ସାପୁଆ ନଦୀରେ ବନ୍ୟା: ଆଠଗଡ଼ର କନ୍ତୋଲ ଅଞ୍ଚଳ ଜଳମଗ୍ନ, ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯାତାୟାତ ଠପ୍

Madhusudan Das Picture
Published On

ଆଠଗଡ଼: ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲା ଆଠଗଡ଼ ସ୍ଥିତ ସାପୁଆ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀରେ ବନ୍ୟା ଆସିବା ଫଳରେ ଆଠଗଡ଼ର କନ୍ତୋଲ ଠାରେ ଥିବା ଏକ ପୁରୁଣା ଘାଇ ଦେଇ ବନ୍ୟା ଜଳ ଗାଁ ଭିତରେ ପ୍ରବେଶ କରିଛି। ଏହା ଫଳରେ ସ୍ଥାନୀୟ ଅଞ୍ଚଳରେ ଘୋର ଅସୁବିଧା ସୃଷ୍ଟି ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଚିନ୍ତା: ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ପାର୍, ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର

ପ୍ରାପ୍ତ ସୂଚନା ଅନୁଯାୟୀ, ବନ୍ୟା ଜଳ ମାଡ଼ି ଆସିବା ଫଳରେ କନ୍ତୋଲର ୧୨ ଓ ୧୩ ନମ୍ବର ୱାର୍ଡ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଲୋକଙ୍କ ଘର, ବାଡ଼ି ଏବଂ ସ୍ଥାନୀୟ ମନ୍ଦିର ଭିତରେ ବନ୍ୟା ଜଳ ପଶିଯାଇଛି। ଘର ଭିତରେ ପାଣି ଲହଡ଼ି ମାରୁଥିବାରୁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଅଞ୍ଚଳରେ ଲୋକଙ୍କ ଦୈନନ୍ଦିନ ଜୀବନ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଅଶାନ୍ତ ବଙ୍ଗୋପସାଗର: ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା

କେବଳ ଗାଁ ଭିତରେ ନୁହେଁ, ବରଂ ବନ୍ୟା ଜଳ ରାସ୍ତା ଉପରକୁ ମଧ୍ୟ ମାଡ଼ି ଆସିଛି। ପୁରୁଣା କଟକ-ସମ୍ବଲପୁର ରାସ୍ତା ଉପରେ ଏବେ ବନ୍ୟା ପାଣି ଚାଲୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି ଏବଂ ସାଧାରଣ ଲୋକଙ୍କ ଯାତାୟାତ ନେଇ ଘୋର ସମସ୍ୟା ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ସ୍ଥିତି ଉପରେ ନଜର ରଖିଥିବା ବେଳେ ବନ୍ୟା ପ୍ରଭାବିତ ଲୋକମାନେ ତୁରନ୍ତ ସହାୟତା ଅପେକ୍ଷାରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ: ଆଗାମୀ ୧୨ ଘଣ୍ଟା ମଧ୍ୟରେ ନେବ ଗଭୀର ଅବପାତର ରୂପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର