Saturday Horoscope: ଶନିବାର ରାଶିଫଳ (୦୩-୧୦-୨୦୨୬)
ମେଷ: ଦିନଟି ଭଲରେ କଟିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ରୁହନ୍ତୁ। ଧୈର୍ଯ୍ୟର ସହ କାମ କରନ୍ତୁ। ସନ୍ତାନଙ୍କ ସହ ମଜାମସ୍ତିରେ ଦିନ ବିତିବ।
ବୃଷ: ଅଟକି ରହିଥିବା କାମକୁ ପୂରା କରିବେ। କର୍ମକ୍ଷେତ୍ରରେ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ କରିବାକୁ ଗୁରୁତ୍ବ ଦିଅନ୍ତୁ। ପରିଶ୍ରମର ଫଳ ମିଳିବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।
ମିଥୁନ: ପୁରୁଣା ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇପାରେ। ପ୍ରତ୍ୟେକ କ୍ଷେତ୍ରରେ ମାନସମ୍ମାନ ଓ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ପଢ଼ାରେ ଭଲ ପ୍ରଦର୍ଶନ କରିବେ।
କର୍କଟ: ବ୍ୟବସାୟରେ ଲାଭବାନ ହେବେ। ଧୈର୍ଯ୍ୟର ସହ କାମ କରନ୍ତୁ। ନିଜର ଦାୟିତ୍ବକୁ ସୁରୁଖୁରୁରେ ସମ୍ଭାଳିବେ। ବନ୍ଧୁଙ୍କ ସହିତ ମଧୁର ବ୍ୟବହାର କରିବେ। ଦୂରସ୍ଥାନ ଯାତ୍ରା କରିପାରନ୍ତି।
ସିଂହ: କାମଚାପ ଅଧିକ ରହିବ। ଯୁବପିଢ଼ିଙ୍କ ପାଇଁ ସମୟ ଅନୁକୂଳ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଗୁରୁଜନଙ୍କ କଥା ମାନି ଚଳନ୍ତୁ। ଅଭିଭାବକ ସନ୍ତାନଙ୍କ ଭବିଷ୍ୟତ ପାଇଁ ଚିନ୍ତା କରିବେ।
କନ୍ୟା: ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରକୁ ନେଇ ଚିନ୍ତିତ ହୁଅନ୍ତୁନି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଥକ୍କାପଣ ଅନୁଭବ କରିବେ।
ତୁଳା: ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଚାପ ଯୋଗୁଁ ଅସ୍ଥିରତା ଅନୁଭବ କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ। ଛାତ୍ରଛାତ୍ରୀ ଖେଳପ୍ରିୟ ହେବେ।
ବିଛା: ବିଦ୍ୟାର୍ଥୀମାନେ ନିଜ କ୍ୟାରିୟରକୁ ଅଧିକ ଗୁରୁତ୍ବ ଦେବେ। ଆଳସ୍ୟ ଓ ଚିନ୍ତାରେ ଦିନଟି ବିତିବ। ପ୍ରେମ ବ୍ୟାପାରରେ ସଫଳ ହେବେ। ଘର କାମରେ ବ୍ୟସ୍ତ ରହିପାରନ୍ତି।
ଧନୁ: ଅଫିସ୍ ଓ ଘର କାମରେ ବ୍ୟସ୍ତ ରହିବେ। ଥକ୍କାପଣ ଅନୁଭବ କରିପାରନ୍ତି। ଉଧାର ଦେଇପାରନ୍ତି। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ଶତ୍ରୁଠାରୁ ଦୂରେଇ ରୁହନ୍ତୁ।
ମକର: ମହିଳା ସହକର୍ମୀଙ୍କ ସହଯୋଗ ମିଳିବ। ଚିନ୍ତା କରି ସେୟାର ମାର୍କେଟରେ ଟଙ୍କା ଲଗାନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।
କୁମ୍ଭ: ପରିସ୍ଥିତି ଅନୁସାରେ କାମ କରନ୍ତୁ। ମନକୁ ଆୟତ୍ତରେ ରଖିବା ଭଲ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ମହିଳାମାନେ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ।
ମୀନ: ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପୁରୁଣା ସମସ୍ୟା ଦେଖାଦେଇପାରେ। ପ୍ରେମ ବ୍ୟପାରରେ ଦିନଟି ଭଲରେ ବିତିବ। ବୈବାହିକ ଜୀବନ ସୁଖମୟ ହେବ। ସାବଧାନତା ସହିତ କାର୍ଯ୍ୟ କରନ୍ତୁ।






