ଇନ୍ଫୋଭ୍ୟାଲି ନିକଟ କାଜୁ ବଣ ଭିତରେ ଯୁବକଙ୍କ ମୃତଦେହ ମିଳିବା ଘଟଣା: 'ମୁହଁରେ ଲାଗିଥିବା ବାଲି ଦେଲା ହତ୍ୟାର ସୁରାକ...'

Madhusudan Das Picture
Published On

ଭୁବନେଶ୍ୱର: ଦୁର୍ଘଟଣା ନୁହେଁ ହତ୍ୟା । ପୋଲିସ ଖୋଲିଲା କାଜୁ ବଣ ଭିତରେ ହତ୍ୟାର ଗୁମର କଥା । ମୁହଁରେ ଲାଗିଥିବା ବାଲି ଦେଲା ହତ୍ୟାର ସୁରାକ । ଗତକାଲି ରାଜଧାନୀ ଉପକଣ୍ଠ ଇନ୍ଫୋଭ୍ୟାଲିରେ ରାସ୍ତା କଡରୁ ଯୁବକଙ୍କ ସନ୍ଦେହଜନକ ମୃତଦେହ ମିଳିବା ଘଟଣା । ମୃତ ଯୁବକ ହେଲେ ଛତିଶଗଡ ବିଳାଶପୁର ଗୋବର୍ଧନ ଯାଦବ ।  ସେ ସୁନ୍ଦରପଦା ଅଂଚଳରେ ଥିବା ଏକ କନଷ୍ଟ୍ରକସନ କମ୍ପାନୀରେ କେୟାର ଟେକର କାମ କରନ୍ତି । ଗତକାଲି ଇନ୍ଫୋଭ୍ୟାଲି ଅଞ୍ଚଳରେ ଥିବା ପଥର ଖଣିରୁ ସନ୍ଦେହଜନକ ଅବସ୍ଥାରେ  ମୃତଦେହ ଉଦ୍ଧାର ହୋଇଥିଲା । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଏହା ଦୁର୍ଘଟଣା ନୁହେଁ ହତ୍ୟା । ଗୋବର୍ଧନ କାମ କରୁଥିବା କନଷ୍ଟ୍ରକସନ କମ୍ପାନୀରେ ଶୋଇଥିବା ବେଳେ ଏକ ବାଲି ବୁଝେଇ ଟ୍ରକ ତାଙ୍କୁ ଚାପି ଦେଇଥିଲା । ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ସୁନ୍ଦରପଡାରୁ ନେଇ ଇନ୍ଫୋଭ୍ୟାଲିରେ ଫିଙ୍ଗି ଦେଇଥିଲା ଡ୍ରାଇଭର । ଅଭିଯୁକ୍ତ ଡ୍ରାଇଭର ହେଉଛି ନୟାଗଡ ଫତେଗଡ଼ର ରାମଚନ୍ଦ୍ର ଲେଙ୍କା।  ଏହି ଘଟଣାରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ରହିଛି । ସେମାନଙ୍କୁ ଧରିବାକୁ ଚେଷ୍ଟା ଚାଲିଛି ବୋଲି ସୂଚନା ଦେଇଛି କମିସନରେଟ ପୋଲିସ ।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣା: ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୁକେଶ ସାହୁ ଆହତ

27 May 2026 By Madhusudan Das

ଇନ୍ଫୋଭ୍ୟାଲି ନିକଟ କାଜୁ ବଣ ଭିତରେ ଯୁବକଙ୍କ ମୃତଦେହ ମିଳିବା ଘଟଣା: 'ମୁହଁରେ ଲାଗିଥିବା ବାଲି ଦେଲା ହତ୍ୟାର ସୁରାକ...'

ଭୁବନେଶ୍ୱର: ଦୁର୍ଘଟଣା ନୁହେଁ ହତ୍ୟା । ପୋଲିସ ଖୋଲିଲା କାଜୁ ବଣ ଭିତରେ ହତ୍ୟାର ଗୁମର କଥା । ମୁହଁରେ ଲାଗିଥିବା ବାଲି ଦେଲା ହତ୍ୟାର ସୁରାକ । ଗତକାଲି ରାଜଧାନୀ ଉପକଣ୍ଠ ଇନ୍ଫୋଭ୍ୟାଲିରେ ରାସ୍ତା କଡରୁ ଯୁବକଙ୍କ ସନ୍ଦେହଜନକ ମୃତଦେହ ମିଳିବା ଘଟଣା । ମୃତ ଯୁବକ ହେଲେ ଛତିଶଗଡ ବିଳାଶପୁର ଗୋବର୍ଧନ ଯାଦବ ।  ସେ ସୁନ୍ଦରପଦା ଅଂଚଳରେ ଥିବା ଏକ କନଷ୍ଟ୍ରକସନ କମ୍ପାନୀରେ କେୟାର ଟେକର କାମ କରନ୍ତି । ଗତକାଲି ଇନ୍ଫୋଭ୍ୟାଲି ଅଞ୍ଚଳରେ ଥିବା ପଥର ଖଣିରୁ ସନ୍ଦେହଜନକ ଅବସ୍ଥାରେ  ମୃତଦେହ ଉଦ୍ଧାର ହୋଇଥିଲା । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଏହା ଦୁର୍ଘଟଣା ନୁହେଁ ହତ୍ୟା । ଗୋବର୍ଧନ କାମ କରୁଥିବା କନଷ୍ଟ୍ରକସନ କମ୍ପାନୀରେ ଶୋଇଥିବା ବେଳେ ଏକ ବାଲି ବୁଝେଇ ଟ୍ରକ ତାଙ୍କୁ ଚାପି ଦେଇଥିଲା । ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ସୁନ୍ଦରପଡାରୁ ନେଇ ଇନ୍ଫୋଭ୍ୟାଲିରେ ଫିଙ୍ଗି ଦେଇଥିଲା ଡ୍ରାଇଭର । ଅଭିଯୁକ୍ତ ଡ୍ରାଇଭର ହେଉଛି ନୟାଗଡ ଫତେଗଡ଼ର ରାମଚନ୍ଦ୍ର ଲେଙ୍କା।  ଏହି ଘଟଣାରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ରହିଛି । ସେମାନଙ୍କୁ ଧରିବାକୁ ଚେଷ୍ଟା ଚାଲିଛି ବୋଲି ସୂଚନା ଦେଇଛି କମିସନରେଟ ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର