ବାଇକକୁ ଧକ୍କା ଦେଲା କଣ୍ଟେନର, ଗୋଟିଏ ପରିବାରର ୩ ମୃତ

The Sakala Picture
Published On

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦମ୍ପତିଙ୍କ ସହିତ ୧୫ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟିଛି । ଦେବଗଡ଼ ଜିଲ୍ଲା ବାହାଡାପଶିରୁ କେନ୍ଦୁଝରକୁ ଝିଅକୁ ସ୍କୁଲରେ ଛାଡ଼ିବା ପାଇଁ ଯାଉଥିଲେ । ଏହି ସମୟରେ ବାଇକକୁ ପଛପଟୁ ଏକ କଣ୍ଟେନର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଲେ ବାରକୋଟ ଥାନା ବାହାଡାପଶି ଗାଁର ଟଙ୍କ ପାତ୍ର, […]

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦମ୍ପତିଙ୍କ ସହିତ ୧୫ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟିଛି । ଦେବଗଡ଼ ଜିଲ୍ଲା ବାହାଡାପଶିରୁ କେନ୍ଦୁଝରକୁ ଝିଅକୁ ସ୍କୁଲରେ ଛାଡ଼ିବା ପାଇଁ ଯାଉଥିଲେ । ଏହି ସମୟରେ ବାଇକକୁ ପଛପଟୁ ଏକ କଣ୍ଟେନର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଲେ ବାରକୋଟ ଥାନା ବାହାଡାପଶି ଗାଁର ଟଙ୍କ ପାତ୍ର, ସ୍ତ୍ରୀ ଝିଲ୍ଲି ପ୍ରଧାନ ଏବଂ ଝିଅ ମାମୁନି ପ୍ରଧାନ । ଲୋକେମାନେ ଜାତୀୟ ରାଜପଥକୁ ଅବରୋଧ କରିବା ସହ ଶବକୁ ଉଠାଇବାକୁ ଦେଉନାହାନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝିସୁଝା କରିଥିଲା । କଣ୍ଟେନରଟି ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ବେଳେ ରୁଗୁଡିହ ଟୋଲଗେଟ ନିକଟରେ ଅଟକ ରଖାଯାଇଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

06 Aug 2025 By The Sakala

ବାଇକକୁ ଧକ୍କା ଦେଲା କଣ୍ଟେନର, ଗୋଟିଏ ପରିବାରର ୩ ମୃତ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦମ୍ପତିଙ୍କ ସହିତ ୧୫ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟିଛି । ଦେବଗଡ଼ ଜିଲ୍ଲା ବାହାଡାପଶିରୁ କେନ୍ଦୁଝରକୁ ଝିଅକୁ ସ୍କୁଲରେ ଛାଡ଼ିବା ପାଇଁ ଯାଉଥିଲେ । ଏହି ସମୟରେ ବାଇକକୁ ପଛପଟୁ ଏକ କଣ୍ଟେନର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଲେ ବାରକୋଟ ଥାନା ବାହାଡାପଶି ଗାଁର ଟଙ୍କ ପାତ୍ର, ସ୍ତ୍ରୀ ଝିଲ୍ଲି ପ୍ରଧାନ ଏବଂ ଝିଅ ମାମୁନି ପ୍ରଧାନ । ଲୋକେମାନେ ଜାତୀୟ ରାଜପଥକୁ ଅବରୋଧ କରିବା ସହ ଶବକୁ ଉଠାଇବାକୁ ଦେଉନାହାନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝିସୁଝା କରିଥିଲା । କଣ୍ଟେନରଟି ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ବେଳେ ରୁଗୁଡିହ ଟୋଲଗେଟ ନିକଟରେ ଅଟକ ରଖାଯାଇଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

https://www.thesakala.in/latest-odisha-news/kendujhar/container-hits-bike-3-of-a-family-dead/article-41915
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର