ରାଜଧାନୀରେ ବ୍ୟାପିଗଲାଣି ନିଶା କାରବାର

The Sakala Picture
Published On

ଭୁବନେଶ୍ୱର,୨୨ା୩(ସମିସ): ରାଜଧାନୀ ଗଳିକନ୍ଦିରେ ନିଶା କାରବାର। ଏପରିକି ଅନେକ ରାସ୍ତାକଡ଼ ପାନ, ଚା’ ଦେକାନ ପାଲଟିଛି ନିଶା ବ୍ୟବସାୟର ପେଣ୍ଠ। କେଉଁଠି ପାଣି ବୋତଲରେ ମଦ ମିଳୁଛି ତ କେଉଁଠି ସିଗାରେଟରେ ଗଞ୍ଜେଇ। କେବଳ ଏତିକି ନୁହେଁ, ଫାଷ୍ଟ ଫୁଡ୍ ଦୋକାନକୁ ସମାନାରେ ରଖି ଦେଶୀ ମଦଭାଟି ଚାଲିଛି। କମିସନରେଟ୍ ପୁଲିସକୁ ଖାତିର ନକରି ମାଫିଆମାନେ ବେଧଡ଼କ ହୋଇ ଚଳାଇଛନ୍ତି କାରବାର। ଏହାକୁ ନେଇ ରାଜଧାନୀବାସୀ ଅଣନିଶ୍ବାସୀ ହୋଇପଡ଼ିଲେଣି। ନିଶା କାରବାରକୁ ନେଇ ସାଧାରଣ ଜନତା ସ୍ବର […]

ଭୁବନେଶ୍ୱର,୨୨ା୩(ସମିସ): ରାଜଧାନୀ ଗଳିକନ୍ଦିରେ ନିଶା କାରବାର। ଏପରିକି ଅନେକ ରାସ୍ତାକଡ଼ ପାନ, ଚା’ ଦେକାନ ପାଲଟିଛି ନିଶା ବ୍ୟବସାୟର ପେଣ୍ଠ। କେଉଁଠି ପାଣି ବୋତଲରେ ମଦ ମିଳୁଛି ତ କେଉଁଠି ସିଗାରେଟରେ ଗଞ୍ଜେଇ। କେବଳ ଏତିକି ନୁହେଁ, ଫାଷ୍ଟ ଫୁଡ୍ ଦୋକାନକୁ ସମାନାରେ ରଖି ଦେଶୀ ମଦଭାଟି ଚାଲିଛି। କମିସନରେଟ୍ ପୁଲିସକୁ ଖାତିର ନକରି ମାଫିଆମାନେ ବେଧଡ଼କ ହୋଇ ଚଳାଇଛନ୍ତି କାରବାର। ଏହାକୁ ନେଇ ରାଜଧାନୀବାସୀ ଅଣନିଶ୍ବାସୀ ହୋଇପଡ଼ିଲେଣି।
ନିଶା କାରବାରକୁ ନେଇ ସାଧାରଣ ଜନତା ସ୍ବର ଉତ୍ତୋଳନ କରିବା ପରେ କମିସନରେଟ୍ ପୁଲିସ ପକ୍ଷରୁ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ଡଗ୍ ସ୍କ୍ବାଡ୍ ନେଇ ଚଢ଼ଉ କରିଛି। ସନ୍ଧାନୀ କୁକୁର ସହାୟତାରେ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଚଢ଼ଉ କରି ଜବତ କରିଛି ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍‌। ସହିଦନଗର ଅଞ୍ଚଳରେ ୩ଟି ପାନ ଦୋକାନରେ ଚଢ଼ଉ ହୋଇଛି। ସେହିଭଳି ଖାରବେଳ ନଗର ଥାନା ଶାସ୍ତ୍ରୀନଗର ଛକରେ ଚାଲିଥିବା ଦେଶୀ ମଦଭାଟିରେ ଚଢ଼ଉ କରି ଶହ ଶହ ଲିଟର ମଦ ନଷ୍ଟ କରାଯାଇଛି। ଏହି ମଦ ବିକ୍ରି କରୁଥିବା ଦୁଇ ଜଣ ବେପାରୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ଗତ ଶୁକ୍ରବାର ଥଣ୍ଡା ପାନୀୟ ବୋତଲରୁ ମଦ ଜବତ କରାଯାଇଥିବାବେଳେ ଶନିବାର ପାନ ଦୋକାନରୁ ଗଞ୍ଜେଇ ଜବତ କରାଯାଇଛି। ଜୟଦେବ ବିହାରରୁ ପଟିଆ ରାସ୍ତାରେ ଥିବା ଦୂରଦର୍ଶନ ଗଳି ରାସ୍ତାକଡ଼ରେ ଥିବା ଅନେକ ଚା’ ଦୋକାନରେ ଗଞ୍ଜେଇ ଭର୍ତ୍ତି ସିଗାରେଟ୍‌ ଭରପୂର ମିଳିଥାଏ। ଅଭିଯୋଗ ପାଇ ଶନିବାର ଅତର୍କିତ ଚଢ଼ଉ କରିଛି ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଓ ସହିଦନଗର ଥାନା ପୁଲିସ। ସନ୍ଧାନୀ କୁକୁରଙ୍କୁ ସାଥିରେ ନେଇ ଏକାଧିକ ଦୋକାନରେ ଚଢ଼ଉ ହୋଇଛି। କାହା ପକେଟ୍‌ରୁ ଗଞ୍ଜେଇ ବାହାରିଥିଲା ତ ଆଉ କେଉଁଠି ପୁଳାପୁଳା ଗଞ୍ଜେଇ ଲୁଚାଇ ରଖିଥିବାବେଳେ ଜବତ କରିଥିଲା ପୁଲିସ। ଆଚାର୍ଯ୍ୟ ବିହାର ନିକଟରେ ଥିବା ଏକ ପାନ ଦୋକାନରେ ମଧ୍ୟ ଚଢ଼ଉ କରି ଗଞ୍ଜେଇ ଜବତ କରିଛି ପୁଲିସ। ରାଜଭବନରୁ ଜୟଦେବ ବିହାର ମୁଖ୍ୟ ରାସ୍ତାର ଶାସ୍ତ୍ରୀନଗର ଟ୍ରାଫିକ୍‌ ଛକରେ ଚାଲିଥିଲା ଦେଶୀ ମଦଭାଟି। ବର୍ଷ ବର୍ଷ ଧରି ପୁଲିସର ନାକ ତଳେ ଚାଲିଥିଲା ମଦ କାରବାର। ତିଆରି ହେଉଥିଲା ଶହ ଶହ ଲିଟର ଦେଶୀ ମଦ। ପାଇଖାନାଠାରୁ ଆରମ୍ଭ କରି ରୋଷେଇ ଘର ସବୁଠି ମଦ ଭର୍ତ୍ତି। ପୁଲିସ ବି ଏସବୁ ଦେଖି ତାଜୁବ୍‌। ରାସ୍ତାକଡ଼ରେ ମଦଭାଟି ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ। ସାମ୍ନା ପଟରେ ଫାଷ୍ଟଫୁଡ୍‌ ଦୋକାନ, ପଛରେ ଦେଶୀ ମଦଭାଟି। ପୁଲିସ ଚଢ଼ଉ ପରେ ଶହ ଶହ ଲିଟର ମଦ ନଷ୍ଟ କରାଯାଇଥିବାବେଳେ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ। ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ରାଜଧାନୀର ଛାତି ଉପରେ ଚାଲୁଛି ଏଭଳି ନିଶା କାରବାର। କମିସନରେଟ୍‌ ପୁଲିସ ମୁଖ୍ୟାଳୟଠାରୁ ଅଳ୍ପ ଦୂରରେ ରାସ୍ତାକଡ଼ରେ ଚାଲୁଥିବା ଦେଶୀ ମଦଭାଟିକୁ ନେଇ ପୁଲିସର ବାହାଦୂରିପଣିଆ ଏବେ ପଦାରେ ପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର