ଭଉଣୀ ଭିଣୋଇଙ୍କ ମଧ୍ୟରେ ଝଗଡାର ସମାଧାନ କରିବାକୁ ଆସି ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ

Madhusudan Das Picture
Published On

କେନ୍ଦୁଝର: ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ଭଉଣୀ ଭିଣୋଇଙ୍କ ମଧ୍ୟରେ ଲାଗିଥିବା ପାରିବାରିକ ଝଗଡାର ସମାଧାନ କରିବାକୁ ଆସି ଭିଣୋଇକୁ ହତ୍ୟା କଲା ଶାଳକ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଉଲିବୁରୁ ବୁରୁ ସାହିରେ ଘଟିଛି ଏହି ଅଘଟଣ । ମୃତକ ହେଲେ ୩୦ ବର୍ଷିୟ ବନମାଳୀ ମୁଣ୍ଡା । ଅଭିଯୁକ୍ତ ଶାଳକ ହେଲେ ଯୋଡ଼ା ଥାନା ଦଣ୍ଡାଗୁଟୁ ଅଞ୍ଚଳର ଅଜୟ ତିରିଆ । ହତ୍ୟା ପରେ ଅଜୟ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ବନ୍ଦ ଘୋଷଣାକୁ ବିରୋଧ କରି କ୍ଷେତ୍ରବାସୀ ଡିଏଭି କଲେଜରେ ଉତ୍ତେଜନା; ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ

ମିଳିଥିବା ସୂଚନା ଅନୁସାରେ, ବନମାଳୀ ତାଙ୍କ ପତ୍ନୀ ଶୁକମତିଙ୍କୁ ମାରଧର କରୁଥିବା ଅଭିଯୋଗ ରହିଥିଲା। ଏନେଇ ନିଜ ବାପଘର ଲୋକଙ୍କୁ ଜଣାଇଥିଲେ ପତ୍ନୀ ଶୁକମତି । ଏହାପରେ ଶୁକମତିଙ୍କ ଭାଇ ଅଜୟ ଭିଣୋଇ ବନମାଳୀଙ୍କୁ ବୁଝାଇବାକୁ ଆସିଥିଲେ। ତେବେ ରାତିରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହେବା ପରେ ଅଜୟ ବନମାଳୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ବନମାଳୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଏବଂ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା । ଘଟଣା ପରେ ଅଭିଯୁକ୍ତ ଅଜୟ ଫେରାର ହୋଇଯାଇଥିବା ଜଣାପଡ଼ିଛି।  ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିବା ସହ  ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ୍ କରୁଛି ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ବାଲେଶ୍ୱର ଏଫ୍ଏମ୍ କଲେଜରେ ଉତ୍ତେଜନା, ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର