ଜଳଖିଆ ବ୍ୟବସାୟରୁ ସ୍ୱାବଲମ୍ବୀ: ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି ଗୀତାଞ୍ଜଳି

The Sakala Picture
Published On

କେନ୍ଦ୍ରାପଡ଼ା: ଜଳଖିଆ ଦୋକାନ କରି ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି ଜଣେ ଯୁବତୀ। ଦୀର୍ଘ ୧୫ ବର୍ଷ ହେଲା ସେ ଜଳଖିଆ ଦୋକାନ କରି ଘରେ ହସଖୁସି ଫେରାଇ ଆଣିଛନ୍ତି। ନିଜର ବଡ଼ ଆଉ ସାନ ଭଉଣୀଙ୍କୁ ବିବାହ କରେଇବା ସହ ଅନ୍ୟ ଜଣେ ସାନ ଭଉଣୀଙ୍କୁ ନର୍ସିଂ ପାଠ ପଢେଇବାକୁ ସକ୍ଷମ ହୋଇଛନ୍ତି। ଜଳଖିଆ ଦୋକାନରେ ସକାଳୁ ରାତି ପର୍ଯ୍ଯନ୍ତ ରହିଥାନ୍ତି।  ନିଜେ ବରା, ଇଟିଲଠାରୁ ଆରମ୍ଭ କରି ରସାବଳି, ପୋଟଳି ପିଠା ପର୍ଯ୍ଯନ୍ତ ସବୁକିଛି ନିଜେ […]

କେନ୍ଦ୍ରାପଡ଼ା: ଜଳଖିଆ ଦୋକାନ କରି ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି ଜଣେ ଯୁବତୀ। ଦୀର୍ଘ ୧୫ ବର୍ଷ ହେଲା ସେ ଜଳଖିଆ ଦୋକାନ କରି ଘରେ ହସଖୁସି ଫେରାଇ ଆଣିଛନ୍ତି। ନିଜର ବଡ଼ ଆଉ ସାନ ଭଉଣୀଙ୍କୁ ବିବାହ କରେଇବା ସହ ଅନ୍ୟ ଜଣେ ସାନ ଭଉଣୀଙ୍କୁ ନର୍ସିଂ ପାଠ ପଢେଇବାକୁ ସକ୍ଷମ ହୋଇଛନ୍ତି। ଜଳଖିଆ ଦୋକାନରେ ସକାଳୁ ରାତି ପର୍ଯ୍ଯନ୍ତ ରହିଥାନ୍ତି।  ନିଜେ ବରା, ଇଟିଲଠାରୁ ଆରମ୍ଭ କରି ରସାବଳି, ପୋଟଳି ପିଠା ପର୍ଯ୍ଯନ୍ତ ସବୁକିଛି ନିଜେ ତିଆରି କରନ୍ତି। ଦୈନିକ ଦୋକାନରେ ୫ରୁ ୭ ହଜାର ଟଙ୍କା ବିକ୍ରି କରିଥାନ୍ତି। ସେଥିରୁ ୧୫ ଶହରୁ ୨ ହଜାର ଟଙ୍କା ଲାଭ କରିଥାନ୍ତି ବୋଲି ଯୁବତୀ ଜଣଙ୍କ କହିଛନ୍ତି। ଆମେ କହୁଛୁ କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ଏକ ଜଳଖିଆ ଦୋକାନ କରିଥିବା ଗୀତାଞ୍ଜଳି ସାହୁଙ୍କ କଥା।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ଆଗରେ ରକ୍ତ ସମ୍ପର୍କ ପଡିଲା ଫିକା: ଦାଦାକୁ ପଥରରେ ଛେଚି ମାରିଲା ପୁତୁରା

କେନ୍ଦ୍ରାପଡା ଆଉ ନିକିରାଇ କଲେଜରେ ପାଠ ପଢିଲେ। ଭଲ ମାର୍କ ମଧ୍ୟ ରଖିଲେ। ହେଲେ ସରକାରୀ କିମ୍ବା ବେସରକାରୀ ଚାକିରୀ ପଛରେ ନଗୋଡ଼ାଇ ସାଧାରଣ ଜଳଖିଆ ଦୋକାନଟି କରି ଆଜି ଆତ୍ମନିର୍ଭରଶୀଳ ହୋଇ ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି। ଗୀତାଞ୍ଜଳି ଉଚ୍ଚ ଶିକ୍ଷିତା ଆଉ ନିକିରାଇ କଲେଜରୁ ୨୦୧୮ ମସିହାରୁ ଏଜୁକେସନ ପାସରେ ଯୁକ୍ତ ୩ ପଢ଼ିଛନ୍ତି। ଏହାପରେ ସେ ଚାକିରୀ ପଛରେ ନ ଗୋଡାଇ ନିଜେ ବ୍ୟବସାୟ କରୁଛନ୍ତି । କେବଳ ଯେ ବ୍ୟବସାୟ କରୁଛନ୍ତି ତାହା ନୁହେଁ ନିଜକୁ ସମାଜସେବାରେ ମଧ୍ୟ ନିୟୋଜିତ କରିପାରିଛନ୍ତି। ଗୀତାଞ୍ଜଳିଙ୍କ ୪ ଭଉଣୀ ଆଉ ବାପା ମାଙ୍କୁ ନେଇ ସଂସାର। ଏହି ଦୋକାନରେ ସେ ଦିନକୁ ୧୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ କାମ କରି ପରିବାରର ସମସ୍ତ ବୋଝ ନିଜ ମୁଣ୍ଡକୁ ନେଇଛନ୍ତି। ୪ ଭଉଣୀ ମଧ୍ୟରୁ ଗୀତାଞ୍ଜଳି ଦ୍ୱିତୀୟ। କେନ୍ଦ୍ରାପଡା ସହରର ବଡ଼ବାରଙ୍ଗ ଗ୍ରାମର କେଶବ ସାହୁ ଗୀତାଞ୍ଜଳି ତାଙ୍କ ଝିଅ ଆଉ ପୁଅ ଉଭୟ ବୋଲି କହିଥାନ୍ତି। କାରଣ ଗୀତାଞ୍ଜଳି ପୁଅ ଭଳି ଦୋକାନ ସମ୍ଭାଳୁଛି ଓ ଝିଅ ହୋଇ ଘର କାମ ମଧ୍ୟ କରୁଛି। ଗୀତାଞ୍ଜଳି ଦୋକାନ ନ ସମ୍ଭାଳିଲେ ଦୋକାନ ଚାଲି ପାରେ ନାହିଁ। ତାଙ୍କର ଯଦି କୌଣସି ଦିନ ଦେହ ଅସୁସ୍ଥ ହୁଏ ତାହା ହେଲେ ଦୋକାନ କାର୍ଯ୍ଯ ଠିକ ଭାବେ ହୋଇ ପାରେ ନାହିଁ ବୋଲି ପରିବାର ସଦସ୍ୟ କହିଛନ୍ତି। କାରଣ ଦୋକାନର ସବୁ କାର୍ଯ୍ଯ ଆଉ କେହି କରିପାରନ୍ତି ନାହିଁ। ତେଣୁ ତାଙ୍କ ପରିବାର କେବେ ପୁଅ ନ ଥିବା ଅନୁଭବ କରିନାହାନ୍ତି। ଘରର ଯାବତୀୟ କାର୍ଯ୍ଯ କରି ଦୋକାନ ପାଇଁ ଜିନିଷପତ୍ର ମଧ୍ୟ ସେ ବଜାରରୁ କିଣି ନେଇ ଆସିଥାନ୍ତି।

ଆହୁରି ପଢ଼ନ୍ତୁ: ଥାନା ଭିତରେ ପୁଲିସ୍‌ର ଥାର୍ଡ ଡିଗ୍ରୀ: ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼, ପୁଅକୁ ପାଇଖାନା ଭିତରେ ପୂରାଇ...

ଚାକିରି ସମ୍ପର୍କରେ ପଚାରିବାରେ ଗୀତାଞ୍ଜଳି କୁହନ୍ତି ଆମେ ସମସ୍ତେ ଯଦି ଚାକିରି ପଛରେ ଦୌଡିବା ତାହା ହେଲେ ଆମ ଅର୍ଥନୀତି ସୁଦୃଢ ହୋଇପାରିବ ନାହିଁ । ଆମେ ନିଜେ ଆତ୍ମନିର୍ଭରଶୀଳ ହେବା ବଦଳରେ ପର ପାଖରେ ବିକ୍ରି ହୋଇଯିବା। ତେଣୁ ଆମକୁ ବ୍ୟବସାୟ ମଧ୍ୟ କରିବାକୁ ପଡିବ । କାରଣ ସେ ଦୋକାନ ପାଇଁ ଯେଉଁ ସବୁ ଜିନିଷ ବଜାରରୁ କିଣୁଛି ସେ ଜିନିଷ ପ୍ରସ୍ତୁତ କରିବା ପାଇଁ ଅନେକ ପରିବାର ପରୋକ୍ଷରେ ନିୟୋଜିତ ହୋଇଛନ୍ତି । ତେଣୁ ପରୋକ୍ଷରେ ତାଙ୍କ ଦୋକାନ ପାଇଁ ଅନେକ ପରିବାର ପ୍ରତିପୋଷଣ ହୋଇ ପାରୁଛନ୍ତି । ସେ କହିଛନ୍ତି ପାଠ ପଢିଥିଲେ ସବୁ କ୍ଷେତ୍ରରେ ତାହାକୁ କାର୍ୟ୍ୟକାରୀ କରିହେବ । କେବଳ ପାଠ ପଢି ଯେ ଚାକିରୀ କରିବା ସେ ମାନସିକତାରୁ ଶିକ୍ଷିତ ଯୁବକ ଯୁବତୀମାନେ ଦୂରେଇ ରହିବା ଆବଶ୍ୟକ । କାରଣ ପାଠର ମହତ୍ୱ ସବୁ ସ୍ଥାନରେ ରହିଛି ବୋଲି ଗୀତାଞ୍ଜଳି କହିଛନ୍ତି। ଅନ୍ୟମାନଙ୍କ ପରି ତାଙ୍କର ବୁଲିବା ଆଉ ପାଠ ପଢିବାକୁ ଇଛାଥିଲେ ମଧ୍ୟ ପ୍ରଥମେ ନିଜକୁ ବ୍ୟବସାୟରେ ପ୍ରତିଷ୍ଠିତ କରାଇ ଅନ୍ୟ କାର୍ଯ୍ଯ ସବୁ କରିବେ ବୋଲି ଗୀତାଞ୍ଜଳି କୁହନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରି, ନିଲମ୍ୱିତ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା

12 Jun 2022 By The Sakala

ଜଳଖିଆ ବ୍ୟବସାୟରୁ ସ୍ୱାବଲମ୍ବୀ: ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି ଗୀତାଞ୍ଜଳି

କେନ୍ଦ୍ରାପଡ଼ା: ଜଳଖିଆ ଦୋକାନ କରି ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି ଜଣେ ଯୁବତୀ। ଦୀର୍ଘ ୧୫ ବର୍ଷ ହେଲା ସେ ଜଳଖିଆ ଦୋକାନ କରି ଘରେ ହସଖୁସି ଫେରାଇ ଆଣିଛନ୍ତି। ନିଜର ବଡ଼ ଆଉ ସାନ ଭଉଣୀଙ୍କୁ ବିବାହ କରେଇବା ସହ ଅନ୍ୟ ଜଣେ ସାନ ଭଉଣୀଙ୍କୁ ନର୍ସିଂ ପାଠ ପଢେଇବାକୁ ସକ୍ଷମ ହୋଇଛନ୍ତି। ଜଳଖିଆ ଦୋକାନରେ ସକାଳୁ ରାତି ପର୍ଯ୍ଯନ୍ତ ରହିଥାନ୍ତି।  ନିଜେ ବରା, ଇଟିଲଠାରୁ ଆରମ୍ଭ କରି ରସାବଳି, ପୋଟଳି ପିଠା ପର୍ଯ୍ଯନ୍ତ ସବୁକିଛି ନିଜେ ତିଆରି କରନ୍ତି। ଦୈନିକ ଦୋକାନରେ ୫ରୁ ୭ ହଜାର ଟଙ୍କା ବିକ୍ରି କରିଥାନ୍ତି। ସେଥିରୁ ୧୫ ଶହରୁ ୨ ହଜାର ଟଙ୍କା ଲାଭ କରିଥାନ୍ତି ବୋଲି ଯୁବତୀ ଜଣଙ୍କ କହିଛନ୍ତି। ଆମେ କହୁଛୁ କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ଏକ ଜଳଖିଆ ଦୋକାନ କରିଥିବା ଗୀତାଞ୍ଜଳି ସାହୁଙ୍କ କଥା।

କେନ୍ଦ୍ରାପଡା ଆଉ ନିକିରାଇ କଲେଜରେ ପାଠ ପଢିଲେ। ଭଲ ମାର୍କ ମଧ୍ୟ ରଖିଲେ। ହେଲେ ସରକାରୀ କିମ୍ବା ବେସରକାରୀ ଚାକିରୀ ପଛରେ ନଗୋଡ଼ାଇ ସାଧାରଣ ଜଳଖିଆ ଦୋକାନଟି କରି ଆଜି ଆତ୍ମନିର୍ଭରଶୀଳ ହୋଇ ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି। ଗୀତାଞ୍ଜଳି ଉଚ୍ଚ ଶିକ୍ଷିତା ଆଉ ନିକିରାଇ କଲେଜରୁ ୨୦୧୮ ମସିହାରୁ ଏଜୁକେସନ ପାସରେ ଯୁକ୍ତ ୩ ପଢ଼ିଛନ୍ତି। ଏହାପରେ ସେ ଚାକିରୀ ପଛରେ ନ ଗୋଡାଇ ନିଜେ ବ୍ୟବସାୟ କରୁଛନ୍ତି । କେବଳ ଯେ ବ୍ୟବସାୟ କରୁଛନ୍ତି ତାହା ନୁହେଁ ନିଜକୁ ସମାଜସେବାରେ ମଧ୍ୟ ନିୟୋଜିତ କରିପାରିଛନ୍ତି। ଗୀତାଞ୍ଜଳିଙ୍କ ୪ ଭଉଣୀ ଆଉ ବାପା ମାଙ୍କୁ ନେଇ ସଂସାର। ଏହି ଦୋକାନରେ ସେ ଦିନକୁ ୧୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ କାମ କରି ପରିବାରର ସମସ୍ତ ବୋଝ ନିଜ ମୁଣ୍ଡକୁ ନେଇଛନ୍ତି। ୪ ଭଉଣୀ ମଧ୍ୟରୁ ଗୀତାଞ୍ଜଳି ଦ୍ୱିତୀୟ। କେନ୍ଦ୍ରାପଡା ସହରର ବଡ଼ବାରଙ୍ଗ ଗ୍ରାମର କେଶବ ସାହୁ ଗୀତାଞ୍ଜଳି ତାଙ୍କ ଝିଅ ଆଉ ପୁଅ ଉଭୟ ବୋଲି କହିଥାନ୍ତି। କାରଣ ଗୀତାଞ୍ଜଳି ପୁଅ ଭଳି ଦୋକାନ ସମ୍ଭାଳୁଛି ଓ ଝିଅ ହୋଇ ଘର କାମ ମଧ୍ୟ କରୁଛି। ଗୀତାଞ୍ଜଳି ଦୋକାନ ନ ସମ୍ଭାଳିଲେ ଦୋକାନ ଚାଲି ପାରେ ନାହିଁ। ତାଙ୍କର ଯଦି କୌଣସି ଦିନ ଦେହ ଅସୁସ୍ଥ ହୁଏ ତାହା ହେଲେ ଦୋକାନ କାର୍ଯ୍ଯ ଠିକ ଭାବେ ହୋଇ ପାରେ ନାହିଁ ବୋଲି ପରିବାର ସଦସ୍ୟ କହିଛନ୍ତି। କାରଣ ଦୋକାନର ସବୁ କାର୍ଯ୍ଯ ଆଉ କେହି କରିପାରନ୍ତି ନାହିଁ। ତେଣୁ ତାଙ୍କ ପରିବାର କେବେ ପୁଅ ନ ଥିବା ଅନୁଭବ କରିନାହାନ୍ତି। ଘରର ଯାବତୀୟ କାର୍ଯ୍ଯ କରି ଦୋକାନ ପାଇଁ ଜିନିଷପତ୍ର ମଧ୍ୟ ସେ ବଜାରରୁ କିଣି ନେଇ ଆସିଥାନ୍ତି।

ଚାକିରି ସମ୍ପର୍କରେ ପଚାରିବାରେ ଗୀତାଞ୍ଜଳି କୁହନ୍ତି ଆମେ ସମସ୍ତେ ଯଦି ଚାକିରି ପଛରେ ଦୌଡିବା ତାହା ହେଲେ ଆମ ଅର୍ଥନୀତି ସୁଦୃଢ ହୋଇପାରିବ ନାହିଁ । ଆମେ ନିଜେ ଆତ୍ମନିର୍ଭରଶୀଳ ହେବା ବଦଳରେ ପର ପାଖରେ ବିକ୍ରି ହୋଇଯିବା। ତେଣୁ ଆମକୁ ବ୍ୟବସାୟ ମଧ୍ୟ କରିବାକୁ ପଡିବ । କାରଣ ସେ ଦୋକାନ ପାଇଁ ଯେଉଁ ସବୁ ଜିନିଷ ବଜାରରୁ କିଣୁଛି ସେ ଜିନିଷ ପ୍ରସ୍ତୁତ କରିବା ପାଇଁ ଅନେକ ପରିବାର ପରୋକ୍ଷରେ ନିୟୋଜିତ ହୋଇଛନ୍ତି । ତେଣୁ ପରୋକ୍ଷରେ ତାଙ୍କ ଦୋକାନ ପାଇଁ ଅନେକ ପରିବାର ପ୍ରତିପୋଷଣ ହୋଇ ପାରୁଛନ୍ତି । ସେ କହିଛନ୍ତି ପାଠ ପଢିଥିଲେ ସବୁ କ୍ଷେତ୍ରରେ ତାହାକୁ କାର୍ୟ୍ୟକାରୀ କରିହେବ । କେବଳ ପାଠ ପଢି ଯେ ଚାକିରୀ କରିବା ସେ ମାନସିକତାରୁ ଶିକ୍ଷିତ ଯୁବକ ଯୁବତୀମାନେ ଦୂରେଇ ରହିବା ଆବଶ୍ୟକ । କାରଣ ପାଠର ମହତ୍ୱ ସବୁ ସ୍ଥାନରେ ରହିଛି ବୋଲି ଗୀତାଞ୍ଜଳି କହିଛନ୍ତି। ଅନ୍ୟମାନଙ୍କ ପରି ତାଙ୍କର ବୁଲିବା ଆଉ ପାଠ ପଢିବାକୁ ଇଛାଥିଲେ ମଧ୍ୟ ପ୍ରଥମେ ନିଜକୁ ବ୍ୟବସାୟରେ ପ୍ରତିଷ୍ଠିତ କରାଇ ଅନ୍ୟ କାର୍ଯ୍ଯ ସବୁ କରିବେ ବୋଲି ଗୀତାଞ୍ଜଳି କୁହନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର