ଲଘୁଚାପ ବର୍ଷାରେ ଭାସିଗଲା ହନୁମନ୍ତିଆ ଓ କରଦାଙ୍ଗି ପୋଲ, ୫ ପଂଚାୟତର ୨୫ ହଜାରରୁ ଅଧିକ ଲୋକ ପ୍ରଭାବିତ

Madhusudan Das Picture
Published On

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପ୍ରଭାବରେ ଦୁଇଗୋଟି ଗୁରୁତ୍ୱପୂର୍ଣ ରାସ୍ତାର ପୋଲ ଧୋଇଯିବାରୁ ୫ ଗୋଟି ପଞ୍ଚାୟତ ର ପ୍ରାୟ ୨୫ ହଜାର ଲୋକ ବ୍ଲକ ମୁଖ୍ୟାଳୟରୁ ଗମନା ଗମନରେ ଏକ ପ୍ରକାରର ବିଛିନ୍ନ ହୋଇଛନ୍ତି । ଜରୁରୀକାଳିନ ସେବା ପାଇବାରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । 

ଆହୁରି ପଢ଼ନ୍ତୁ: ବାଲେଶ୍ୱର ବନ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଶନିବାର ଦିନ ଏବଂ ରାତ୍ରି ସମୟରେ ତେଲକୋଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଲଘୁଚାପ ବର୍ଷା ହୋଇଥିଲା ଫଳରେ ବିଭିନ୍ନ ନଇ ନାଳରେ ବନ୍ୟାଜଳ କୁଳ ଲଙ୍ଘିବା ଅବସ୍ଥା ହେବାରୁ ତେଲକୋଇ ଜଗମୋହନପୁର ରାସ୍ତାର ହନୁମନ୍ତିଆ ନାଳର ଗମନା ଗମନ ନାଳ ପୋଲ ଧୋଇ ଯାଇଛି । ଏଠାରେ ଅନେକ ଦିନ ହେବ ନୂତନ ପୋଲକାମ ଅଧୁରା ଥିବାରୁ ଘୋଷଡା ପୋଲରେ ଲୋକେ ଯିବା ଆସିବା କରୁଥିଲେ । ସେହି ପୋଲଟି ଧୋଇଯିବାରୁ ଦବଲାପାଳ, ଛାମୁଣ୍ଡା, ଜଗମୋହନପୁର, ବିଂଝବାହାଳି ପ୍ରଭୃତି ୪ ଗୋଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକ ବ୍ଲକ ମୁଖ୍ୟାଳୟ ସହିତ ବିଛିନ୍ନ ଅବସ୍ଥାରେ ଅଛନ୍ତି । ସେହିପରି ତେଲକୋଇ କରଦାଙ୍ଗି ରାସ୍ତାର ଶ୍ରୀଧରପୁର ନିକଟ ପଞ୍ଚମୁଣ୍ଡିଆ ନାଳ ପୋଲ ନିକଟ ରାସ୍ତା ଧୋଇଯିବାରୁ କରଦାଙ୍ଗି ପଞ୍ଚାୟତ ବ୍ଲକ ମୁଖ୍ୟଳୟ ରୁ ବିଛିନ୍ନ ରହିଛି । ପ୍ରଶାସନ ପକ୍ଷରୁ ଗମନାଗମନକୁ ସୁଗମ ନିମନ୍ତେ ପ୍ରୟାସ ଚାଲିଛି । 

ଆହୁରି ପଢ଼ନ୍ତୁ: ‘ସକାଳ’ ଓ ‘ନନ୍ଦିଘୋଷ ଟିଭି' ପକ୍ଷରୁ ଦୁଇ ଦିନିଆ କନ୍‌କ୍ଲେଭ୍‌ ‘ଓଡ଼ିଶା ଅଭ୍ୟୁଦୟ’କୁ ଉଦ୍‌ଘାଟନ କଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର