ଏମିତି ବି ମୃତ୍ୟୁ ଆସେ : ପରିବାର ସହ ମା’ତାରିଣୀଙ୍କ ଆଳତି ଦର୍ଶନ ବେଳେ ଟଳି ପଡିଲେ ଭକ୍ତ
ଘଟଗାଁ : ଘଟଗାଁ ମା ତାରିଣୀ ମନ୍ଦିରରେ ଆଜି ଆଳତି ବେଳେ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ବୃଦ୍ଧାଙ୍କ ନାମ ସରସ୍ବତୀ ବେହେରା ହୋଇଥିବା ବେଳେ ତାଙ୍କ ବୟସ ୭୮ ବର୍ଷ ବୋଲି ଜଣାଯାଇଛି। ତାଙ୍କ ଘର ଭୁବନେଶ୍ୱର ପଟିଆ ଅଞ୍ଚଳରେ ହୋଇଥିବା ବେଳେ ପରିବାର ସହ ଘଟଗାଁ ମା ତାରିଣୀଙ୍କ ଦର୍ଶନ ପାଇଁ ଆସିଥିଲେ। ମିଳିଥିବା ସୂଚନା ଅନୁସାରେ ସରସ୍ବତୀ ବେହେରା ନିଜ ଝିଅ ଓ ନାତି-ନାତୁଣୀଙ୍କ ସହ ଗତକାଲି ରାତିରେ […]
ଘଟଗାଁ : ଘଟଗାଁ ମା ତାରିଣୀ ମନ୍ଦିରରେ ଆଜି ଆଳତି ବେଳେ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ବୃଦ୍ଧାଙ୍କ ନାମ ସରସ୍ବତୀ ବେହେରା ହୋଇଥିବା ବେଳେ ତାଙ୍କ ବୟସ ୭୮ ବର୍ଷ ବୋଲି ଜଣାଯାଇଛି। ତାଙ୍କ ଘର ଭୁବନେଶ୍ୱର ପଟିଆ ଅଞ୍ଚଳରେ ହୋଇଥିବା ବେଳେ ପରିବାର ସହ ଘଟଗାଁ ମା ତାରିଣୀଙ୍କ ଦର୍ଶନ ପାଇଁ ଆସିଥିଲେ।
ମିଳିଥିବା ସୂଚନା ଅନୁସାରେ ସରସ୍ବତୀ ବେହେରା ନିଜ ଝିଅ ଓ ନାତି-ନାତୁଣୀଙ୍କ ସହ ଗତକାଲି ରାତିରେ ମାନସିକ ପୂଜା ପାଇଁ ଘଟଗାଁ ଆସିଥିଲେ। ଆଜି ସକାଳୁ ନିତ୍ୟକର୍ମ ସାରିବା ପରେ ସ୍ନାନ କରି ୧୦୮ ନଡିଆ ଓ ଭୋଗ ସାମଗ୍ରୀ ଧରି ମାଙ୍କ ପୂଜା ପାଇଁ ମନ୍ଦିରକୁ ଯାଇଥିଲେ। ଆଜି ମଙ୍ଗଳବାର ହୋଇଥିବାରୁ ମନ୍ଦିରରେ ଭିଡ ରହିଥିଲା। ଏଥି ପାଇଁ ମନ୍ଦିର ପ୍ରବେଶ ପଥରେ ପୂଜା କରିବା ଶହ ଆଳତି ଦର୍ଶନ କରୁଥିଲେ। ଏହି ସମୟରେ ସରସ୍ବତୀ ନିଜ ନାତୁଣୀ ଶିବାନୀ ପାଖରେ ତଳେ ବସିଥିବା ବେଳେ ହଠାତ ଟଳି ପଡିଥିଲେ। ଏହାପରେ ତାଙ୍କୁ ଅଚେତ ଅବସ୍ଥାରେ ମନ୍ଦିର କର୍ମଚାରୀ ଓ ପାଖରେ ଥିବା ସୁରକ୍ଷା କର୍ମୀ ତାଙ୍କୁ ତୁରନ୍ତ ଏକ ଅଟୋରେ ଘଟଗାଁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଉକ୍ତ ଘଟଣା ପରେ ମନ୍ଦିର ତରଫରୁ ପୂଜକ ମାନେ ମାଙ୍କ ବିଜେସ୍ଥଳୀକୁ ଶୋଡଷ ଉପଚାର ଶହ ମାର୍ଜନା କରିଥିଲେ ଫଳରେ କିଛି ସମୟ ପୂଜା ବନ୍ଦ ରହିଥିଲା। ମାର୍ଜନା ପରେ ପୂଜା ସ୍ୱାଭାବିକ ହୋଇଥିଲା। ତେବେ ଆଜି ମାଙ୍କ ପ୍ରିୟ ବାର ମଙ୍ଗଳବାରରେ ମାଙ୍କ ଆଳତି ଦର୍ଶନ ବେଳେ ତାର ମୃତୁକୁ ଅନେକ ଏହା ତାଙ୍କର ପୁଣ୍ୟ ଯୋଗୁ ମାଙ୍କ ଚରଣ ତଳେ ତାଙ୍କ ଜୀବନ ଗଲା ବୋଲି କହୁଛନ୍ତି।