ଝିଅକୁ ଖୋଜିଲାନି ପୁଲିସ, ନିରାଶ ହୋଇ ବିଷ ପିଇଦେଲେ ବାପା…
କେନ୍ଦ୍ରାପଡ଼ା: ନାବାଳିକା ଝିଅକୁ ଖୋଜିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ୱନ କରିବାରୁ ଶେଷରେ ନିରାଶ ହୋଇ ବାପା ବିଷ ପିଇ ଦେଇଛନ୍ତି। ଏହିଭଳି ଅଭାବନୀୟ ଘଟଣା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଚକଡ଼ା ଗୋଗୁଆ ଗ୍ରାମର କଳ୍ପତରୁ ଓଝା(୪୮)ଙ୍କ ୧୬ ବର୍ଷୀୟ ନାବାଳିକା ଝିଅଙ୍କୁ ସେହି ଗ୍ରାମର ଅଜୟ ଜେନାଙ୍କ ଭଣଜା ରାଜେଶ ଜେନା (ଚଗଲା) ବିବାହର ପ୍ରତିଶ୍ରୁତି ଦେଇ କେଉଁଆଡେ଼ ଅପହରଣ କରି ନେଇଛନ୍ତି। ଏନେଇ ନାବାଳିକାଙ୍କ ବାପା ଅଜୟ ୨୭ […]
କେନ୍ଦ୍ରାପଡ଼ା: ନାବାଳିକା ଝିଅକୁ ଖୋଜିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ୱନ କରିବାରୁ ଶେଷରେ ନିରାଶ ହୋଇ ବାପା ବିଷ ପିଇ ଦେଇଛନ୍ତି। ଏହିଭଳି ଅଭାବନୀୟ ଘଟଣା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଚକଡ଼ା ଗୋଗୁଆ ଗ୍ରାମର କଳ୍ପତରୁ ଓଝା(୪୮)ଙ୍କ ୧୬ ବର୍ଷୀୟ ନାବାଳିକା ଝିଅଙ୍କୁ ସେହି ଗ୍ରାମର ଅଜୟ ଜେନାଙ୍କ ଭଣଜା ରାଜେଶ ଜେନା (ଚଗଲା) ବିବାହର ପ୍ରତିଶ୍ରୁତି ଦେଇ କେଉଁଆଡେ଼ ଅପହରଣ କରି ନେଇଛନ୍ତି। ଏନେଇ ନାବାଳିକାଙ୍କ ବାପା ଅଜୟ ୨୭ ମେରେ ତନ୍ତିଆପାଳ ଥାନାରେ ଅଭିଯୋଗ କରିଥିଲେ। ହେଲେ ଘଟଣାକୁ ୨ ମାସ ବିତିଯାଇଥିଲେ ମଧ୍ୟ ପୁଲିସ କେବଳ ମାମଲା ରୁଜୁ କରି ଚୁପ୍ ବସିଛି। ଝିଅକୁ ଖୋଜିବାରେ ବିଳମ୍ୱ କରିବାରୁ ୯ ଜୁନ୍ରେ ପୁଲିସର ଅସହଯୋଗ ସମ୍ୱନ୍ଧରେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ମଧ୍ୟ ଅଭିଯୋଗ କରିଥିଲେ। ନାବାଳିକାକୁ ଖୋଜିବାରେ ସମସ୍ତଙ୍କୁ ଗୁହାରି କରିବା ପରେ କିଛି ସୁଫଳ ନମିଳିବାରୁ ଶେଷରେ ସେ ବାଧ୍ୟ ହୋଇ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ଅବସ୍ଥା ଏବେ ସଙ୍କଟାପନ୍ନ ରହିଥିବା ବେଳେ କଟକ ବଡ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ସମାଜସେବୀ ସୌଭାଗ୍ୟ ପରିଡ଼ା ସାମାଜିକ ଗଣମାଧ୍ୟମରେ ଭିଡିଓ କରି ପୁଲିସର ଅବହେଳା ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହେଲା ବୋଲି ଅଭିଯୋଗ କରିଛନ୍ତି।