେଣ୍ଟ ଗଠନ ଆଦିରେ ଅବହେଳା ସାଙ୍ଗକୁ ଏବେ ଏନ୍‌ସିଆର୍‌ଟି ପୁସ୍ତକୁ ପାଇକ ବିଦ୍ରୋହକୁ ବାଦ ଦେବା ପ୍ରତିବାଦରେ ଖୋର୍ଦ୍ଧାମାଟିରୁ ପୁଣି ପାଇକ ବିଦ୍ରୋହ ଆରମ୍ଭ ହେବ ବୋଲି ମହାସଂଘ ଚେତାବନୀ ଦେଇଛି ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ମହାସଂଘ ପକ୍ଷରୁ କୁହାଯାଇଛି ଯେପାଇକ ବିଦ୍ରୋହର ୨୦୦ ଶହ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ବର୍ଣ୍ଣନା କରିଥିଲେ। ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ପାଇକ ବିଦ୍ରୋହକୁ ପାଠ୍ୟକ୍ରମରେ (ସିବିଏସିଇ)ରେ ସ୍ଥାନୀତ କରାଯିବାକୁ ଘୋଷଣା କରିଥିଲେ।୨୦୨୦-୨୧ ଶିକ୍ଷାବର୍ଷରେ ସିବିଏସଇ ପାଠ୍ୟକପୁସ୍ତକରେ ପାଇକବିଦ୍ରୋହ ସ୍ଥାନ ପାଇଥିଲେ ହେଁ ଏହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଉଲ୍ଲେଖ କରାଯାଇ ନ ଥିଲା। ହେଲେ ଚଳିତ ବର୍ଷ ତାହାକୁ ବି ବାଦ୍‌ ଦିଆଯାଇଛି। କେବଳ ସେତିକି ନୁହେଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ପାଇକ ଚେୟାର ଗଠନ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨କୋଟି ଟଙ୍କା ଅର୍ଥ ବି ମଞ୍ଜୁର ହୋଇଥିଲେ ବି ତାହା ବି ହୋଇପାରି ନାହିଁ। ପାଇକ ଏକେଡେ଼ମୀ ପ୍ରସ୍ତାବ ମଧ୍ୟରେ ଅଟକି ଯାଇଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସେହିପରି ପାଇକ ଐତିହ୍ୟ ସ୍ମାରକୀର ଭିତ୍ତିପ୍ରସ୍ତର ତତ୍‌କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ମସିହାରେ ବରୁଣେଇ ପାଦଦେଶରେ ସ୍ଥାପନ ବି କରିଥିଲେ। ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ଏକର ୬୮୫ ଡ଼ିସିମିଲି ଜାଗାକୁ ୩୧ କୋଟି ୯୭ ଲକ୍ଷ ଟଙ୍କା ଛାଡ଼ କରି ବିନା ମୂଲ୍ୟରେ ଯୋଗାଇ ଦେଇଥିଲେ। ମାତ୍ର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜମି ଯୋଗାଇ ଦେବା ସତ୍ତେ୍ୱ ଏଯାଏ ତାହା ନିର୍ମାଣ ହୋଇ ପାରିଲା ନାହିଁ। ଏମିତିକି ପାଇକ ସ୍ମାରକୀ ତ ଦୂରର କଥା ଏପର୍ଯ୍ୟନ୍ତ ଇଟା ଖଣ୍ଡ ମଧ୍ୟ ପଡ଼ି ପାରି ନାହିଁ। ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ ସଂସଦ ଭବନରେ ପାଇକ ରେଜିମେଣ୍ଟ ସ୍ଥାପନ କରିଥିଲେ ହେଁ କେନ୍ଦ୍ର ସରକାର ଏହାପ୍ରତି କର୍ଣ୍ଣପାତ କରିନାହାନ୍ତି। ପାଇକ ମହାସଂଘ ଏହି ମାନ୍ୟତା ପାଇଁ ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଆସୁଥିବା ବେଳେ ଡବଲ ଇଞ୍ଜିନ୍‌ ସରକାରରେ କୌଣସି ସାଂସଦ, ବିଧାୟକ କିମ୍ବା ମନ୍ତ୍ରୀ ଏ ସମ୍ପର୍କରେ ପଦଟିଏ ସ୍ୱର ଉଠାଇ ନାହାନ୍ତି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ପାଇକ ମହାସଂଘର ରାଜ୍ୟ ସଭାପତି ଡ. ଅଶୋକ କୁମାର ପାଲଟାସିଂହ କହିଛନ୍ତି ଯେ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଇ ପାରିଲା ନାହିଁ। ଗତ ନିର୍ବାଚନ ପ୍ରଚାର ସମୟରେ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟରେ ଏ ସଂକ୍ରାନ୍ତରେ ଦାବି କରାଯାଇଥିଲା। ପୂର୍ବତନ ବିଜେଡି ସରକାର ପାଇକ ସ୍ମାରକୀ ପାଇଁ ଜମି ଯୋଗଇ ଦେବା ସହ ପାଇକ ଏକାଡେମୀ କରିଛନ୍ତି। ଯେଉଁଥିପାଇଁ ଆମେ ତାଙ୍କ ନିକଟରେ କୃତଜ୍ଞ। ତେବେ ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବା ଏବଂ ପାଇକ ସ୍ମାରକୀକୁ ଆଗେଇ ନେବା ନୂତନ ସରକାରଙ୍କ ଦାୟିତ୍ୱ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଘୋଷଣା କରନ୍ତୁ; ନଚେତ୍‌ ଓଡ଼ିଆ ଅସ୍ମିତା କଥା କହି ଡିଣ୍ଡିମ ପିଟୁଥିବା ବିଜେପି ସରକାରକୁ ପାଇକ ମହାସଂଘ ଆଗାମୀ ଦିନରେ ଦୃଢ଼ ଜବାବ ଦିଆଯିବ ବୋଲି ଶ୍ରୀ ପାଲଟା ସିଂହ, ଗାୟନ ସାମଲ, କେଦାର ନାଥ ଦାସ କହିଛନ୍ତି।

22 Jul 2025 By The Sakala

ଭଣ୍ଡେଇଦେଲେ କେନ୍ଦ୍ର ସରକାର: ଦ୍ୱିତୀୟ ପାଇକ ବିଦ୍ରୋହ ପାଇଁ ମହାସଂଘର ଆହ୍ୱାନ

ଭୁବନେଶ୍ୱର : ଓଡ଼ିଶାର ପାଇକ ବିଦ୍ରୋହକୁ ଜାତୀୟସ୍ତରରେ ମାନ୍ୟତା ଦେବାରେ ଟାଳଟୁଳ ନୀତି ବିରୋଧରେ ଦ୍ୱିତୀୟ ବିଦ୍ରୋହ ପାଇଁ ଆହ୍ୱାନ ଦେଇଛି ପାଇକ ମହାସଂଘ । ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ବିଳମ୍ବ, ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ପାଇକ ଚେୟାର ସ୍ଥାପନ, ପାଇକ ଏକାଡେ଼ମୀ ଓ ପାଇକ ରେଜିମେଣ୍ଟ ଗଠନ ଆଦିରେ ଅବହେଳା ସାଙ୍ଗକୁ ଏବେ ଏନ୍‌ସିଆର୍‌ଟି ପୁସ୍ତକୁ ପାଇକ ବିଦ୍ରୋହକୁ ବାଦ ଦେବା ପ୍ରତିବାଦରେ ଖୋର୍ଦ୍ଧାମାଟିରୁ ପୁଣି ପାଇକ ବିଦ୍ରୋହ ଆରମ୍ଭ ହେବ ବୋଲି ମହାସଂଘ ଚେତାବନୀ ଦେଇଛି ।

ମହାସଂଘ ପକ୍ଷରୁ କୁହାଯାଇଛି ଯେପାଇକ ବିଦ୍ରୋହର ୨୦୦ ଶହ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ବର୍ଣ୍ଣନା କରିଥିଲେ। ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ପାଇକ ବିଦ୍ରୋହକୁ ପାଠ୍ୟକ୍ରମରେ (ସିବିଏସିଇ)ରେ ସ୍ଥାନୀତ କରାଯିବାକୁ ଘୋଷଣା କରିଥିଲେ।୨୦୨୦-୨୧ ଶିକ୍ଷାବର୍ଷରେ ସିବିଏସଇ ପାଠ୍ୟକପୁସ୍ତକରେ ପାଇକବିଦ୍ରୋହ ସ୍ଥାନ ପାଇଥିଲେ ହେଁ ଏହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଉଲ୍ଲେଖ କରାଯାଇ ନ ଥିଲା। ହେଲେ ଚଳିତ ବର୍ଷ ତାହାକୁ ବି ବାଦ୍‌ ଦିଆଯାଇଛି। କେବଳ ସେତିକି ନୁହେଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ପାଇକ ଚେୟାର ଗଠନ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨କୋଟି ଟଙ୍କା ଅର୍ଥ ବି ମଞ୍ଜୁର ହୋଇଥିଲେ ବି ତାହା ବି ହୋଇପାରି ନାହିଁ। ପାଇକ ଏକେଡେ଼ମୀ ପ୍ରସ୍ତାବ ମଧ୍ୟରେ ଅଟକି ଯାଇଛି।

ସେହିପରି ପାଇକ ଐତିହ୍ୟ ସ୍ମାରକୀର ଭିତ୍ତିପ୍ରସ୍ତର ତତ୍‌କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ମସିହାରେ ବରୁଣେଇ ପାଦଦେଶରେ ସ୍ଥାପନ ବି କରିଥିଲେ। ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ଏକର ୬୮୫ ଡ଼ିସିମିଲି ଜାଗାକୁ ୩୧ କୋଟି ୯୭ ଲକ୍ଷ ଟଙ୍କା ଛାଡ଼ କରି ବିନା ମୂଲ୍ୟରେ ଯୋଗାଇ ଦେଇଥିଲେ। ମାତ୍ର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜମି ଯୋଗାଇ ଦେବା ସତ୍ତେ୍ୱ ଏଯାଏ ତାହା ନିର୍ମାଣ ହୋଇ ପାରିଲା ନାହିଁ। ଏମିତିକି ପାଇକ ସ୍ମାରକୀ ତ ଦୂରର କଥା ଏପର୍ଯ୍ୟନ୍ତ ଇଟା ଖଣ୍ଡ ମଧ୍ୟ ପଡ଼ି ପାରି ନାହିଁ। ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ ସଂସଦ ଭବନରେ ପାଇକ ରେଜିମେଣ୍ଟ ସ୍ଥାପନ କରିଥିଲେ ହେଁ କେନ୍ଦ୍ର ସରକାର ଏହାପ୍ରତି କର୍ଣ୍ଣପାତ କରିନାହାନ୍ତି। ପାଇକ ମହାସଂଘ ଏହି ମାନ୍ୟତା ପାଇଁ ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଆସୁଥିବା ବେଳେ ଡବଲ ଇଞ୍ଜିନ୍‌ ସରକାରରେ କୌଣସି ସାଂସଦ, ବିଧାୟକ କିମ୍ବା ମନ୍ତ୍ରୀ ଏ ସମ୍ପର୍କରେ ପଦଟିଏ ସ୍ୱର ଉଠାଇ ନାହାନ୍ତି।

ପାଇକ ମହାସଂଘର ରାଜ୍ୟ ସଭାପତି ଡ. ଅଶୋକ କୁମାର ପାଲଟାସିଂହ କହିଛନ୍ତି ଯେ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଇ ପାରିଲା ନାହିଁ। ଗତ ନିର୍ବାଚନ ପ୍ରଚାର ସମୟରେ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟରେ ଏ ସଂକ୍ରାନ୍ତରେ ଦାବି କରାଯାଇଥିଲା। ପୂର୍ବତନ ବିଜେଡି ସରକାର ପାଇକ ସ୍ମାରକୀ ପାଇଁ ଜମି ଯୋଗଇ ଦେବା ସହ ପାଇକ ଏକାଡେମୀ କରିଛନ୍ତି। ଯେଉଁଥିପାଇଁ ଆମେ ତାଙ୍କ ନିକଟରେ କୃତଜ୍ଞ। ତେବେ ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବା ଏବଂ ପାଇକ ସ୍ମାରକୀକୁ ଆଗେଇ ନେବା ନୂତନ ସରକାରଙ୍କ ଦାୟିତ୍ୱ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଘୋଷଣା କରନ୍ତୁ; ନଚେତ୍‌ ଓଡ଼ିଆ ଅସ୍ମିତା କଥା କହି ଡିଣ୍ଡିମ ପିଟୁଥିବା ବିଜେପି ସରକାରକୁ ପାଇକ ମହାସଂଘ ଆଗାମୀ ଦିନରେ ଦୃଢ଼ ଜବାବ ଦିଆଯିବ ବୋଲି ଶ୍ରୀ ପାଲଟା ସିଂହ, ଗାୟନ ସାମଲ, କେଦାର ନାଥ ଦାସ କହିଛନ୍ତି।

https://www.thesakala.in/latest-odisha-news/khordha/paika-rebellion-not-given-status-of-first-freedom-struggle/article-41697
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର