ମୁଖ୍ୟ ରାସ୍ତାକୁ ତାଡି ବିକୁଥିଲେ ମୋରମ, ଟ୍ରାକ୍ଟର ଓ ଜେସିବି ସହ ୨ ଅଟକ
ଜଟଣୀ: ଜଟଣୀ ତହସିଲ ଅଧିନ ଜାମୁକୋଳି ଅଞ୍ଚଳରେ ଏବେ ଅସାମାଜିକ ମାଫିଆ ମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସରକାରୀ ଜମି ଜବରଦଖଲ, ଦାଦାବଟି, ମୋରମ ଚାଲାଣ ଭଳି ବେଆଇନ କାର୍ଯ୍ୟରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି। ଆଜି ଦିନ ଦ୍ୱିପହରେ ରାସ୍ତା ଉପରୁ ମୋରମ ତାଡି ବିକିବା ବେଳେ ମାଡ଼ି ବସିଛି ଏୟାରଫିଲଡ ପୋଲିସ। ଘଟଣା ଅନୁଯାୟୀ ଗତ କିଛି ମାସ ହେଲାଣି ଜଟଣୀ ସୁନ୍ଦରପଦା ରାସ୍ତା ପ୍ରଶସ୍ତକରଣ କାର୍ଯ୍ୟ ଚାଲିଛି। ୪ ଲେନ ବିଶିଷ୍ଟ ରାସ୍ତା ତିଆରି […]
ଜଟଣୀ: ଜଟଣୀ ତହସିଲ ଅଧିନ ଜାମୁକୋଳି ଅଞ୍ଚଳରେ ଏବେ ଅସାମାଜିକ ମାଫିଆ ମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସରକାରୀ ଜମି ଜବରଦଖଲ, ଦାଦାବଟି, ମୋରମ ଚାଲାଣ ଭଳି ବେଆଇନ କାର୍ଯ୍ୟରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି। ଆଜି ଦିନ ଦ୍ୱିପହରେ ରାସ୍ତା ଉପରୁ ମୋରମ ତାଡି ବିକିବା ବେଳେ ମାଡ଼ି ବସିଛି ଏୟାରଫିଲଡ ପୋଲିସ। ଘଟଣା ଅନୁଯାୟୀ ଗତ କିଛି ମାସ ହେଲାଣି ଜଟଣୀ ସୁନ୍ଦରପଦା ରାସ୍ତା ପ୍ରଶସ୍ତକରଣ କାର୍ଯ୍ୟ ଚାଲିଛି। ୪ ଲେନ ବିଶିଷ୍ଟ ରାସ୍ତା ତିଆରି ପାଇଁ ମୋରମ, ମେଣ୍ଟାଲ, ବାଲି, ଚିପ୍ସ ଇତ୍ୟାଦି ରାସ୍ତା ଉପରେ ପକାଯାଉଛି। ବର୍ଷା ଆସିବା ପୂର୍ବରୁ ରାସ୍ତା କାମ ସାରିବାକୁ ବିଭଗୀୟ ନିର୍ଦ୍ଦେଶ ରହିଛି। ତେବେ ଏହି ରାସ୍ତାରୁ କିଛିଦିନ ହେବ ଦୁର୍ବୁତ୍ତ ମାନେ ମୋରମ ମେଣ୍ଟାଲ ସବୁ ଚୋରି କରୁଥିବାର ଦେଖିବାକୁ ମିଳିଥିଲା। ଆଜି ଜାମୁକୋଳି ଛକ ଠାରେ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ରାସ୍ତା ଉପରୁ ଜେସିବି ଲଗାଇ ମୋରମ ତାଡି ୨ଟି ଟ୍ରାକ୍ଟରରେ ବିକୁଥିବା ବେଳେ ଏୟାରଫିଲଡ ପୋଲିସ ମାଡ଼ି ବସିଥିଲା। ପୋଲିସକୁ ଦେଖି ମୋରମ ଚୋରି କରୁଥିବା ଅସାମାଜିକ ମାନେ ସେଠାରୁ ଚମ୍ପଟ ମାରିଥିଲେ। ଗୋଟିଏ ଟ୍ରାକ୍ଟର ମଧ୍ୟ ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲା। ତେବେ ଘଟଣା ସ୍ଥଳରୁ ଜେସିବି ଓ ଏକ ଟ୍ରାକ୍ଟରକୁ ଜବତ କରିବା ସହ ଖବର ଲେଖା ହେବା ବେଳକୁ ଏୟାରଫିଲଡ ପୋଲିସ ୨ ଜଣଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।






