କେନ୍ଦ୍ରାପଡ଼ା ଜିଲ୍ଲାକୁ ବାଂଲାଦେଶୀ ଚିନ୍ତା, ମହାକାଳପଡ଼ା, ରାଜନଗରରେ ଅଛନ୍ତି ୩୦ ହଜାର ବାଂଲାଦେଶୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପାଲଟିଛି ବାଂଲା ଅନୁପ୍ରବେଶକାରୀଙ୍କ ହବ୍। ହଜାର ହଜାର ଅନୁପ୍ରବେଶକାରୀ ରହୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରୁନି। ନା ହେଉଛି ଚଢ଼ଉ ନା ସେମାନଙ୍କ ବେଆଇନ ଗତିବିଧି ଉପରେ ନଜର ରଖାଯାଉଛି। ଦୁଇ ଦଶନ୍ଧି ପୂର୍ବେ ଅର୍ଥାତ୍ ୨୦୦୪ ଫେବୃଆରୀ ୨୮ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ମହାକାଳପଡ଼ାରେ ସର୍ବାଧିକ ୧୫୫୧ ଜଣ, ରାଜନଗରରେ ୫୧ ଓ ପଟ୍ଟାମୁଣ୍ଡାଇରେ ୪୭ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଯଦିଓ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପାଲଟିଛି ବାଂଲା ଅନୁପ୍ରବେଶକାରୀଙ୍କ ହବ୍। ହଜାର ହଜାର ଅନୁପ୍ରବେଶକାରୀ ରହୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରୁନି। ନା ହେଉଛି ଚଢ଼ଉ ନା ସେମାନଙ୍କ ବେଆଇନ ଗତିବିଧି ଉପରେ ନଜର ରଖାଯାଉଛି। ଦୁଇ ଦଶନ୍ଧି ପୂର୍ବେ ଅର୍ଥାତ୍ ୨୦୦୪ ଫେବୃଆରୀ ୨୮ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ମହାକାଳପଡ଼ାରେ ସର୍ବାଧିକ ୧୫୫୧ ଜଣ, ରାଜନଗରରେ ୫୧ ଓ ପଟ୍ଟାମୁଣ୍ଡାଇରେ ୪୭ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଯଦିଓ ସରକାରୀ ଭାବେ ସେହି ସମୟରେ ବାଂଲା ଅନୁପ୍ରବେଶକାରୀଙ୍କ ସଂଖ୍ୟା ୧୬୪୯ ଦର୍ଶାଯାଇଥିଲା। ବାସ୍ତବରେ କିନ୍ତୁ ବର୍ତ୍ତମାନ ଏ ସଂଖ୍ୟା ଜିଲ୍ଲାରେ ୩୦ ହଜାର ପାର୍ ହୋଇଯିବା ଆକଳନ କରାଯାଉଛି। ତଞ୍ଚକତା ପୂର୍ବକ ଆଧାର କାର୍ଡ, ରାସନ କାର୍ଡ, ପାସ୍ପୋର୍ଟ ସହ ସମସ୍ତ ସରକାରୀ ସୁବିଧା ହାତେଇବା ସହିତ ଘର କରି ସ୍ଥାୟୀ ବାସିନ୍ଦା ହୋଇଯାଇଥିବା ଦେଖିବାକୁ ମିଳିଛି।
ଅନୁପ୍ରବେଶକାରୀଙ୍କ ମଧ୍ୟରୁ କେତେଜଣ ସରକାରୀ ଶିକ୍ଷକ ଚାକିରି କରିଥିବା ନଜିର ବି ରହିଛି। ପ୍ରଶାସନ ପକ୍ଷରୁ ମହାକାଳପଡ଼ା, ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଞ୍ଚଳରେ ରହୁଥିବା ଏହି ଅନୁପ୍ରବେଶକାରୀଙ୍କୁ ୩୦ ଦିନ ଭିତରେ ଦେଶ ଛାଡ଼ିବାକୁ କୁହାଯାଇଥିଲା। ଇତିମଧ୍ୟରେ ୨୧ ବର୍ଷ ବିତିଯାଇଥିଲେ ହେଁ ଜଣେ ହେଲେ ଦେଶ ଛାଡ଼ି ଗଲେନାହିଁ। ବିଶେଷକରି ରାଜନଗର ବ୍ଲକ୍ର ୫୫ ଓ ମହାକାଳପଡ଼ା ବ୍ଲକ୍ର ୪୧ଟି ଗ୍ରାମ ଏବେ ଅନୁପ୍ରବେଶକାରୀଙ୍କ କବଳରେ ରହିଛି। ଏହାବ୍ୟତୀତ ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ୪୮୦ କି.ମି. ଓ ଧାମରା ମୁହାଣରୁ ଜଗତସିଂହପୁର ଜିଲ୍ଲାର ପାରାଦୀପ ପର୍ଯ୍ୟନ୍ତ ୯୦ କି.ମି. ଅଞ୍ଚଳ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଥିବା ନେଇ ଅଭିଯୋଗ ହୋଇଛି। ବର୍ତ୍ତମାନ ସାରା ଦେଶରୁ ପାକିସ୍ତାନ ନାଗରିକ ଓ ବାଂଲା ଅନୁପ୍ରବେଶକାରୀଙ୍କୁ ତଡ଼ିବା ଅଭିଯାନ ଆରମ୍ଭ ହୋଇଥିବାବେଳେ କେନ୍ଦ୍ରାପଡ଼ାରେ ପୁଲିସ ହାତବାନ୍ଧି ଚୁପ୍ ବସିବା ଘଟଣା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଛନ୍ତି, ସରକାରଙ୍କ ସମସ୍ତ ନିୟମକୁ ଆମେ ମାନୁଛୁ। ଖୁବ୍ଶୀଘ୍ର ଅନୁପ୍ରବେଶକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।